ସୂଚନା ମୁଖ୍ୟ

ଭାରତରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ସୂଚନା ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଇଆସୁଛି। ବିଧିବଦ୍ଧ ଭାବେ ୨୦୦୫ରେ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଆସିଥିଲା। ସେହି ଅନୁଯାୟୀ ୧୨ ଅକ୍ଟୋବର ୨୦୦୫ରେ କେନ୍ଦ୍ରୀୟ ସୂଚନା କମିଶନ ଗଠନ କରାଯାଇଥିଲା। ଏଥିରେ ଜଣେ ମୁଖ୍ୟ ସୂଚନା କମିଶନର (ସିଆଇସି) ଏବଂ ଅତି ବେଶିରେ ୧୦ ଜଣ ସୂଚନା କମିଶନର ରହିବାର ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥାଆନ୍ତି। କେନ୍ଦ୍ରୀୟ ସୂଚନା କମିଶନ ଏକ ବୈଧାନିକ ସଂସ୍ଥା ହୋଇଥିବାରୁ ଏଥିରେ ନିଯୁକ୍ତ ବ୍ୟକ୍ତିଙ୍କୁ ବାଛିବା ସକାଶେ ଏକ କମିଟି ରହିଛି। ପ୍ରଧାନମନ୍ତ୍ରୀ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ଲୋକ ସଭାର ବିରୋଧୀ ଦଳ ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ସୂଚନା କମିଶନ ଲାଗି ଯୋଗ୍ୟ ବ୍ୟକ୍ତିଙ୍କୁ ବାଛିଥାଆନ୍ତି। ଏହି ପଦବୀଧାରୀମାନଙ୍କ ସମୟସୀମା ୫ ବର୍ଷ କିମ୍ବା ସେମାନଙ୍କୁ ୬୫ ବର୍ଷ ହେବା ଯାଏ ରହିବାର ବ୍ୟବସ୍ଥା ରହିଛି। ତେବେ ୨୬ ଅଗଷ୍ଟରେ ବିମଲ ଜୁଲ୍‌କା ସିଆଇସି ଭାବେ କାର୍ଯ୍ୟକାଳ ଶେଷ କରିବା ପରେ ଦୁଇ ମାସ ହେବ ଏହି ପଦବୀ ଖାଲିପଡ଼ିଥିଲା। ୭ ନଭେମ୍ବରରେ ୟଶବର୍ଦ୍ଧନ କୁମାର ସିହ୍ନାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିଆଇସି ଭାବେ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୋବିନ୍ଦ ନୂଆ ସିଆଇସିଙ୍କୁ ଶପଥପାଠ କରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସେ ସୂଚନା କମିଶନର ଭାବେ ୧ ଜାନୁୟାରୀ ୨୦୧୯ରେ ଶପଥ ନେଇଥିଲେ।
ୟଶବର୍ଦ୍ଧନ ବିହାର ବାସିନ୍ଦା। ୪ ଅକ୍ଟୋବର ୧୯୫୮ରେ ଏକ କାୟସ୍ଥ ପରିବାରେ ତାଙ୍କ ଜନ୍ମ। ପାଟନାସ୍ଥିତ ଛେଶାମ ଓ ସେଣ୍ଟ ଷ୍ଟିଫେନ୍ସ ସ୍କୁଲରୁ ସେ ଶିକ୍ଷା ଗ୍ରହଣ କରିଥିଲେ। ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଜଣେ ମେଧାବୀ ଛାତ୍ର ଭାବେ ସେ ତାଙ୍କ ପରାକାଷ୍ଠା ଭାରତୀୟ ସିଭିଲ୍‌ ସର୍ଭିସ୍‌ରେ ଦେଖାଇ ପାରିଥିଲେ। ୧୯୮୧ ବ୍ୟାଚର ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ରେ ଯୋଗଦେବା ପରେ ୟଶବର୍ଦ୍ଧନଙ୍କ କର୍ମମୟ ଜୀବନ ଗତି କରିଥିଲା। ବ୍ରିଟେନରେ ଭାରତର ହାଇକମିଶନର ହେବାର ଗୌରବ ଅର୍ଜନ କରିଥିବା ୟଶବର୍ଦ୍ଧନ ହେଉଛନ୍ତି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଶ୍ରୀନିବାସ କୁମାର ସିହ୍ନାଙ୍କ ପୁତ୍ର। ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍‌ଏମ୍‌) ପାଇଥିବା ଶ୍ରୀନିବାସ ଭାରତୀୟ ସେନାରେ ଭାଇସ୍‌ ଚିଫ୍‌ ଥିଲେ। କେବଳ ସେତିକି ନୁହେଁ, ଶ୍ରୀନିବାସ ଜମ୍ମୁ ଓ କଶ୍ମୀର ଏବଂ ଆସାମର ରାଜ୍ୟପାଳ ରହିଥିଲେ। ସେ ମଧ୍ୟ ନେପାଳରେ ଭାରତର ରାଷ୍ଟ୍ରଦୂତ ହୋଇଥିଲେ। ଏଭଳି ଜଣେ ବ୍ୟକ୍ତିଙ୍କ ପୁଅ ଭାବେ ୟଶବର୍ଦ୍ଧନ ଭାରତୀୟ ବୈଦେଶିକ ସେବାରେ ନିୟୋଜିତ ହେବା ନିଶ୍ଚିତ ରୂପେ ଜଣେ ପିତାଙ୍କ ପାଇଁ ଗର୍ବର ବିଷୟ ବୋଲି କୁହାଯାଇପାରେ। ସହଧର୍ମିଣୀ ଗିରିଜା ଓ ଦୁଇ ପୁଅଙ୍କୁ ନେଇ ୟଶବର୍ଦ୍ଧନଙ୍କ ସଂସାର।
୨୦୧୯ରେ ସୂଚନା ଅଧିକାର ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହେବା ପରେ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ। ମୁଖ୍ୟ ସୂଚନା କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତ କେତେକ ଧାରାରେ ପରିବର୍ତ୍ତନ କରାଯିବା ପରେ ଆର୍‌ଟିଆଇର ମୂଳ ସ୍ବରୂପ ବଦଳିଥିବା ଅଭିଯୋଗ ହୋଇଥିଲା। ଏହାଦ୍ୱାରା ରାଜନୈତିକ କ୍ଷମତା ପ୍ରୟୋଗ କରି ସିଆଇସି ଓ ସୂଚନା କମିଶନରଙ୍କୁ ଧମକ ଦେଇ କିମ୍ବା ଲୋଭ ଦେଖାଇ ପ୍ରଭାବିତ କରିବା ଭଳି ବିବାଦୀୟ କଥା ଜଡ଼ିତ ଥିବା କୁହାଯାଉଛି। ତେବେ ଆଜିର ସୂଚନା ସର୍ବସ୍ବ ଯୁଗରେ ନାଗରିକଙ୍କୁ କିଭଳି ଠିକ୍‌ ଭାବେ ସେବା ମିଳିପାରିବ ତାହାର ଦାୟିତ୍ୱ ୟଶବର୍ଦ୍ଧନଙ୍କ ଉପରେ ନ୍ୟସ୍ତ କରାଯାଇଛି। ସମସ୍ତେ ତାଙ୍କଠାରୁ ନ୍ୟାୟ ପାଇବେ ବୋଲି ଆଶା ରହିବା ସ୍ବାଭାବିକ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri