Posted inଖେଳ

ଆଇପିଏଲ୍‌: ସୁପର ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୨୧ା୯(ପି.ଟି.): ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମ୍ୟାଚରେ ଟସ୍‌ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୨୦ ଓଭରରେ ୮ ଉଇକେଟ ହରାଇ ସମାନ ୧୫୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା। ଏହାପରେ ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କାଗିସୋ ରାବାଡାଙ୍କୁ ସାମ୍ନା କରି ୨ ଉଇକେଟ ହରାଇ ୨ ରନ କରିଥିଲା। ଜବାବରେ ଦିଲ୍ଲୀ ମହମ୍ମଦ ସାମିଙ୍କର ସମ୍ମୁଖୀନ ହୋଇ ଦ୍ୱିତୀୟ ବଲରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପଛରେ ବ୍ୟାଟିଂ କରିଥିବା ପଞ୍ଜାବ ତରଫରୁ ମୟଙ୍କ ଅଗ୍ରଓ୍ବାଲ ୬୦ ବଲରୁ ୭ ଚୌକା ଓ ୪ ଛକା ସହ ୮୯ ରନ ସଂଗ୍ରହ କରି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ଦିଲ୍ଲୀ ସୁପର ଓଭରରେ ବାଜି ମାରିଥିଲା।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୩ ରନରେ ପ୍ରଥମ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଭିଜ୍ଞ ଓପନର ଶିଖର ଧାଓ୍ବନ ଖାତା ଖୋଲିବା ପୂର୍ବରୁ ଦୁର୍ଭାଗ୍ୟଜନକ ଭାବେ କ୍ରିଷ୍ଣାପ୍ପା ଗୋଥାମ୍‌ଙ୍କ ଥ୍ରୋରେ ଉଇକେଟକିପର ତଥା ଅଧିନାୟକ ଲୋକେଶ ରାହୁଲଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ଯୁବ ଓପନର ପୃଥ୍ବୀ ଶ’ ମାତ୍ର ୫ ରନ କରି ମହମ୍ମଦ ସାମିଙ୍କ ବଲ୍‌ରେ ମିଡ୍‌ ଅନ୍‌ରେ କ୍ରିସ୍‌ ଜୋର୍ଡାନଙ୍କ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ସିମରନ ହେଟ୍‌ମେୟର ମଧ୍ୟ ସାମିଙ୍କ ଶିକାର ହୋଇଥିଲେ। ସେ ୭ ରନ କରିଥିବା ବେଳେ ଏକ୍‌ଷ୍ଟ୍ରା କଭରରେ ମୟଙ୍କ ଅଗ୍ରଓ୍ବାଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ଅଧିନାୟକ ଶ୍ରେୟାସ ଆୟାର ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରି ୬୦ ବଲରୁ ୭୩ ରନ ସଂଗ୍ରହ କରିଥିଲେ। ତେବେ ପନ୍ତ ଲାଇନ୍‌ମିସ୍‌ କରି ୨୯ ବଲ୍‌ ଖେଳି ୪ ଚୌକା ସହ ୩୧ ରନ କରି ରବି ବିଷ୍ଣୋଇଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପର ଓଭରରେ ଆୟାର ଆଉଟ ହୋଇଥିଲେ। ସେ ୩୨ ବଲ୍‌ ଖେଳି ୩ ଛକା ସହ ୩୯ ରନକରି ମିଡ୍‌- ଅଫ୍‌ରେ ଜୋର୍ଡାନଙ୍କୁ କ୍ୟାଚ୍‌ ଦେଇ ମହମ୍ମଦ ସାମିଙ୍କ ତୃତୀୟ ଶିକାର ହୋଇଥିଲେ। ଅକ୍ଷର ପଟେଲ ୬ ରନ କରି ସେଲଡନ କଟ୍ରେଲଙ୍କ ବଲରେ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ ରବିଚନ୍ଦ୍ରନ ଆଶ୍ୱିନ ମାତ୍ର ୪ ରନ କରି କଟ୍ରେଲଙ୍କ ବଲ୍‌ରେ ଥାର୍ଡମ୍ୟାନରେ ସାମିଙ୍କୁ କ୍ୟାଚ୍‌ ଦେଇଥିଲେ। ଜୋର୍ଡାନଙ୍କ ଅନ୍ତିମ ଓଭରରେ ୨୬ ରନ ବ୍ୟୟ କରିଥିଲେ। ୨୦ତମ ଓଭରରେ ଷ୍ଟୋଇନିସ୍‌ ୨ଟି ଛକା ଓ ୩ ଚୌକା ମାରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଷ୍ଟୋଇନିସ୍‌ ୨୧ଟି ବଲ ଖେଳି ୭ ଚୌକା ୩ ଛକା ସହ ୫୩ ରନର ଦ୍ରୁତ ଶତକୀୟ ପାଳି ଖେଳି ରନ୍‌ ଆଉଟ ହୋଇଥିଲେ। ଅନରିଚ୍‌ ନୋର୍ଜ ୩ ରନକରି ଅପରାଜିତ ରହିଥିଲେ। ବୋଲିଂରେ ପଞ୍ଜାବ ତରଫରୁ ସାମି ସର୍ବାଧିକ ୩, କଟ୍ରେଲ ୨ ଓ ବିଷ୍ଣୋଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୫୭/୮
(ଷ୍ଟୋଇନିସ୍‌- ୫୩, ଆୟାର- ୩୯, ପନ୍ତ- ୩୧, ସାମି- ୩/୧୫, କଟ୍ରେଲ- ୨/୨୪, ବିଷ୍ଣୋଇ- ୧/୨୨)।
କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୫୭/୮
(ଅଗ୍ରଓ୍ବାଲ- ୮୯, ରାହୁଲ- ୨୧, ଗୋଥାମ- ୨୦, ଅକ୍ଷର- ୧/୧୪, ଅଶ୍ୱିନ- ୨/୨, ରାବାଡା- ୨/୨୮, ମୋହିତ- ୧/୪୫, ଷ୍ଟୋଇନିସ୍‌- ୨/୨୯ )


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri