Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: କର ବା ମର ସ୍ଥିତିରେ ସୁପରନୋଭାସ୍‌

ଶାରଜା,୭।୧୧(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ମହିଳା ଟି୨୦ କ୍ରିକେଟ ଚ୍ୟାଲେଞ୍ଜ୍‌ରେ ଗତଥରର ଚାମ୍ପିୟନ ସୁପରନୋଭାସ୍‌ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ଶନିବାର ସୁପରନୋଭାସ ପ୍ରତିପକ୍ଷ ଟ୍ରେଲବ୍ଲେଜର୍ସକୁ ଭେଟିବ। ଗୁରୁବାର ଭେଲୋସିଟିକୁ ପରାସ୍ତ କରିଥିବା ଟ୍ରେଲବ୍ଲେଜର୍ସ ଆଉ ଏକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ଦୁଇଟି ବିଜୟ ହାସଲ କରିବା ପରେ ଟ୍ରେଲବ୍ଲେଜର୍ସ ନଭେମ୍ବର ୯ ତାରିଖରେ ଫାଇନାଲ ଖେଳିବ। ତେବେ ଏଥିପାଇଁ ସୁପରନୋଭାସକୁ ହରାଇବାକୁ ଟ୍ରେଲବ୍ଲେଜର୍ସ ପ୍ରୟାସ କରିବ।
ଅପରପକ୍ଷରେ ସୁପରନୋଭାସ୍‌ ପ୍ରଥମ ମ୍ୟାଚ୍‌ରେ ଭେଲୋସିଟିଠାରୁ ପରାସ୍ତ ହୋଇଛି। ଆଉ ଏକ ପରାଜୟ ସୁପରନୋଭାସ୍‌କୁ ଟୁର୍ନାମେଣ୍ଟରୁ ବାହାର କରିଦେବାକୁ ଯଥେଷ୍ଟ ହେବ। ଭଲ ନେଟ୍‌ ରନ୍‌ ରେଟ୍‌ ସହ ସୁପରନୋଭାସ୍‌ ବିଜୟୀ ହେଲେ ସମ୍ଭବତଃ ଭେଲୋସିଟିକୁ ଏଲିମିନେଟ୍‌ କରିବ। କାରଣ ଭେଲୋସିଟିର ନେଟ୍‌ ରନ୍‌ ରେଟ୍‌ -୧.୮୬୯ ରହିଛି। ସେହିପରି ଭେଲୋସିଟି ସୁପରନୋଭାସ ପରାସ୍ତ ହେଉ ବୋଲି ଚାହିଁବ। ଏହା ହେଲେ ଭୋଲେସିଟି ଫାଇନାଲକୁ ଉଠିବ।
ଭାରତୀୟ ଟି୨୦ ଅଧିନାୟିକା ହରମନପ୍ରୀତ କୌର ଓ ଶ୍ରୀଲଙ୍କା ସ୍ପିନର ଚମାରୀ ଆଟାପାଟୁ ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରି ସୁପରନୋଭାସକୁ ବିଜୟୀ କରାଇବାକୁ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍‌ରେ ସୁପରନୋଭାସ ଭଲ ସ୍ଥିତିରେ ଥିଲା। ତେବେ ସୁଷମା ବର୍ମା ଓ ସୁନ ଲୁସ୍‌ ସୁପରନୋଭାସଠାରୁ ମ୍ୟାଚ୍‌ ଛଡାଇ ନେଇଥିଲେ। ଚାପରେ ବୋଲରମାନେ ଭଲ ପ୍ରଦର୍ଶନ କରି ନ ଥିବାରୁ ଏହି ଦୁଇ ବ୍ୟାଟ୍ସଓମେନ ଫାଇଦା ଉଠାଇ ଦଳକୁ ବିଜୟୀ କରାଇଥିଲେ।
ସ୍ଥାନୀୟ ଶାରଜା ପିଚ୍‌ ଧୀରେ ଧୀରେ ମନ୍ଥର ହୋଇଛି। ତେଣୁ ଏହି ମ୍ୟାଚ୍‌ରେ ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏକଲେଷ୍ଟୋନ୍‌ ଟ୍ରେଲବ୍ଲେଜର୍ସ ପାଇଁ ପୁଣିଥରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ। ସାଥୀ ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ଓ ଅଭିଜ୍ଞ ଝୁଲଣ ଗୋସ୍ବାମୀଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରୁଛି। ଉଭୟ ସୁପରନୋଭାସ ଓ ଟ୍ରେଲବ୍ଲେଜର୍ସ ଦଳରେ କ୍ୱାଲିଟି ସ୍ପିନର ରହିଛନ୍ତି। ତେବେ ବ୍ୟାଟ୍ସଓମ୍ୟାନଙ୍କ ପ୍ରଦର୍ଶନ ଉପରେ ଦୁଇ ଦଳର ସଫଳତା ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri