Posted inଖେଳ

ପ୍ରଥମ ଦଳ ଭାବେ ଟ୍ରେନିଂ ଆରମ୍ଭ କରିପାରେ ଚେନ୍ନାଇ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ, ୧।୮- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ଆୟୋଜନକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଛି। କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏଥର ପ୍ରତିଯୋଗିତାକୁ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି। ଏହା ୨୦୨୦ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ମଧ୍ୟରେ ଆୟୋଜନ ହେବ। ବ୍ୟୟ ବହୁଳ ଏହି ଲିଗ୍‌ ଆୟୋଜନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଆଇପିଏଲ ଗଭର୍ନିଂ କାଉନ୍‌ସିଲ ବୈଠକ ରବିବାର ଅନୁଷ୍ଠିତ ହେବାକୁ ଯାଉଛି।
ୟୁଏଇରେ ଆଇପିଏଲ ଆୟୋଜନ ପାଇଁ ଭାରତ ସରକାର ଏପର୍ଯ୍ୟନ୍ତ କ୍ଲିୟରାନ୍ସ ଦେଇ ନାହାନ୍ତି। ମାତ୍ର ଏହା ଖୁବ୍‌ ଶୀଘ୍ର ମିଳିଯିବ ବୋଲି ଏହାର ଅଧ୍ୟକ୍ଷ ବ୍ରିଜେଶ ପଟେଲ ଆଶାବାଦୀ ଅଛନ୍ତି। ଇତିମଧ୍ୟରେ ବିସିସିଆଇ ପ୍ରତିଯୋଗିତା ଆୟୋଜନ ସମ୍ପର୍କିତ ପତ୍ର ଏମିରେଟ୍ସ କ୍ରିକେଟ ବୋର୍ଡକୁ ପଠାଇ ସାରିଛି। ଆଗାମୀ ବୈଠକରେ କାର୍ଯ୍ୟସୂଚୀ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ସ (ଏସଓପି) ପ୍ରସ୍ତୁତ ହେବା ସମ୍ଭାବନା ରହିଛି। ବିଭିନ୍ନ ଦେଶର ଖେଳାଳିମାନେ ୟୁଏଇରେ ଏକତ୍ରିତ ହେବେ। ସେମାନଙ୍କ ସୁରକ୍ଷା ମଧ୍ୟ ବୈଠକରେ ଅନ୍ୟତମ ଆଲୋଚ୍ୟର ବିଷୟ ହେବ।
ବ୍ରିଜେଶ ପଟେଲଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ବୈଠକରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଆଇପିଏଲ ସିଓଓ ସୁନ୍ଦର ରମଣ, ବିସିସିଆଇ ଅନ୍ତରୀଣ ମୁଖ୍ୟ ହେମାଙ୍ଗ ଅମିନ, ସମ୍ପାଦକ ଅବିତ ଶାହା, କୋଷାଧ୍ୟକ୍ଷ ଅରୁଣ ଧୁମାଲ ଯୋଗଦେବା ସମ୍ଭାବନା ରହିଛି। ବିଦେଶରେ ଆଇପିଏଲ ଆୟୋଜନ ଯଦିଓ ବିସିସିଆଇ ପାଇଁ ନୂଆ କଥା ନୁହେଁ ତେବେ ସାମ୍ପ୍ରତିକ ପରିସ୍ଥିତିରେ ଖେଳାଳିଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଦ୍ୱିପାକ୍ଷିକ ସିରିଜ ତୁଳନାରେ ଆଇପିଏଲ ଆୟୋଜନରେ ଅନେକ ପାର୍ଥକ୍ୟ ରହିଛି। ୟୁଏଇରେ ଏକାସଙ୍ଗରେ ୮ଟି ଦଳ ଏକତ୍ରିତ ହେବେ। ପାଖାପାଖି ୩ ମାସଧରି ସେମାନଙ୍କ ଦାୟିତ୍ୱ ତୁଲାଇବାକୁ ହେବ। ସେହି ଅନୁସାରେ ଏସଓପି ପ୍ରସ୍ତୁତ କରିବାକୁ ପଡ଼ିବ। ସର୍ବୋପରି ସଂକ୍ରମଣ ଯେପରି ନ ବ୍ୟାପିବ ତାକୁ ଧ୍ୟାନରେ ରଖିବାକୁ ହେବ। ବିଭିନ୍ନ ସ୍ଥାନରୁ ଖେଳାଳି ଆସିବାକୁ ଥିବାରୁ ସମସ୍ତେ ଏକାସଙ୍ଗରେ ଏକତ୍ରିତ ହେବା ସମ୍ଭବ ନୁହେଁ। ବିଳମ୍ବରେ ଆସିବାକୁଥିବା ଖେଳାଳିଙ୍କ ପାଇଁ କିପରି ନିୟମ ରହିବ। ଯଦି କୌଣସି ଖେଳାଳି କୋଭିଡ-୧୯ ପଜିଟିଭ୍‌ ବାହାରନ୍ତି ତେବେ ସେ କ୍ଷେତ୍ରରେ କ’ଣ ହେବ ଆଦି ଅନେକ ପ୍ରସଙ୍ଗ ଆଲୋଚ୍ୟର ବିଷୟ ହେବ।
ମ୍ୟାଚଗୁଡ଼ିକ ଦୁବାଇ, ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେବ। ତେଣୁ ଦଳ ଗୁଡ଼ିକ ହୋମ୍‌ ଗ୍ରାଉଣ୍ଡ ଏବଂ ବାହାର ପରିବେଶ ଢାଞ୍ଚାରେ ଖେଳିବା ଆଶା କରାଯାଏ। କରୋନା ସଂକ୍ରମଣର ସାମ୍ପ୍ରତିକ ସ୍ଥିତିକୁ ଦେଖି ୟୁଏଇ ବୋର୍ଡ ସମ୍ପାଦକ ମୁବାଶିର ଉସମାନି ୩୦ରୁ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଛଡ଼ାଯାଇ ପାରିବ ବୋଲି ଅନୁଭବ କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅଧିକାଂଶ ଟୁର୍ନାମଣ୍ଟ ବିନା ଦର୍ଶକରେ ହେଉଥିବାରୁ ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ। ପ୍ରଥମ ଦଳଭାବେ ଚେନ୍ନାଇ ସୁପରକିଙ୍ଗ୍ସ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଦୁବାଇରେ ପହଞ୍ଚତ୍ ଟ୍ରେନିଂ ଆରମ୍ଭ କରିବ ବୋଲି ଲକ୍ଷ୍ୟ ରଖିଛି। ଅନ୍ୟ ଫ୍ରାଞ୍ଚାଇଜ୍‌ ଗୁଡ଼ିକ ଅଗଷ୍ଟ ୨୦ରୁ ୨୨ ମଧ୍ୟରେ ପହଞ୍ଚତ୍ୟିବା ଆଶା କରାଯାଉଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡର କେତେକ ଖେଳାଳି ବିଳମ୍ବରେ ଆସିବାର ଅଛି। ସେମାନେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଦିନିକିଆ ସିରିଜ ଖେଳିବାରେ ବ୍ୟସ୍ତ ରହିବେ। ସେହିପରି ଲଙ୍ଗା ପ୍ରିମିୟର ଲିଗ୍‌ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ହେବାର ଅଛି। ଲସିଥ ମାଲିଙ୍ଗା, ଇସୁରୁ ଉଡନାଙ୍କ ପରି ଖେଳାଳି ସେଠାରେ ରହିଯିବା ସମ୍ଭାବନା ରହିଛି। ତେଣୁ ସେମାନଙ୍କ ପାଇଁ କ’ଣ ନିୟମ ରହିବ ତା’ ଉପରେ ମଧ୍ୟ ନଜର ରହିବ। ଲିଗ୍‌ ସମୟରେ କୌଣସି ଖେଳାଳି ଗୁରୁତର ଆହତ ହେଲେ ବଦଳ ଖେଳାଳି ନେବାପାଇଁ ଫ୍ରାଞ୍ଚାଇଜ୍‌ ନିକଟରେ ସୁଯୋଗ ରହିଥାଏ। ମାତ୍ର ଏଥର ବିଭିନ୍ନ କାରଣରୁ ଖେଳାଳିମାନେ ପ୍ରତିଯୋଗିତାରୁ ଓହରି ଯିବା ସମ୍ଭାବନା ରହିଛି। ଏ କ୍ଷେତ୍ରରେ ଖେଳାଳି ବଦଳ କିପରି ହେବ ତାହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।
ଦକ୍ଷିଣ ଆଫ୍ରିକାକୁ ଏବେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗା ଯାଇଛି। ଆଇପିଏଲ ଖେଳିବାକୁଥିବା ୧୦ ଖେଳାଳି କିପରି ବାହାର ଦେଶକୁ ଆସିବେ। ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ୬ ଖେଳାଳି ରହିଛନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ବିନା ଏହି ଦୁଇ ଫ୍ରାଞ୍ଚାଇଜ୍‌ର ପ୍ରଦର୍ଶନ ପ୍ରଭାବିତ ହେବ। ଖେଳାଳିମାନେ ଅତିକମ୍‌ରେ ୨ ମାସ ହୋଟେଲରେ ରହିବେ। ଡିସେମ୍ବରରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିବାକୁ ମନୋନୀତ ଖେଳାଳିମାନେ ଅଧିକ ଦିନ ବାହାରେ ସମୟ କଟାଇବେ। ତେଣୁ ପରିବାର ନେବାକୁ ଖେଳାଳିଙ୍କୁ ଅନୁମତି ମିଳିବ କି ନାହିଁ ତା’ ଉପରେ ମଧ୍ୟ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri