Posted inଜାତୀୟ

ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଲେ ପଞ୍ଚଦଶ ଅର୍ଥ କମିଶନ

ନୂଆଦିଲ୍ଲୀ, ୧୦।୧୧: ଅଧ୍ୟକ୍ଷ ଏନ୍‌.କେ. ସିଂଙ୍କ ନେତୃତ୍ୱରେ ପଞ୍ଚଦଶ ଅର୍ଥ କମିଶନ ଏହାର ୨୦୨୧-୨୨ରୁ ୨୦୨୫-୨୬ ଆର୍ଥତ୍କ ବର୍ଷ ପର୍ଯ୍ୟନ୍ତ ଚୂଡ଼ାନ୍ତ ରିପୋର୍ଟ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛି। ଏହାର ନାମ ରଖାଯାଇଛି ‘ଫାଇନାନ୍ସ କମିଶନ ଇନ୍‌ କୋଭିଡ୍‌ ଟାଇମ୍ସ’। ୪ଟି ପୁସ୍ତିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ପାରମ୍ପରିକ ଟିକସ ହସ୍ତାନ୍ତର ସୂତ୍ର ସମ୍ପର୍କରେ ସୁପାରିସ୍‌ କରିବା ସହ ଏଥର ଅର୍ଥ କମିଶନଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଆଗାମୀ ୫ ବର୍ଷ କେନ୍ଦ୍ର ସରକାରଙ୍କ ପାଇଁ ଆର୍ଥତ୍କ ସୁଦୃଢ଼ୀକରଣ ସୂତ୍ର ବାହାର କରିବାକୁ କୁହାଯାଇଥିଲା। ଏହା ବ୍ୟତୀତ ପ୍ରତିରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା ନିମନ୍ତେ ପାଣ୍ଠି ଯୋଗାଣ ଲାଗି ଅଲଗା ବ୍ୟବସ୍ଥାର ଆବଶ୍ୟକତା ସମ୍ପର୍କରେ ଯାଞ୍ଚ କରିବାକୁ ମଧ୍ୟ କମିଶନଙ୍କୁ ପରାମର୍ଶ ଦିଆଯାଇଥିଲା। ସେହିପରି ରାଜ୍ୟଗୁଡ଼ିକ ପାଇଁ ଶକ୍ତି କ୍ଷେତ୍ରରେ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ, ଶୁଷ୍କ ବର୍ଜ୍ୟ ପରିଚାଳନା ଆଦି ଉପରେ ସୁପାରିସ୍‌ କରିବାକୁ କୁହାଯାଇଥିଲା। ରିପୋର୍ଟର ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ପ୍ରଦାନ କରାଯିବ। ପାର୍ଲାମେଣ୍ଟର ଆଗାମୀ ଶୀତ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବା ପରେ ସର୍ବସାଧାରଣରେ ପ୍ରକାଶ କରାଯିବ। କମିଶନ ତାଙ୍କ ସୁପାରିସ୍‌ ଅକ୍ଟୋବର ୩୦ ସୁଦ୍ଧା ଦାଖଲ କରିବାର ଥିଲା। ଗତବର୍ଷ କମିଶନ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଦାଖଲ କରିଥିବା ରିପୋର୍ଟକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ ଓ ଏହା ଜାନୁୟାରୀ ୩୦ରେ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri