Posted inଖେଳ

ଆଇପିଏଲ୍‌ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ, ୫ା୯(ପି.ଟି.)-ସିନିୟର ଅଫ୍‌ସ୍ପିନର ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରି ଯାଇଛନ୍ତି। ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟକୁ ଅବଗତ କରାଇଛନ୍ତି। ଏଥର ଆଇପିଏଲ୍‌ରୁ ଓହରିବାରେ ସେ ହେଉଛନ୍ତି ଦ୍ୱିତୀୟ ହାଇପ୍ରୋଫାଇଲ ଖେଳାଳି। ୪୦ବର୍ଷୀୟ ହରଭଜନ ଗତ ଦୁଇ ସିଜନ ଧରି ସିଏସ୍‌କେ ତରଫରୁ ଖେଳି ଆସୁଥିଲେ। ବର୍ତ୍ତମାନ ସେ ନିଜ ପରିବାର ସହ ପଞ୍ଜାବର ଜଳନ୍ଧରରେ ଅବସ୍ଥାନ କରୁଛନ୍ତି। କାରଣକୁ ସେ ଗୋପନ ରଖିବାକୁ ଚାହୁଁଥିବା କହିଛନ୍ତି। ନିଷ୍ପତ୍ତିରେ ସହଯୋଗ କରିବା ଲାଗି ସେ ଅନୁରୋଧ କରିଛନ୍ତି। କୋଭିଡ୍‌-୧୯ ମାହାମାରୀ ଯୋଗୁ ଏଥର ଆଇପିଏଲ୍‌ ୟୁଏଇରେ ଆୟୋଜନ କରାଯାଇଛି। ଚଳିତ ସିଜନ ପାଇଁ ଫ୍ରାଞ୍ଚାଇଜ୍‌ ତାଙ୍କୁ ୨ କୋଟି ଟଙ୍କା ବିନିମୟରେ କ୍ରୟ କରିଥିଲା। ପୂର୍ବରୁ ଅଲରାଉଣ୍ଡର ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ସିଏସ୍‌କେ ଦଳରୁ ଓହରିଯାଇଥିଲେ। ଆଇପିଏଲ୍‌ ଇତିହାସରେ ଅନ୍ୟତମ ସଫଳ ବୋଲର। ଲସିଥ ମାଲିଙ୍ଗା (୧୭୦) ଓ ଅମିତ ମିଶ୍ର(୧୫୭)ଙ୍କ ପରେ ସେ ତୃତୀୟ ସର୍ବାଧିକ ୧୫୦ ଉଇକେଟ ଅକ୍ତିଆର କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ନିଜ ପରିବାର ପ୍ରତି ଧ୍ୟାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ହରଭଜନ କରିଛନ୍ତି। ଖେଳୁ ନ ଥିଲେ ମଧ୍ୟ ୟୁଏଇରେ ସିଏସ୍‌କେ ଦଳ ପ୍ରତି ତାଙ୍କର ଶୁଭକାମନା ରହିଥିବା ସେ କହିଛନ୍ତି। ତାଙ୍କ ଦଳଠାରୁ ଆଉ ଏକ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ଦୁବାଇ ଅଭିମୁଖେ ଯାତ୍ରା ପୂର୍ବରୁ ଚେନ୍ନାଇରେ ପ୍ରାକ୍‌ ପ୍ରସ୍ତୁତି କ୍ୟାମ୍ପରେ ମଧ୍ୟ ହରଭଜନ ଯୋଗ ଦେଇ ନ ଥିଲେ। ସିଏସକେରେ ବର୍ତ୍ତମାନ ଆଉ ୩ଜଣ ଫ୍ରଣ୍ଟ ଲାଇନ୍‌ ସ୍ପିନର ରହିଲେ। ସେମାନେ ହେଲେ ଲେଗ୍‌ ସ୍ପିନର ଇମ୍ରାନ ତାହିର, ବାମହାତୀ ମିଚେଲ ସାଣ୍ଟନର ଏବଂ ଲେଗ୍‌ବ୍ରେକ୍‌ ବୋଲର ପୀୟୂଷ ଚାଓ୍ବଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri