Posted inଖେଳ

‘ଚେସ୍‌ର ମର୍ଯ୍ୟାଦା ବଢ଼ାଇବାରେ ସହାୟକ ହେବ’

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ଚେସ୍‌ ଗୁରୁ ତଥା ଏସଆର ଚେସ୍‌ ସେଣ୍ଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ ଶ୍ରେଷ୍ଠ କୋଚ୍‌ ଭାବେ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସେ ପ୍ରଥମ ଚେସ୍‌ କୋଚ୍‌।

ଏହି ଅବସରରେ ତାଙ୍କର ସହ ଏକ ସ୍ବତନ୍ତ୍ର ସାକ୍ଷାତକାର..

ରାଜ୍ୟର ଶ୍ରେଷ୍ଠ କୋଚ୍‌ ପୁରସ୍କାର ପାଇବାପରେ କିପରି ଅନୁଭବ ରହିଛି ?
ଉ: ମୋ ସାଧନାକୁ ସ୍ବୀକୃତି ମିଳିଥିବାରୁ ରାଜ୍ୟ ସରକାରଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି। ବିଶେଷ କରି ଏହି ପୁରସ୍କାର ରାଜ୍ୟରେ ଚେସ୍‌ର ମାନ, ସମ୍ମାନ ଓ ମର୍ଯ୍ୟାଦା ବଢ଼ାଇବାରେ ବହୁତ ସହାୟକ ହେବ। ଚେସ୍‌କୁ ଓଡ଼ିଶା ସରକାର ପୁଣିଥରେ ବିଶ୍ୱାସକୁ ନେଇଛନ୍ତି, ରେକୋଗନାଇଜ୍‌ କରିଛନ୍ତି। ଏବେ ପୂରା ଚେସ୍‌ ମହଲରେ ଖୁସିର ଲହରି ଖେଳିଯାଇଛି ଏବଂ ମୁଁ ମଧ୍ୟ ଖୁବ୍‌ ଆନନ୍ଦିତ।

ଆପଣଙ୍କର ନିଷ୍ଠାପର କାର୍ଯ୍ୟକୁ ଏହା ଏକ ସ୍ବୀକୃତି ବୋଲି ଭାବୁଛନ୍ତି କି ?
ଉ: ମୁଁ ୧୯୯୭ରୁ ଦୀର୍ଘ ୨୦ରୁ ୨୫ ବର୍ଷଧରି ମୁଁ ପେସାଦାର ଭାବରେ କୋଚିଂ ଲାଇନ୍‌ରେ ରହିଛି। ସେ ଦିନରୁ ଆରମ୍ଭ ହୋଇଥିବା ସିଦ୍ଧି ଓ ସଧନା ଏବଂ ନିଷ୍ଠାପରଭାବେରେ ପିଲାମାନଙ୍କୁ ଦେଇଥିବା ପ୍ରଶିକ୍ଷଣର ଏହା ହୋଇପାରେ ଏକ ବଡ଼ ସ୍ବୀକୃତି। ମୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେଇଥିବା ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ, ସ୍ବୟମ୍ସ ମିଶ୍ର, କିରଣ ମନୀଷା ମହାନ୍ତି, ପଦ୍ମିନୀ ରାଉତ, ଅନ୍ତର୍ଜାତୀୟ ମାଷ୍ଟର ରାକେଶ କୁମାର ଜେନା, ସିଦ୍ଧାନ୍ତ ମହାପାତ୍ର, ବିଶ୍ୱ ଏଜ୍‌ ଗ୍ରୁପ୍‌ ଚାମ୍ପିୟନ ସାଇନା ସାଲୋନିକା, ଜାତୀୟ ଚାମ୍ପିୟନ ରୁଦ୍ରାକ୍ଷ ପରିଡ଼ା, ଆଦ୍ୟାଶା ମହାପାତ୍ରଙ୍କ ସମତେ ଅନେକ ଛାତ୍ରୀଛାତ୍ରଙ୍କ ସହିତ କାମ କରିଛି। ପରିଶ୍ରମର ଫଳ ମିଳିଛି। ଜାତୀୟ କ୍ରୀଡ଼ାଦିବସ କ୍ରୀଡ଼ାବିତ୍‌ଙ୍କ ପାଇଁ ଶ୍ରେଷ୍ଠ ଦିବସ। ତେଣୁ ମୋ ସଫଳତାରେ ମୋ ଛାତ୍ରୀଛାତ୍ରମାନେ ନିଶ୍ଚିତ ଆନନ୍ଦିତ ହୋଇଥିବେ ବୋଲି ଆଶା।

ପ୍ର: ପୁରସ୍କାର ପାଇବାରେ ବିଳମ୍ବ ହୋଇଛି ବୋଲି କେବେ ମନକୁ ଆସିଥିଲା କି ?
ଉ: ମୋତେ ପୁରସ୍କାର ମିଳିବାରେ ବିଳମ୍ବ ହୋଇଛି ବୋଲି କେବେ ଭାବିନାହିଁ। ପରିଶ୍ରମ ଜାରି ରଖିଥିଲି। ସମ୍ଭବତଃ ଏହା ପୂର୍ବ ବର୍ଷ ପର୍ଯ୍ୟନ୍ତ ଯୋଗ୍ୟ ହୋଇ ନ ଥିଲି କିମ୍ବା ମୋଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ଏହି ପୁରସ୍କାର ପାଇଛନ୍ତି। ନିଷ୍ଠାର ସହ କାର୍ଯ୍ୟ କରି ଚାଲିଥିବାରୁ ପରିଶ୍ରମର ମୂଲ୍ୟ ଦିନେ ନା ଦିନେ ମିଳିବ ବୋଲି ଆଶା ଥିଲା।

ପ୍ର: ପ୍ରଥମ ଚେସ୍‌ ପ୍ରଶିକ୍ଷକଭାବେ ଏହି ପୁରସ୍କାର ପାଇଛନ୍ତି, କ’ଣ କହିବେ ?
ଉ: ଚେସ୍‌ ଖେଳାଳି ଭାବରେ ପୂର୍ବରୁ ପଦ୍ମିନୀ ରାଉତ ଓ ଦେବାଶିଷ ଦାସ ଏହି ପୁରସ୍କାର ପାଇଥିଲେ। ପ୍ରଥମ ଚେସ୍‌ କୋଚ୍‌ଭାବେ ବିଜୁପଟ୍ଟନାୟକ ପୁରସ୍କାର ପାଇଥିବାରୁ ଏହି ଅବସରରେ ବନ୍ଧୁ ବିବେକ ତିବରଓ୍ବାଲ, ଶୁଭାଶିଷ ପଟ୍ଟନାୟକ, ବର୍ତ୍ତମାନର ରାଜ୍ୟ ଚେସ୍‌ ସଙ୍ଘ ସଭାପତି ରଞ୍ଜନ ମହାନ୍ତି, ମନୋଜ କୁମାର ପାଣିଗ୍ରାହୀ, ରାଜ୍ୟ ଚେସ୍‌ ସଙ୍ଘ, କଟକ ଜିଲା ଚେସ୍‌ ସଂଘ, ପରିବାରର ସମସ୍ତ ସଦସ୍ୟ, ପରିଜନ, ବନ୍ଧୁବର୍ଗ, ମୋ ଗାଁ ଉତ୍ତମାପୁରର ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ୮୪ ବର୍ଷୀୟ ବାପା ଶରତ ଚନ୍ଦ୍ର ପଟ୍ଟନାୟକ ଓ ୮୫ ବର୍ଷୀୟା ମା’ ଅନସୂୟା ପଟ୍ଟନାୟକଙ୍କ ମୁହଁରେ ଏହି ପୁରସ୍କାର ପାଇଁ ହସ ଦେଖିପାରିଥିବାରୁ ମୁଁ ବେଶୀ ଗର୍ବିତ। ଗ୍ରାମାଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ଠାବ କରି ରାଜ୍ୟରୁ କିପରି ଅଧିକରୁ ଅଧିକ ଜାତୀୟ/ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିହେବ ସେଥିପାଇଁ ଏହା ମୋତେ ପ୍ରେରଣା ଦେଇଛି।

ପ୍ର: ଜଣେ ଚେସ୍‌ କୋଚ୍‌ଭାବେ ଏହି ପୁ୍‌ରସ୍କାରକୁ କିପରି ଦେଖୁଛନ୍ତି ?
ଉ: ମୋ ଠାରୁ ଚେସ୍‌ କୋଚ୍‌ଙ୍କ ପାଇଁ ପୁରସ୍କାରର ମୂଳଦଆ ପଡ଼ିଲା ବୋଲି ଅନୁଭବ କରୁଛି। ଜାତୀୟ/ଅନ୍ତର୍ଜାତୀୟ ଖେଳାଳିଙ୍କୁ ଅନ୍‌ଲାଇନ୍‌ରେ କୋଚିଂ ଦେଉଥିବା ସ୍ବୟଂଶୁ ସତ୍ୟପ୍ରଜ୍ଞ, ସ୍ବୟମ୍ସ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ଓଡ଼ିଶାର ଚେସ୍‌ ଗୁରୁ ଶେଖର ସାହୁଙ୍କ ସମେତ ଆହୁରି ଅନେକ ପ୍ରଶିକ୍ଷକ ଏହି ପୁରସ୍କାର ପାଇଁ ଅଧିକ ହକ୍‌ଦାର ହୋଇପାରିବେ ବୋଲି ମୋର ଆଶା ରହିଛି।

ପ୍ର: କୋଚ୍‌ଭାବେ ସ୍ବିକୃତି ମିଳିବାପରେ ଆପଣଙ୍କ ଅନୁଷ୍ଠାନପାଇଁ ଦାୟିତ୍ୱ କେତେ ବଢ଼ିଛି ?
ଉ: ମୁଁ ପୁରସ୍କାର ପାଇଁ ମନୋନୀତ ହେବାପରେ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଶୁଭେଚ୍ଛାର ସୁଅ ଛୁଟାଇବା ସହ ଗର୍ବ ଅନୁଭବ କରୁଛନ୍ତି। ଗୁରୁ ଭଲ କାମ ପାଇଁ ପ୍ରଶଂସିତ ହେଲେ ଶିଷ୍ୟମାନେ ପ୍ରେରଣା ପାଇଥାନ୍ତି। ଏହାକୁ ସେମାନେ ବ୍ରତଭାବେ ଗ୍ରହଣ କରିବେ ବୋଲି ମୋର ଆଶା ରହିଛି। ୨୦୦୪ରେ ଆମେ ଯେତେବେଳେ ସୁଖଦ ଅନୁଭୁତି ନେଇ ଏସ୍‌ଆର ଚେସ୍‌ ସେଣ୍ଟର ଆରମ୍ଭ କରିଥିଲୁ ସେତେବେଳେ ରାଜ୍ୟ ଚେସ୍‌ରେ ବିପ୍ଳବ ଆଣିବାକୁ ସଂକଳ୍ପ ନେଇଥିଲୁ। ଏହା ଏବେ ସମ୍ଭାବନା ସୃଷ୍ଟି କରିଛି। ଏହି ସ୍ବିକୃତି ନିଶ୍ଚିତ ରାଜ୍ୟ ଓ ଜାତୀୟ ସ୍ତରରେ ଆମ ଅନୁଷ୍ଠାନର କାର୍ଯ୍ୟକୁ ଦୃଢ଼ୀଭୂତ କରିପାରିବ ବୋଲି ମୋର ଆଶା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri