Posted inଖେଳ

ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଇଂଲଣ୍ଡ

ସାଉଥାମ୍ପଟନ,୩।୮(ପି.ଟି.): ସ୍ଥାନୀୟ ରୋଜ ବାଉଲ୍‌ ଗ୍ରାଉଣ୍ଡରେ ମଙ୍ଗଳବାର ଇଂଲଣ୍ଡ ଓ ଭ୍ରମଣକାରୀ ଆୟର୍ଲାଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଇଂଲଣ୍ଡ ୨-୦ରେ ସିରିଜ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ଫଳରେ ଇଂଲଣ୍ଡ ତୃତୀୟ ମ୍ୟାଚ୍‌ ଜିତି ସିରିଜ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଏହି ମ୍ୟାଚ୍‌ ଜିତି ଆୟର୍ଲାଣ୍ଡ ସାନ୍ତ୍ୱନାମୂଳକ ବିଜୟ ହାସଲ କରିବାକୁ ପ୍ରୟାସ କରିବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲେ ମଧ୍ୟ ଆୟର୍ଲାଣ୍ଡ ବିଭିନ୍ନ ସମୟରେ ଇଂଲଣ୍ଡ ଉପରେ ଚାପ ପ୍ରୟୋଗ କରିବାରେ ସମର୍ଥ ହୋଇଛି। ଅବଶ୍ୟ ଏହାକୁ ବଜାୟ ରଖିବାରେ ଆୟର୍ଲାଣ୍ଡ ସଫଳ ହୋଇପାରି ନ ଥିଲା। ଇଂଲଣ୍ଡ ଫେଭରାଇଟ୍‌ ବିବେଚିତ ହେଉଥିଲେ ମଧ୍ୟ ଆୟର୍ଲାଣ୍ଡ ଅନ୍ତିମ ମ୍ୟାଚ୍‌ରେ ଲଢେଇ କରିବ ବୋଲି ଆଶା କରାଯାଉଛି।
ଇଂଲଣ୍ଡ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସାମ ବିଲିଙ୍ଗ୍ସ ଓ ଡେଭିଡ୍‌ ଓ୍ବିଲି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଦୁଇ ଖେଳାଳି ଘରୋଇ ପରିବେଶରେ ଖେଳାଯାଇଥିବା ଗତ ବିଶ୍ୱକପ୍‌ରେ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିଲେ। ବିଭିନ୍ନ କାରଣରୁ ଏମାନଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇ ନ ଥିଲା। ତେବେ ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନରେ ଏମାନେ ସଫଳ ହୋଇଛନ୍ତି ଓ ଇଂଲଣ୍ଡ ପାଇଁ ଏହା ଲାଭଦାୟକ ମଧ୍ୟ ହୋଇଛି। ଦୁଇଟି ମ୍ୟାଚ୍‌ରେ ବିଲିଙ୍ଗ୍ସ ଅପରାଜିତ ରହିଥିଲେ। ସେହପରି ପ୍ରଥମ ଦିନିକିଆରେ ଓ୍ବିଲି କ୍ୟାରିୟରର ପ୍ରଥମ ୫ ଉଇକେଟ ସଫଳତା ହାସଲ କରିଥିଲେ। ପୁଣି ଦ୍ୱିତୀୟ ଦିନିକିଆରେ ଓ୍ବିଲି ଓ ବିଲିଙ୍ଗ୍ସ ମ୍ୟାଚ୍‌ ବିଜୟୀ ଭାଗୀଦାରି ସ୍ଥାପନ କରିଥିଲେ। ତେବେ ଜେମ୍ସ ଭିନ୍ସଙ୍କ ଦୁର୍ବଳ ଫର୍ମ ଇଂଲଣ୍ଡ ପାଇଁ ଚିନ୍ତା ସୃଷ୍ଟି କରିଛି। ସେ କ୍ରମାଗତ ଭାବେ ବିଫଳ ପ୍ରଦର୍ଶନ କରି ଆସୁଛନ୍ତି।
ଅପରପକ୍ଷରେ ଆୟର୍ଲାଣ୍ଡ ତା’ର ଅଭିଜ୍ଞ ଖେଳାଳିମାନଙ୍କ ଉପରେ ନିର୍ଭର କରିବ। ଏହି ମ୍ୟାଚ୍‌ରେ ଅଭିଜ୍ଞ ଖେଳାଳିମାନେ ଆଶାନୁରୂପ ପ୍ରଦର୍ଶନ କରିପାରିଲେ ଆୟର୍ଲାଣ୍ଡ ଇଂଲଣ୍ଡକୁ ଚକ୍‌ମା ଦେଇପାରିବ। ସିରିଜରେ ମଧ୍ୟ କେତେଜଣ ଯୁବ ଖେଳାଳି ଆଖିଦୃଶଆ ପ୍ରଦର୍ଶନ କରିଛନ୍ତି। ତେବେ ଦଳଗତ ପ୍ରଦର୍ଶନରେ ଆୟର୍ଲାଣ୍ଡ ବିଫଳ ହୋଇଛି। ଯାହା ଫଳରେ ଇଂଲଣ୍ଡ ପାଇଁ କାମ ସହଜ ହୋଇଛି।
ଦ୍ୱିତୀୟ ଦିନିକିଆ ମଧ୍ୟ ଏହି ପିଚ୍‌ରେ ଖେଳାଯାଇଥିଲା। ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଆକାଶ ସାମାନ୍ୟ ମେଘୁଆ ରହିବ ଓ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଶା କରାଯାଉଛି। ଏହି ମୁକାବିଲାରେ ଇଂଲଣ୍ଡ ଫେଭରାଇଟ୍‌ ବିବେଚିତ ହେଉଛି।
ଇଂଲଣ୍ଡ ଦଳ(ସମ୍ଭାବ୍ୟ): ଇଅନ ମୋର୍ଗାନ (ଅଧିନାୟକ), ଜାସନ ରଏ, ଜନି ବେୟାରଷ୍ଟୋ (ଉଇକେଟକିପର), ଜେମ୍ସ ଭିନ୍ସ, ସାମ ବିଲିଙ୍ଗ୍ସ, ଟମ୍‌ ବାଣ୍ଟନ, ମୋଇନ ଅଲି, ଡେଭିଡ୍‌ ଓ୍ବିଲି, ଟମ୍‌ କୁରାନ, ଆଦିଲ ରସିଦ ଓ ସାକିବ ମେହମୁଦ।
ଆୟର୍ଲାଣ୍ଡ ଦଳ (ସମ୍ଭାବ୍ୟ): ଆଣ୍ଡି ବାଲବିର୍ନ (ଅଧିନାୟକ), ପଲ ଷ୍ଟିର୍ଲିଂ, ଗାରେଥ ଡେଲାନୀ, ହ୍ୟାରୀ ଟେକ୍ଟର, କେଭିନ୍‌ ଓ’ବ୍ରାଏନ, ଲୋରକାନ ଟକ୍କର (ଉଇକେଟକିପର), କର୍ଟିନ କ୍ୟାମ୍ପର, ସିମି ସିଂ, ଆଣ୍ଡି ମ୍ୟାକ ବ୍ରାଏନ, କ୍ରେଗ ୟଙ୍ଗ ଓ ଜୋଶ ଲିଟିଲ।
ସ୍ଥାନ: ସାଉଥାମ୍ପଟନ
ସମୟ: ସନ୍ଧ୍ୟା ୬.୩୦
ପ୍ରସାରଣ: ସୋନୀ ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ଧୋନୀଙ୍କ ଚୌକା ଦେଖି ଏମିତି ପ୍ରତିକ୍ରିୟା ଦେଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ପ୍ରଥମ ବଲରେ ଚୌକା ମାରିଥିଲେ। ମାହିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri