Posted inଖେଳ

ଚପଲ, ଠେଙ୍ଗାରେ ମାଡ ଖାଇଥିଲେ ଏହି ବିସ୍ଫୋରକ କ୍ରିକେଟର, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ପଡିଆରେ ସବୁ ବୋଲରଙ୍କୁ ଆକ୍ରମଣାତ୍ମକ ପ୍ରହାର କରିଥାନ୍ତି। ଖୁବ୍‌ କମ୍‌ ଲୋକ ଜାଣିଥିବେ ସେହ୍ବାଗ୍‌ ପିଲାଦିନେ ପରିବାର ଲୋକଙ୍କଠାରୁ ଖୁବ୍‌ ମାଡ ଖାଇଛନ୍ତି। କେବଳ ଏତିକି ନୁହେଁ ବିଡି ଟାଣିବା ଚକ୍କରରେ ସେ ଚପଲରେ ମଧ୍ୟ ମାଡ ଖାଇଥିଲେ। ଏକ ସାକ୍ଷାତକାରରେ ସେ ଏହା ଖୁଲାସା କରିଥିଲେ। ନଜଫଗଡରେ ରହୁଥିବା ସେହ୍ବାଗ କହିଥିଲେ, ଆମର ଯୌଥ ପରିବାର ଥିଲା। ଚାଚା, ବଡ ବାପାଙ୍କ ପିଲାମାନେ ଆମେ ସମସ୍ତେ ମିଶି କ୍ରିକେଟ ଖେଳୁଥିଲୁ। ବ୍ୟାଟିଂ କରି ଲୋକଙ୍କ ଝରକା ଭାଙ୍ଗିଦେଉଥିଲୁ। ସେ ସମୟରେ ୨୨ ଟଙ୍କାରେ ବଲ୍‌ ବିକ୍ରି ହେଉଥିଲା। ୧୧-୧୧ଟଙ୍କା ମିଶାଇ ବଲ୍‌ କିଣୁ। ଯେଉଁ ଟିମ୍‌ ମ୍ୟାଚ୍‌ ଜିତେ ବଲ୍‌ ସିଏ ନିଏ ବୋଲି ସେ କହିଥିଲେ। ଚପଲରେ ମାଡ ଘଟଣାକୁ ନେଇ ସେହ୍ବାଗ କହିଥିଲେ, ଆମ ଘର ପଛରେ ଏକ ହସ୍ପିଟାଲ ଥିଲା। ମୁଁ ଏବଂ ମୋ ସମ୍ପର୍କୀୟ ସେଠାରେ ବସୁଥିଲୁ। ଦିନେ ମୋ ପିତାଙ୍କ ବିଡି ବଣ୍ଡଲ୍‌କୁ ଚୋରି କରି ନେଇଆସିଥିଲି। ଆମେ ୫ ସମ୍ପର୍କୀୟ ଭାଇ ଟାଣୁ ଟାଣୁ ଧୂଆଁ ଆମ ଘର ଭିତରେ ପଶିଯାଇଥିଲା। ଏହାପରେ ଚପଲ ଏବଂ ଠେଙ୍ଗାରେ ମାଡ ହୋଇଥିଲା ବୋଲି ସେ କହିଥିଲେ। ସେହ୍ବାଗ ପିଲାଦିନେ ସ୍କୁଲ ଯିବାକୁ ଆଦୌ ରାଜି ହେଉ ନ ଥିଲେ। ତାଙ୍କ ମା’ଙ୍କୁ ହଇରାଣ କରୁଥିଲେ। ଗାଧୋଇବା ପାଇଁ ପାଣି ଗରମ କରୁଥିଲେ ମଧ୍ୟ ସେ ତାଙ୍କୁ ଢାଳି ଦେଉଥିବା ତାଙ୍କ ମା’ ଏକ ସାକ୍ଷାତକାରରେ କହିଥିଲେ।
(ବି.ଦ୍ର: ବିଡି ଟାଣିବା ଶରୀର ପକ୍ଷେ ହାନିକାରକ)


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri