Posted inଖେଳ

ଓଡ଼ିଶା ଏଫ୍‌ସିରେ କୋଲ୍‌ : ଆଲେକ୍‌ଜାଣ୍ଡର

ଭୁବନେଶ୍ୱର, ୧୧ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ହିରୋ ଇଣ୍ଡିଆନ ସୁପର ଲିଗ୍‌ର ୭ମ ସଂସ୍କରଣ ପୂର୍ବରୁ ଦକ୍ଷିଣ ଆଫ୍ରିକୀୟ ମିଡ୍‌ଫିଲ୍ଡର କୋଲ୍‌ ଆଲେକ୍‌ଜାଣ୍ଡର ଓଡ଼ିଶା ଏଫ୍‌ସି ସହ ୨ବର୍ଷିଆ ଚୁକ୍ତି କରିଛନ୍ତି। କ୍ଲବ ତରଫରୁ ଶନିବାର ଘୋଷଣା କରାଯାଇଛି। କେପ୍‌ଟାଉନ୍‌ରେ ଜନ୍ମଗ୍ରହଣ କରିଥିବା ଆଲେକ୍‌ଜାଣ୍ଡର ଭାସ୍କୋଡାଗାମା, ଚିପ୍ପା ୟୁନାଇଟେଡ୍‌ ପୋଲେକ୍ୱାନେ ସିଟି ଏବଂ ସୁପର ସ୍ପୋର୍ଟ ୟୁନାଇଟେଡ୍‌ ଆଦି ବିଭିନ୍ନ କ୍ଲବ ତରଫରୁ ଖେଳିଛନ୍ତି। ତାଙ୍କୁ ବର୍ତ୍ତମାନ ୩୧ ବର୍ଷ ବୟସ। ସେ ଦକ୍ଷିଣ ଆଫ୍ରିକା ଜାତୀୟ ଦଳର ଜଣେ ସଦସ୍ୟ। ଗତବର୍ଷ ସାଉଥ ଆଫ୍ରିକାନ୍‌ ପ୍ରିମିୟର ଲିଗ୍‌ରେ ବିଦ୍‌ଭେଷ୍ଟ ଓ୍ବିଟ୍ସ ତରଫରୁ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବାକ୍ସଟର କହିଛନ୍ତି, ସେ ବଫାନା ସହିତ ଥିବାବେଳେ କୋଲ୍‌ଙ୍କ ସହ କାର୍ଯ୍ୟ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ଖେଳାଳି। ଆମ ସମର୍ଥକଙ୍କ ସେ ପ୍ରିୟଭାଜନ ହୋଇ ପାରିବେ ବୋଲି ତାଙ୍କର ଦୃଢ ବିଶ୍ୱାସ। ଆଲକ୍‌ଜାଣ୍ଡର କହିଛନ୍ତି, କ୍ଲବର ସ୍ବତନ୍ତ୍ର ସମର୍ଥକଙ୍କ ବିଷୟରେ ମୁଁ ଅନେକ କିଛି ଶୁଣିଛି। ଚଳିତ ବର୍ଷ ଅବଶ୍ୟ ସେମାନଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିବନି। ଆମେ ପ୍ରଭାବୀ ପ୍ରଦର୍ଶନ ସହ ସେମାନଙ୍କୁ ଗର୍ବିତ କରିବାକୁ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri