Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ : ଗଫିନ୍‌ଙ୍କ ବିପର୍ଯ୍ୟୟ, ନିଶିକୋରୀ, ଇସ୍ନରଙ୍କ ବିଜୟ ଅଭିଯାନ

ପ୍ୟାରିସ୍‌,୨୮ା୯ (ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ କୁହାଯାଉଥିବା ଫ୍ରେଞ୍ଚ୍‌ ଓପନ୍‌ର ମୁଖ୍ୟ ଡ୍ର’ ରବିବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡରେ କେତେଜଣ ସିଡେଡ୍‌ ଖେଳାଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ୧୧ତମ ସିଡ୍‌ ଖେଳାଳି ବେଲଜିୟମର ଡେଭିଡ୍‌ ଗଫିନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସେ ୧୯ ବର୍ଷୀୟ ଇଟାଲୀ ଖେଳାଳି ଜାନ୍ନିକ ସିନରଙ୍କଠାରୁ ୭-୫, ୬-୦, ୬-୩ ସେଟ୍‌ରେ ପରାସ୍ତ ହୋଇଛନ୍ତି। ସିନର ଦ୍ୱିତୀୟଥର ପାଇଁ ଗଫିନ୍‌କୁ ହରାଇଛନ୍ତି। ଏହାପୂର୍ବରୁ ସେ ରୋଟ୍ଟରଡାମ ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ମଧ୍ୟ ଗଫିନଙ୍କୁ ହରାଇଥିଲେ। ସେହିପରି ଆମେରିକାର ୨୧ତମ ସିଡ୍‌ ଖେଳାଳି ଜନ୍‌ ଇସ୍ନର ୬-୪, ୬-୧, ୬-୩ ସେଟ୍‌ରେ ସ୍ଥାନୀୟ ଖେଳାଳି ଏଲିଅଟ୍‌ ବେଞ୍ଚେଟ୍ରିଟ୍‌ଙ୍କ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଏବେ ଆମେରିକାର ସେବାଷ୍ଟିଆନ୍‌ କୋଡ୍ରାଙ୍କୁ ଭେଟିବେ। କୋଡ୍ରା ପ୍ରଥମ ରାଉଣ୍ଡରେ ଇଟାଲୀର ଆଣ୍ଡ୍ରି ସିପ୍ପିଙ୍କୁ ମାରାଥନ ୬-୨, ୪-୬, ୬-୩, ୬-୩ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଜାପାନର କେଇ ନିଶିକୋରୀ ୧-୬, ୬-୧, ୭-୬, ୧-୬, ୬-୪ ମାରାଥନ ସେଟ୍‌ରେ ବ୍ରିଟେନର ଡାନିଏଲ ଇଭାନ୍ସଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି।

ଭେନସଙ୍କ ବିପର୍ଯ୍ୟୟ: ଦ୍ୱିତୀୟ ରାଉଣ୍ଡରେ ହାଲେପ୍‌, ଆଜାରେଙ୍କା
ଫ୍ରେଞ୍ଚ୍‌ ଓପନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ୧୦ମ ସିଡ୍‌ ମାନ୍ୟତା ପାଇଥିବା ଆଜାରେଙ୍କା ୬-୧, ୬-୨ ସେଟ୍‌ରେ ମୋଣ୍ଟେନେଗ୍ରୋର ଡାଙ୍କା କୋଭିନିକଙ୍କୁ ସହଜରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଆଜାରେଙ୍କା ସ୍ଲୋଭାକିଆର ଆନ୍ନା କାରୋଲିନା ସିମିଏଡୋଲଭାଙ୍କୁ ଭେଟିବେ। ଆନ୍ନା ପ୍ରଥମ ରାଉଣ୍ଡରେ ଆମେରିକାର ଭେନସ ଓ୍ବିଲିୟମ୍ସଙ୍କୁ ୬-୪, ୬-୪ ସେଟ୍‌ରେ ହରାଇ ବିପର୍ଯ୍ୟୟ ଘଟାଇଛନ୍ତି।
ସେହିପରି ଭାରତୀୟ ବଂଶୋଦ୍ଭବ ଖେଳାଳି ଅଷ୍ଟ୍ରେଲିଆର ଅସ୍ତ୍ର ଶର୍ମା ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨୫ ବର୍ଷୀୟ ଅସ୍ତ୍ର ପ୍ରଥମ ରାଉଣ୍ଡରେ ରୁଷିଆର ଆନ୍ନା ବ୍ଲିଙ୍କୋଭାଙ୍କୁ ୬-୩, ୨-୬, ୭-୫ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ରୁଷିଆର ଏକାଟେରିନା ଆଲେକ୍‌ଜାଣ୍ଡ୍ରୋଭାଙ୍କୁ ଭେଟିବେ। ଏକାଟେରିନା ପ୍ରଥମ ରାଉଣ୍ଡରେ ମାଡିନସନ ଇଂଗିଲିସ୍‌ଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ଟପ୍‌ସିଡ୍‌ ମାନ୍ୟତା ପାଇଥିବା ରୋମାନିଆର ସିମୋନା ହାଲେପ ନିଜ ଜନ୍ମଦିନରେ ୬-୪, ୬-୦ ସେଟ୍‌ରେ ସ୍ପେନ୍‌ର ସାରା ସୋରିବ୍ସ ଟୋର୍ମୋଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri