ହାଇଦ୍ରାବାଦ୍‌କୁ ହରାଇଲା ପଞ୍ଜାବ

ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ପରି ପଞ୍ଜାବ ୨୦ ଓଭରରେ ୭ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୯.୫ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଛି। ଦଳ ତରଫରୁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ୩୫, ଜନି ବେୟାରଷ୍ଟୋ ୧୯, ଅବଦୁଲ ସମାଦ ୭, ମନୀଷ ପାଣ୍ଡେ ୧୫, ବିଜୟ ଶଙ୍କର ୨୬, ଜାସନ ହୋଲ୍ଡର ୫ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଅର୍ଶଦୀପ ସିଂ ଓ କ୍ରିସ୍‌ ଜୋର୍ଡାନ ୩ଟି ଲେଖାଏ, ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲା। ପ୍ରଥମ ଉଇକେଟରେ ଅଧିନାୟକ ତଥା ଓପନର ଲୋକେଶ ରାହୁଲ ଓ ମନଦୀପ ସିଂ ୩୦ ବଲରୁ ୩୭ ରନ ସଂଗ୍ରହ କରିଥିଲେ। ତେବେ ମନଦୀପ ୧୪ ବଲରୁ ୧ ଚୌକା ସହ ୧୭ ରନକରି ସନ୍ଦୀପ ଶର୍ମାଙ୍କ ବଲ୍‌ରେ ରସିଦ୍‌ ଖାନ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଇନ୍‌ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ଆଶନୁରୂପ ପ୍ରଦର୍ଶନ କରି ନ ପାରି ୨୦ ବଲରୁ ୨ ଚୌକା ଓ ୧ ଛକା ସହ ୨୦ ରନ କରି ଜାସନ ହୋଲ୍ଡରଙ୍କ ବଲ୍‌ରେ ଲଙ୍ଗ୍‌ ଅଫ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କୁ ସିଧା ସଳଖ କ୍ୟାଚ୍‌ ଦେଇଥିଲେ। ରାହୁଲ ୨୭ ବଲରୁ ୨ ଚୌକା ଓ ୧ ଛକା ସହ ୨୭ ରନକରି ଜମିଆସୁଥିବା ବେଳେ ରସିଦ ଖାନଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୩ ବଲରୁ ୧୨ ରନ କରି ଲଙ୍ଗ୍‌ ଅନ୍‌ରେ ଓ୍ବାର୍ନରଙ୍କୁ କ୍ୟାଚ୍‌ ଦେଇ ସନ୍ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। କ୍ରିସ୍‌ ଜୋର୍ଡାନ ୭, ମୁରୁଗାନ ଅଶ୍ୱିନ ୪ ରନକରି ଆଉଟ ହୋଇଥିଲେ । ନିକୋଲାସ ପୁରନ ୨୮ ବଲରୁ ୨ ଚୌକା ସହ ୩୨ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ୍‌ ତରଫରୁ ସନ୍ଦୀପ, ହୋଲ୍ଡର ଓ ରସିଦ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୨୬/୭
(ପୁରନ- ୩୨*, ରାହୁଲ- ୨୭, ଗେଲ୍‌- ୨୦, ମନଦୀପ୍‌-୧୭, ମ୍ୟାକ୍ସଓ୍ବେଲ- ୧୨, ସନ୍ଦୀପ- ୨/୨୯, ହୋଲ୍ଡର- ୨/୨୭, ରସିଦ- ୨/୧୪ )।
ସନରାଇଜର୍ସ ହାଇଦ୍ରାବାଦ୍‌ ୧୯.୫ ଓଭରରେ ୧୧୪
(ଓ୍ବାର୍ନର- ୩୫, ବେୟାରଷ୍ଟୋ- ୧୯, ପାଣ୍ଡେ- ୧୫, ଶଙ୍କର- ୨୬, ସାମି- ୧/୩୪, ମୁରୁଗାନ ଅଶ୍ୱିନ- ୧/୨୭, ବିଷ୍ଣୋଇ- ୧/୧୩, ଜୋର୍ଡାନ- ୩/୧୭, ଅର୍ଶଦୀପ-୩/୨୩ )।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ଅଷ୍ଟ୍ରେଲିଆ ଅଧିନାୟକ: ନା କରିବା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୫: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ୟାଟ କମିନ୍ସଙ୍କ ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଲାଇଭ୍‌ ମ୍ୟାଚ୍‌ରେ ସଞ୍ଜୁଙ୍କ ସହ ହେଲା ଧୋକା!ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୫: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସଞ୍ଜୁ ରାଜସ୍ଥାନକୁ ନିଜ...

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri