ଜିଓ ମାର୍ଟର ଫେଷ୍ଟିଭ ରେଡି ସେଲ୍‌

ନୂଆଦିଲ୍ଲୀ: ଜିଓ ମାର୍ଟ ପକ୍ଷରୁ ପାର୍ବଣ ଉପଲକ୍ଷେ ‘ଫେଷ୍ଟିଭ ରେଡି ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍‌ ଦ୍ୱାରା ପାର୍ବଣ ପାଇଁ ଲୋକମାନେ ଆବଶ୍ୟକ ସାମଗ୍ରୀ କ୍ରୟ କରିପାରିବେ। ଏହା ଦେଶର ଏକ ପ୍ରମୁଖ ଗ୍ରସେରି ସାମଗ୍ରୀ ସେଲ୍‌ ହୋଇଥିବା ବେଳେ ଏଥିରେ ଗ୍ରାହକ ଆକର୍ଷଣୀୟ ରିହାତି ପାଇପାରିବେ। ସବୁ ବର୍ଗର ଗ୍ରସେରି ସାମଗ୍ରୀରେ ବୃହତ୍‌ ସଞ୍ଚୟ ସୁବିଧା ଗ୍ରାହକ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏହା ମଧ୍ୟରେ ଖାଦ୍ୟଶସ୍ୟ, ପ୍ୟାକେଜ୍‌ଡ ଫୁଡ୍‌, ହୋମ ଏବଂ ପର୍ସନାଲ କେୟାର, ଡେରୀ ସମେତ ଅନ୍ୟ ପ୍ରଡକ୍ଟ ସାମିଲ ରହିଛି। ଏହି ଅଫର ଜିଓ ମାର୍ଟ ସମେତ ରିଲାଏନ୍ସ ଫ୍ରେସ୍‌ ଏବଂ ରିଲାଏନ୍ସ ସ୍ମାର୍ଟ ଷ୍ଟୋରଗୁଡିକରେ ମଧ୍ୟ ଉପଲବ୍ଧ ରହିଛି। ଜିଓ ମାର୍ଟରେ କ୍ରୟ ଉପରେ ଗ୍ରାହକ ସାମଗ୍ରୀ ଘରେ ଡେଲିଭରି ପାଇପାରିବେ। ଏଥିଲାଗି କୌଣସି କ୍ରୟ ସୀମା ରଖାଯାଇନାହିଁ। ଚଳିତ ସପ୍ତାହ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସେଲ୍‌ ସପ୍ତାହ ଶେଷ ଯାଏ ଚାଲିବ। ସେହିଭଳି ଗ୍ରାହକଙ୍କ ଲାଗି ବିସ୍ତୃତ ବର୍ଗରେ ପ୍ରଡକ୍ଟ ମଧ୍ୟ ଏଥିରେ ସାମିଲ କରାଯାଇଛି। ସମାନ ପ୍ରକାର ସେଲ୍‌ ରିଲାଏନ୍ସ ଫ୍ରେସ୍‌ ଏବଂ ସ୍ମାର୍ଟ ଷ୍ଟୋରରେ ଆରମ୍ଭ କରାଯାଇଛି। ଅନ୍‌ଲାଇନ ଶପିଂର ଏକ ଭିନ୍ନ ଅଭିଜ୍ଞତା ପ୍ରଦାନ କରିବା ଦିଗରେ ଏଭଳି ସେଲ୍‌ ଆରମ୍ଭ କରାଯାଇଛି। ପାର୍ବଣରେ ଏହାର ଲାଭ ନେବାକୁ କମ୍ପାନୀ ପକ୍ଷରୁ ନିବେଦନ କରାଯାଇଛି। ଟପ୍‌ ୧୦ ପ୍ରଡକ୍ଟ ମଧ୍ୟରେ ପ୍ରମୁଖ ବ୍ରାଣ୍ଡର ଚକୋଲେଟ ହୋମ୍‌ ପ୍ୟାକ, କୋକୋକୋଲା, ସ୍ପ୍ରାଇଟ ଏବଂ ଥମଶପ୍‌ର ପ୍ୟାକ, ଚାରମିନାର ବାସ୍‌ମତି ଚାଉଳ ଏବଂ ଆଶୀର୍ବାଦ ବ୍ରାଣ୍ଡ ଅଟା ପ୍ୟାକ, ବିଭିନ୍ନ ବ୍ରାଣ୍ଡ ବିସ୍କୁଟର ବଡ ପ୍ୟାକ, ସୁଜି, ବେସନ ଏବଂ ମଇଦାର ପ୍ୟାକ, ଗୁଡ୍‌ଲାଇଫ କାଜୁ, ଗୁଡ୍‌ଲାଇଫ ଆଲମଣ୍ଡ, ଟପ୍‌ ବ୍ରାଣ୍ଡକୁ ନେଇ ଡିଓ ପ୍ୟାକ୍‌, ସର୍ଫ ଏକ୍ସେଲ ପ୍ୟାକ, ଟପ୍‌ ସାବୁନ ବ୍ରାଣ୍ଡ ଏବଂ ନୁଡୁଲ୍ସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri