Posted inଖେଳ

ଚେନ୍ନାଇର ହ୍ୟାଟ୍ରିକ ପରାଜୟ

ଦୁବାଇ, ୩।୧୦-ଏକାଧିକ କ୍ୟାଚ ଡ୍ରପ୍‌ ଏବଂ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ୭ ରନରେ ପରାଜିତ ହୋଇଛି। ୧୬୫ ରନ ବିଜୟ ଲକ୍ଷ୍ୟର ପିଛା କରି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ କରି ପାରିଥିଲା। ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ଚେନ୍ନାଇ ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ୪ ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।
ସ୍କୋର ବେଶି ବଡ଼ ନ ଥିଲେ ହେଁ ଚେନ୍ନାଇର ଆରମ୍ଭ ଭଲ ହୋଇ ନ ଥିଲା। ଫର୍ମରେ ନ ଥିବା ଶେନ ଓ୍ବାଟସନ ମାତ୍ର ୧ ରନ କରି ଆଉଟ ହୋଇଥିବାବେଳେ ଆହତ ସମସ୍ୟାରୁ ମୁକୁଳିଥିବା ଅମ୍ବାତି ରାୟୁଡ଼ୁ ୯ ବଲ୍‌ରୁ ୮ ରନ କରି ପାରିଥିଲେ। ଇନିଂସ ଓପନ କରିଥିବା ଫାଫ୍‌ ଡୁପ୍ଲେସି ୧୯ ବଲ୍‌ରୁ ୨୨(୪ ଚୌକା) ରନ କରି ରନଆଉଟ ହୋଇଥିଲେ। କେଦାର ଯାଦବ ମାତ୍ର ୩ ରନରେ ଆଉଟ ହେବାରୁ ୮.୨ ଓଭର ବେଳକୁ ଚେନ୍ନାଇ ସ୍କୋର ୪୨/୪ ହୋଇ ଯାଇଥିଲା। ରବୀନ୍ଦ୍ର ଜାଡେଜାଙ୍କ ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିଜ୍‌ରେ ଯୋଗଦେଇ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ତେବେ ଆବଶ୍ୟକ ରନ୍‌ ହାର କ୍ରମେ ବଢ଼ି ଚାଲିଥିଲା। କେତେକ ଦର୍ଶନୀୟ ଶଟ୍‌ ଖେଳିବା ସହ ଜାଡେଜା ଅର୍ଦ୍ଧଶତକ ପୂରଣ କରିଥିଲେ। ୫ମ ଉଇକେଟରେ ୭୨ ରନ ଯୋଗ ହେବାପରେ ଜାଡେଜା ବ୍ୟକ୍ତିଗତ ୫୦(୩୫ ବଲ, ୫ ଚୌକା, ୨ ଛକା) ରନ କରି ଆଉଟ ହୋଇଥିଲେ। ଭୁବନେଶ୍ୱର କୁମାର ନିଜ ଶେଷ ଓଭରର ପ୍ରଥମ ବଲ୍‌ ବୋଲିଂ କରିବାପରେ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତାଙ୍କ ବାମ ଜଙ୍ଘ ମାଂଶପେସୀ ଟାଣି ଧରିଥିଲା। ଧୋନୀ ମଧ୍ୟ ଅସୁସ୍ଥ ଅନୁଭବ କରି ଚିକିତ୍ସିତ ହୋଇଥିଲେ। ତେବେ ସେ ଖେଳ ବଜାୟ ରଖି ସାମ୍‌ କୁରାନଙ୍କ ସହ ଉଦ୍ୟମ କରିଥିଲେ ହେଁ ଟାର୍ଗେଟଠାରୁ ୮ ରନ ଦୂରରେ ରହି ଯାଇଥିଲେ। ୩୬ଟି ବଲ୍‌ ଖେଳିଥିବା ଧୋନୀ ୪ ଚୌକା ଓ ୧ ଛକା ସହ ୪୭ ଓ କୁରାନ ୫ ବଲ୍‌ରୁ ୧୫(୨ ଛକା) ରନରେ ଅପରାଜିତ ରହିଥିଲେ।
ହାଇଦ୍ରାବାଦ ପକ୍ଷରୁ ଟି. ନଟରାଜନ ୨ଟି ଏବଂ ଭୁବନେଶ୍ୱର କୁମାର ଓ ଅବଦୁଲ ସମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ସନ୍‌ରାଇଜର୍ସ ଅଧିନାୟକ ଡେଭିଡ ଓ୍ବାର୍ନର। ମାତ୍ର ପ୍ରଥମ ଓଭରର ୪ର୍ଥ ବଲ୍‌ରେ ନିର୍ଭରଯୋଗ୍ୟ ଜନି ବେୟାରଷ୍ଟୋ ଆଉଟ ହେବା ଦଳକୁ ଶକ୍ତ ଆଘାତ ଦେଇଥିଲା। ଫଳରେ ଓ୍ବାର୍ନର ନିଜ ସ୍ବାଭାବିକ ଆକ୍ରମଣାତ୍ମକ ଖେଳରୁ ନିବୃତ୍ତ ରହି ମନୀଷ ପାଣ୍ଡେଙ୍କ ସହ ଇନିଂସ ଗଢ଼ିବା ଉପରେ ମନୋନିବେଶ କରିଥିଲେ। ଦ୍ୱିତୀୟ ଉଇକେଟ ଯୋଡ଼ିରୁ ୪୬ ରନ ସଂଗ୍ରହ ପରେ ମନୀଷ ଆଉଟ ହୋଇ ଯାଇଥିଲେ। ସେ ୨୧ ବଲ୍‌ରୁ ୨୯(୫ ଚୌକା) ରନ କରିଥିବାବେଳେ ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ସାମ୍‌ କୁରାନଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ଓ୍ବାର୍ନର ଓ କେନ୍‌ ଓ୍ବିଲିୟମସନ୍‌ଙ୍କ ଉପରେ ଦଳ ନିର୍ଭର କରିଥିଲା। ମାତ୍ର ପୀୟୂଷ ଚାଓ୍ବଲା ବୋଲିଂ କରିଥିବା ୧୧ତମ ଓଭରର ୫ମ ଓ ୬ଷ୍ଠ ବଲ୍‌ରେ ଏହି ଦୁଇ ଖେଳାଳି ଆଉଟ ହେବାରୁ ଦଳର ବଡ଼ ସ୍କୋର ଆଶା ମଉଳି ଯାଇଥିଲା। ଓ୍ବାର୍ନର ୨୯ ବଲ୍‌ରୁ ୨୮(୩ ଚୌକା) ରନ କରି ଫାଫ୍‌ ଡୁପ୍ଲେସିଙ୍କ ଲଙ୍ଗଅନ୍‌ ବାଉଣ୍ଡାରି ଚମତ୍କାରୀ କ୍ୟାଚର ଶିକାର ହୋଇ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟପକ୍ଷରେ ୧୩ ବଲ୍‌ରୁ ୯ ରନ କରି ଓ୍ବିଲିୟମସନ ରନ୍‌ଆଉଟ ହୋଇ ଯାଇଥିଲେ। ଫଳରେ ଦୁଇ ଯୁବ ଖେଳାଳି ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମା ଦଳର ଭାର ନିଜ ଉପରକୁ ନେଇଥିଲେ। ଦୁହେଁ ଷ୍ଟ୍ରୋକପୂର୍ଣ୍ଣ ଇନିଂସ ଖେଳି ୫ମ ଉଇକେଟ ଯୋଡ଼ିରେ ୭୭ ରନ ଯୋଗ କରିବା ସହ ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅଭିଷେକ ୨୪ ବଲ୍‌ରୁ ୩୧(୪ ଚୌକା, ୧ ଛକା) ରନ କରି ଆଉଟ ହୋଇଥିବାବେଳେ ପ୍ରିୟମ ୨୬ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ୫୧ ରନରେ ଅପରାଜିତ ରହିଥିଲେ। ଆଇପିଏଲ୍‌ରେ ଏହାଥିଲା ତାଙ୍କର ପ୍ରଥମ ଅର୍ଦ୍ଧଶତକ। ଶେଷଭାଗରେ ଚେନ୍ନାଇର ଫିଲ୍ଡିଂ ଖରାପ ରହିଥିଲା। ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଳ ଠାକୁର କ୍ୟାଚ ଖସାଇଥିଲେ। ବୋଲରଙ୍କ ମଧରେ ଦୀପକ ଚହର ୨ଟି ଏବଂ ଶାର୍ଦ୍ଦୁଳ ଠାକୁର ଓ ପୀୟୂଷ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୬୪/୫(ପ୍ରିୟମ-୫୧*, ଅଭିଷେକ-୩୧, ମନୀଷ-୨୯, ଓ୍ବାର୍ନର-୨୮, ଦୀପକ-୨/୩୧, ଶାର୍ଦ୍ଦୁଳ-୧/୩୨, ଚାଓ୍ବଲା-୧/୨୦)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୫୭/୫(ଜାଡେଜା-୫୦, ଧୋନୀ-୪୭*, ଡୁପ୍ଲେସି-୨୨, ନଟରାଜନ-୨/୪୩, ଭୁବନେଶ୍ୱର-୧/୨୦, ସମଦ-୧/୪୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri