ଆଇପିଏଲ୍‌: ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ, ରାଜସ୍ଥାନ

ଆବୁଧାବି, ୧୯।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ କରୁଥିବା ଦୁଇ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ସୋମବାର ମୁହଁାମୁହିଁ ହେବେ। ପ୍ଲେ- ଅଫ୍‌ ଆଶା ବଜାୟ ରଖିବାକୁ ଉଭୟ ଦଳ ବିଜୟୀ ହେବା ଜରୁରୀ ହୋଇ ପଡିଛି। ଫଳରେ ଏହି ମ୍ୟାଚ୍‌ର ଗୁରୁତ୍ୱ ବଢ଼ିଯାଇଛି। ପରାସ୍ତ ହେଲେ ପ୍ଲେ- ଅଫ୍‌ରେ ସ୍ଥାନ ବଜାୟ ରଖିବା କଷ୍ଟକର ହେବ ବୋଲି ଉଭୟ ଦଳ ହୃଦୟଙ୍ଗମ କରିଥିବେ। ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ଉଭୟ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି।
ଚେନ୍ନାଇ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ୬ ପରାଜୟ ସହ ୬ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୩ ବିଜୟ ଓ ୬ ପରାଜୟ ସହ ସମାନ ୬ ପଏଣ୍ଟ ହାସଲ କରିଥିଲେ ମଧ୍ୟ ନେଟ୍‌ ରନ୍‌ ରେଟ୍‌ ଦୃଷ୍ଟିକୋଣରୁ ପଛରେ ରହି ସପ୍ତମ ସ୍ଥାନରେ ରହିଛି। ଉଭୟ ଦଳ ଏବେ ଆଉ ବାକିଥିବା ୫ଟି ମ୍ୟାଚ୍‌ ଖେଳିବେ। ତେଣୁ ଉଭୟ ଦଳ ପାଇଁ ଆଗକୁ କଷ୍ଟକର ପରସ୍ଥିତି ରହିଛି। ତେଣୁ ଦୁଇ ଦଳକୁ ପ୍ରାୟ ସବୁ ମ୍ୟାଚ୍‌ରେ ବିଜୟୀ ହେବା ଭଳି ପରସ୍ଥିତି ସୃଷ୍ଟି ହୋଇଛି।
ଶନିବାର ଦୁଇ ଦଳ ସେମାନଙ୍କ ଗତ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ୫ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାସ୍ତ ହୋଇଥିବା ବେଳେ ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ମ୍ୟାଚ୍‌ ହାରିଥିଲା। ଗ୍ରୋନ ଇଞ୍ଜୁରୀ କାରଣରୁ ତାରକା ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଅତି କମ୍‌ରେ କିଛିଦିନ ପାଇଁ ବାଦ୍‌ ପଡିଛନ୍ତି। ଫଳରେ ଚେନ୍ନାଇର ସମସ୍ୟା ଆହୁରି ବଢିଯାଇଛି। ସନରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇବା ପରେ ଚେନ୍ନାଇ ଏକ ପ୍ରକାର ଟ୍ରାକ୍‌କୁ ଫେରିଥିଲା। ତେବେ ଗତ ମ୍ୟାଚ୍‌ ଦୁର୍ବଳ ଫିଲ୍ଡିଂ ଓ ଶିଖର ଧାଓ୍ବନଙ୍କ ମ୍ୟାଚ୍‌ ବିଜୟୀ ଶତକ ପାଇ ଚେନ୍ନାଇ ପୁଣି ପରାସ୍ତ ହୋଇଥିଲା। ଏକାଧିକ ଜୀବନଦାନ ପାଇ ଧାଓ୍ବନ କ୍ୟାରିୟରର ପ୍ରଥମ ଆଇପିଏଲ ଶତକ ହାସଲ କରିଥିଲେ। ଶେଷରେ ଅନ୍ତିମ ଓଭରରେ ଅକ୍ଷର ପଟେଲ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ୩ଟି ଛକା ମାରି ଚେନ୍ନାଇକୁ ଷଷ୍ଠ ପରାଜୟ ଭେଟି ଦେଇଥିଲେ। ଚେନ୍ନାଇ ଫିଲ୍ଡରମାନେ ଧାଓ୍ବନ ୨୫ ଓ ୭୯ ରନ କରିଥିବା ବେଳେ କ୍ୟାଚ୍‌ ଛାଡିଥିଲେ। ତେଣୁ ଫିଲ୍ଡିଂରେ ଚେନ୍ନାଇ ଉନ୍ନତି କରିବାକୁ ପ୍ରୟାସ କରିବ। କ୍ୟାଚ୍‌ ଛାଡିଥିଲେ ମଧ୍ୟ ଧାଓ୍ବନଙ୍କୁ ଶ୍ରେୟ ଦେବାକୁ ହେବ ବୋଲି ଧୋନୀ ମ୍ୟାଚ୍‌ ପରେ କହିଛନ୍ତି।
ଅପରପକ୍ଷରେ ରାଜସ୍ଥାନ ମଧ୍ୟ ଏକାଧିକ ସମସ୍ୟାରେ ରହିଛି। ବିଜୟକୁ ଅତି ନିକଟରୁ ହାତଛଡା କରିଛି ଏହି ଦଳ। ତେବେ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଫର୍ମକୁ ଫେରିବା ଦଳ ପାଇଁ ଏକ ଖୁସି ଖବର। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ୫୭ ରନର ଦ୍ରୁତ ପାଳି ଖେଳିଥିଲେ। ତେବେ ଦଳରେ ବିଳମ୍ବରେ ଯୋଗ ଦେଇଥିବା ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏପର୍ଯ୍ୟନ୍ତ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ପୁଣି ଜୋଶ ବଟଲର ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଫଳରେ ଦଳର ପ୍ରଦର୍ଶନ ପ୍ରଭାବିତ ହୋଇଛି। ଟୁର୍ନାମେଣ୍ଟ ଆରମ୍ଭରେ ଦମ୍‌ଦାର ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନ ପରେ ଫେଲ୍‌ ମାରିଛନ୍ତି। ରବିନ୍‌ ଉଥାପ୍ପା ଏବେ ଫର୍ମକୁ ଫେରିବାର ସୂଚାନ ଦେଇଛନ୍ତି। ଗତ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ୨୨ ବଲରୁ ୪୧ ରନ କରିଥିଲେ। ଜୋଫ୍ରା ଆର୍ଚରଙ୍କ ନେତୃତ୍ୱରେ ରାଜସ୍ଥାନ ବୋଲିଂ ବିଭାଗ ମାମୁଲି ମନେହେଉଛି। ଭଉୟ ଦଳ ପାଇଁ ବିଜୟ ଜରୁରୀ ଥିବାରୁ ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ଫାଫ୍‌ ଡୁପ୍ଲେସି, ଶେନ୍‌ ଓ୍ବାଟସନ, କେଦାର ଯାଦବ, ଡ୍ବେନ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ଲୁନ୍‌ଗି ଏନ୍‌ଗିଡି, ଦୀପକ ଚହର, ପୀୟୂଷ ଚାଓ୍ବଲା, ଇମ୍ରାନ ତାହିର, ମିଚେଲ ସାଣ୍ଟନର, ଜୋଶ ହାଜେଲଉଡ, ଶାର୍ଦ୍ଦୁଲ ଠାକୁର, ସାମ କୁରାନ, ଏନ୍‌. ଜଗଦୀଶନ, କେ.ଏମ. ସୌଫ, ମୋନୁ କୁମାର, ଆର. ସାଇ କିଶୋର, ଋତୁରାଜ ଗାଏକ୍ୱାଡ ଓ କର୍ନ ଶର୍ମା।
ରାଜସ୍ଥାନ ରୟାଲ୍ସ: ଷ୍ଟିଭ ସ୍ମିଥ୍‌ (ଅଧିନାୟକ), ବେନ୍‌ ଷ୍ଟୋକ୍ସ, ସଞ୍ଜୁ ସାମସନ, ଆଣ୍ଡ୍ର୍ୟୁ ଟାଏ, କାର୍ତ୍ତିକ ତ୍ୟାଗୀ, ଅଙ୍କିତ୍‌ ରାଜପୁତ, ଶ୍ରେୟାସ ଗୋପାଲ, ରାହୁଲ ଟଓ୍ବୋଟିଆ, ଜୟଦେବ ଉନାଡକଟ, ମୟଙ୍କ ମାର୍କଣ୍ଡେ, ମହୀପାଲ ଲୋମରର, ଓସେଶ ଥୋମାସ, ରିୟାନ ପରାଗ, ଯଶସ୍ବୀ ଜୟସ୍ବାଲ, ଆନୁଜ ରାଓ୍ବତ୍‌, ଆକାଶ ସିଂ, ଡେଭିଡ ମିଲର, ମନନ ଭୋରା, ଶଶାଙ୍କ ସିଂ, ବରୁନ ଆରୋନ, ଟମ୍‌ କୁରାନ, ରବିନ ଉଥାପ୍ପା, ଅନିରୁଦ୍ଧ ଯୋଶୀ ଓ ଜୋଫ୍ରା ଆର୍ଚର।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri