Posted inଖେଳ

ଫିଟ୍‌ ଇଣ୍ଡିଆ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି ୧୦ କୋଟି

ନୂଆଦିଲ୍ଲୀ,୩।୧୦(ପି.ଟି.): ଏପର୍ଯ୍ୟନ୍ତ ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ ‘ଫିଟ୍‌ ଇଣ୍ଡିଆ’ ଅଭିଯାନରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଦେଶବାସୀଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଉନ୍ନତି ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ସିଆରପିଏଫ୍‌ର ଏକ ଦିବ୍ୟାଙ୍ଗ ଦଳ ୧୬ ଦିନ ମଧ୍ୟରେ ୧,୦୦୦ କି.ମି. ଅତିକ୍ରମ କରି ଅହମ୍ମଦାବାଦର ସାବରମତୀ ଆଶ୍ରମରୁ ବାହାରି ଦିଲ୍ଲୀ ପହଞ୍ଚିଛନ୍ତି ବୋଲି ରିଜିଜୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲଞ୍ଚ୍‌ ହୋଇଥିବା ଏହି ଅଭିଯାନ ନେଇ ଏକ ସମୀକ୍ଷା କରିଥିଲି। ଖୁସିର ସହିତ କହିବାକୁ ଚାହୁଁଛି ଯେ, ଏହି ଅଭିଯାନରେ ୧୦ କୋଟି ଲୋକ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାଜଘାଟରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରିଜିଜୁ ଏହି କଥା କହିଛନ୍ତି। ସିଆରପିଏଫ୍‌ ଏହି ଅଭିଯାନରେ ଯୋଗଦେବା ଏକ ବଡ଼ କଥା ଓ ଏହା ଦ୍ୱାର ବହୁ ଲୋକ ସକାରାତ୍ମକ ଭାବେ ପ୍ରଭାବିତ ହୋଇଛନ୍ତି। ସିଆର୍‌ପିଏଫ୍‌ର ଦିବ୍ୟାଙ୍ଗ ଯୋଦ୍ଧାଙ୍କ ଏହି ସାଇକେଲ ରାଲି ଦେଶବାସୀଙ୍କୁ ବହୁ ବାର୍ତ୍ତା ପ୍ରଦାନ କରୁଛି। ଏହା ଦ୍ୱାରା ଲୋକଙ୍କ ପାଖରେ ଶାନ୍ତି, ଦୃଢ଼ ସଂକଳ୍ପ ଓ ଉତ୍ସାହର ବାର୍ତ୍ତା ପହଞ୍ଚିଛି ବୋଲି ସେ କହିଛନ୍ତି।
ଦେଶରେ ଦିବ୍ୟାଙ୍ଗ କ୍ରୀଡ଼ାବିତ ଓ ଆଥଲେଟଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ସବୁକିଛି କରିବାକୁ ପ୍ରସ୍ତୁତ ଅଛି। ପାରା- ଆଥଲେଟ ଓ ରେଗୁଲାର ଆଥଲେଟଙ୍କୁ ସରକାର ସମାନ ନଜରରେ ଦେଖୁଛନ୍ତି। ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ସଫଳତା ହାସଲ କରୁଥିବା ଆଥଲେଟ ଦେଶ ପାଇଁ ସମାନ ଭାବେ ଗୌରବ ଆଣିଥାନ୍ତି। ତେବେ ପାରା ଆଥଲେଟଙ୍କ ପାଇଁ ଆହୁରି କିଛି କରିବାର ଆବଶ୍ୟକତା ରହିଛି ବୋଲି ସେ ସ୍ବୀକାର କରିଛନ୍ତି। ସବୁ ପ୍ରକାର କ୍ରୀଡ଼ାର ଉନ୍ନତି ପାଇଁ ସରକାର ବଦ୍ଧପରିକର ବୋଲି ରିଜିଜୁ କହିଛନ୍ତି। ପାରା ଆଥଲେଟ୍‌ ତଥା ଦିବ୍ୟାଙ୍ଗ ଆଥଲେଟ୍‌ଙ୍କ ପାଇଁ ଭିତ୍ତିଭୂମି ନ ଥିଲେ କୌଣସି ଷ୍ଟାଡିୟମ କିମ୍ବା ସ୍ପୋଟର୍‌ସ କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ନୁହଁ। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ସବୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରିଜିଜୁ କହିଛନ୍ତି।
ଏହି ସାଇକେଲ ରାଲିକୁ ସିଆରପିଏଫ୍‌ ଡାଇରେକ୍ଟର ଜେନେରାଲ ଏ.ପି. ମାହେଶ୍ୱରୀ ପ୍ରଶଂସା କରିଛନ୍ତି। ଦେଶର ସର୍ବବୃହତ୍‌ ପାରାମିଲିଟାରି ଫୋର୍ସ ରୂପେ ବିବେଚିତ ହେଉଥିବା ସିଆରପିଏଫ୍‌ ଦିବ୍ୟାଙ୍ଗ ଆଥଲେଟ୍‌ଙ୍କ ସୁବିଧା ତଥା ଉନ୍ନତି ପାଇଁ ନୀତି ନିର୍ଦ୍ଧାରଣ କରୁଛି। ଦେଶର ସେବା କରିବା ଅବସରରେ ଏହି ଦିବ୍ୟାଙ୍ଗ ଯୋଦ୍ଧାମାନେ ଆହତ ହୋଇଛନ୍ତି। ପାରା ସ୍ପୋଟର୍‌ସରେ ଏମାନେ ଯେପରି ଶୀର୍ଷରେ ପହଞ୍ଚିବେ ସେ ନେଇ ବ୍ୟବସ୍ଥା କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ସେପ୍ଟେମ୍ବର ୧୭ ତାରିଖରେ ଅହମ୍ମଦାବାଦ୍‌ରୁ ଏହି ସାଇକେଲ ରାଲିଙ୍କୁ ପତାକା ଦେଖାଇ ଉଦ୍‌ଘାଟନ କରାଯାଇଥିଲା। ଏଥିରେ ୬ ଜଣ ମହିଳାଙ୍କ ସମେତ ସିଆରପିଏଫ୍‌ ଅଧିକାରୀ ଆର.କେ. ସିଂ ମଧ୍ୟ ଯୋଗ ଦେଇଥିଲେ। ୨୦୧୧ରେ ଏହି ଅଧିକାରୀ ଜଣକ ଝାଡ଼ଖଣ୍ଡରେ ମାଓବାଦୀଙ୍କ ସହ ଲଢେଇ କରି ଆହତ ହୋଇଥିଲେ ଓ ବାମ ଗୋଡ ହରାଇଥିଲେ। ତାଙ୍କୁ ସୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri