ଏଚ୍‌ଆର୍‌ପିସିରେ ଗଡୁଛି ପୋଲିସ ବିରୋଧୀ ମାମଲା: ୮ ବର୍ଷରେ ୭ ମାମଲାର ତଦନ୍ତ ଫଳ ଶୂନ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅନେକ ସମୟରେ ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ ଆସିଛି। ଆଇନକୁ ହାତକୁ ନେଇ କେତେବେଳେ ନିରୀହ ତଥା ନିର୍ଦ୍ଦୋଷଙ୍କୁ ମିଛ ମାମଲାରେ ଫସାଉଛି ତ ପୁଣି ଅଭିଯୁକ୍ତଙ୍କ ଇଙ୍ଗିତରେ ଥାନା ହାଜତରେ ଥାର୍ଡ ଡିଗ୍ରୀ ଦେଇ ହତ୍ୟା କରୁଛି। ଅନେକ ଘଟଣାରେ ପୋଲିସର ଦାଦାଗିରି ନଜରକୁ ଆସିଛି। ଏହାଦ୍ୱାରା ସାଧାରଣ ଜନତାଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ପୋଲିସ ବିରୋଧରେ ଆସୁଥିବା ଏଭଳି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ପୋଲିସ ବିଭାଗରେ ମାନବିକ ଅଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି) ରହିଛି। ଚର୍ଚ୍ଚିତ, ସମ୍ବେଦନଶୀଳ ତଥା ବଡ଼ ବଡ଼ ମାମଲାକୁ ଏଚ୍‌ଆର୍‌ପିସି ଗ୍ରହଣ କରୁଛି। ହେଲେ ବର୍ଷ ବର୍ଷ ଧରି ସମୟ ଗଡୁଥିଲେ ମଧ୍ୟ ନା ତଦନ୍ତ ସରୁଛି, ନା ଅଭିଯୁକ୍ତ ପୋଲିସଙ୍କୁ ଦଣ୍ଡ ମିଳୁଛି। ୮ ବର୍ଷ ମଧ୍ୟରେ ଏଚ୍‌ଆର୍‌ପିସି ୧୦ ମାମଲା ନେଇଛି। ଗୋଟିଏ ମାମଲାର ଫାଇଲ୍‌ ବନ୍ଦ କରିଦେଇଥିବାବେଳେ ୨ଟିର ତଦନ୍ତ ସରିଛି। ବାକି ୯ଟି ମାମଲା ସେମିତି ପଡ଼ି ରହିଛି। ଫଳରେ ଦିନକୁ ଦିନ ଏଚ୍‌ଆର୍‌ପିସି ଜନତାଙ୍କ ବିଶ୍ୱାସ ହରାଇବାରେ ଲାଗିଛି। ଲୋକେ ଏଚ୍‌ଆରପିସିକୁ ନ ଯାଇ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) କିମ୍ବା ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆରସି)ର ଦ୍ୱାରସ୍ଥ ହେଉଛନ୍ତି।
ଏସ୍‌ଏସ୍‌ ପାଢ଼ି ଡିଜିପି ଥିବା ସମୟରେ ୧୯୮୧ରେ ଓଡ଼ିଶାରେ ଏଚ୍‌ଆର୍‌ପିସି ଗଠନ ହୋଇଥିଲା। ଏଚ୍‌ଆର୍‌ପିସି ମୁଖ୍ୟଭାବେ ଜଣେ ଅତିରିକ୍ତ ଡିଜି ର଼୍ୟାଙ୍କ୍‌ର ଅଧିକାରୀ ରହିଥିବାବେଳେ ଆଉଜଣେ ଆଇଜି ର଼୍ୟାଙ୍କ୍‌ର ଅଧିକାରୀ ପ୍ରମୁଖ ଦାୟିତ୍ୱରେ ଅଛନ୍ତି। ସେମାନଙ୍କ ଅଧୀନରେ ୩୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି ବିଭାଗ ଏନ୍‌ଏଚ୍‌ଆରସି, ଓଏଚ୍‌ଆରସି, ଏନ୍‌ସିଡବ୍ଲ୍ୟୁ,ଏସ୍‌ସିଡବ୍ଲ୍ୟୁ ଏବଂ ଜାତୀୟ ଏସ୍‌ଟି ଓ ଏସ୍‌ସି ଆୟୋଗଙ୍କ ଏକ ନୋଡାଲ ଏଜେନ୍ସି ଭାବେ ମଧ୍ୟ କାର୍ଯ୍ୟ କରୁଛି। ଏହିସବୁ ବିଭାଗରୁ ଆସୁଥିବା ନିର୍ଦ୍ଦେଶ ଆଧାରରେ ତଦନ୍ତ କରି ଏଚ୍‌ଆରପିସି ରିପୋର୍ଟ ଦେଇଥାଏ। ହେଲେ ତଦନ୍ତ ବିଳମ୍ବିତ ତଥା ପ୍ରଭାବିତ ହେଉଥିବାରୁ ତ୍ୱରିତ ନ୍ୟାୟ ମିଳିପାରୁନି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୩ ରୁ ୨୦୧୯ ମଧ୍ୟରେ ରାଜ୍ୟର ଚର୍ଚ୍ଚିତ ୧୦ ମାନବିକ ଅଧିକାର ଉଲ୍ଲଂଘନ ମାମଲା ନେଇଛି ଏଚ୍‌ଆର୍‌ପିସି। ୨୦୧୩, ୨୦୧୫, ୨୦୧୮ ଓ ୨୦୧୯ରେ ଗୋଟିଏ ଲେଖାଏ ଏବଂ ୨୦୧୪,୨୦୧୬ ଓ ୨୦୧୭ରେ ଦୁଇଟି ଲେଖାଏ ମାମଲା ରହିଛି। ୭ଟି ଗୁରୁତ୍ୱପୂର୍ଣ୍ଣ ମାମଲା ପଡିରହିଥିବା ବେଳେ ୨୦୧୩ରେ କଟକ ମାଙ୍ଗଳାବାଗ ଥାନା କେସ୍‌ ନଂ.୪୩/୧୩ ମାମଲାକୁ ମିଷ୍ଟେକ୍‌ ଅଫ୍‌ ଫ୍ୟାକ୍ଟ ଦର୍ଶାଇ ଏହାର ଫାଇଲ ବନ୍ଦ କରିଦିଆଯାଇଛି। ଫଳରେ ତତ୍‌କାଳୀନ ବିଦ୍ୟୁତ୍‌ ଥାନା ଅଧିକାରୀ ସତ୍ୟନାରାୟଣ ରଥ ନିର୍ଦ୍ଦୋଷରେ ଖସିଯାଇଛନ୍ତି। ସେହିପରି ୨୦୧୪ରେ ଟିଟିଲାଗଡ଼ ଥାନା କେସ୍‌ ନଂ.୧୪୪/୧୪ରେ ସମ୍ପୃକ୍ତ ୭ଜଣ ପୋଲିସ ଅଧିକାରୀଙ୍କ ଦୋଷ ଥିବା ନେଇ ରିପୋର୍ଟ ଦିଆଯାଇଛି। ସେହିବର୍ଷ ଭୁବନେଶ୍ୱର ବଡ଼ଗଡ଼ ଥାନା କେସ୍‌ ନଂ.୧୧୫/୧୪ରେ ହୋଇଥିବା ମାମଲାର ତଦନ୍ତ ଏପର୍ଯ୍ୟନ୍ତ ସରିନାହିଁ। ୨୦୧୫ରେ ଓଲଟପୁର ଥାନା କେସ୍‌ ନଂ.୪୭/୧୫ର ତଦନ୍ତ କରି ଏଚ୍‌ଆର୍‌ପିସି ରିପୋର୍ଟ ଦେବାପରେ ତତ୍‌କାଳୀନ ଥାନା ଅଧିକାରୀ ରଶ୍ମିରେଖା ମଲିକ, ଏଏସ୍‌ଆଇ ଆଲୋକ ଷଡ଼ଙ୍ଗୀ ଓ କନ୍‌ଷ୍ଟେବଳ କିଶୋର ଚନ୍ଦ୍ର ମଲିକଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲା। ୨୦୧୬ରେ ଜଗନ୍ନାଥପ୍ରସାଦ ଥାନା କେସ୍‌ ନଂ.୬/୧୫ରେ ଜଣେ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ ସରୁ ନ ଥିବାରୁ ସେମାନେ ଦୋଷୀ ପ୍ରମାଣିତ ହୋଇପାରୁନାହାନ୍ତି। ସେହିବର୍ଷ ବାଲିଗୁଡା ଥାନା କେସ୍‌ ନଂ.୧୦୯/୧୬ରେ ୪ଜଣ ଏସ୍‌ଓଜି ଯବାନ ଗୁଳିକରି ୫ଜଣ ନିରୀହ ଆଦିବାସୀଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଥିଲା, ଯାହାର ତଦନ୍ତ ଏପର୍ଯ୍ୟନ୍ତ ଚାଲିଛି। ୨୦୧୭ରେ ହାତୀବାରି ଥାନା ହାଜତ ମୃତ୍ୟୁ କେସ୍‌ ନଂ.୫୪/୧୬ ଓ ରଘୁନାଥପାଲି ଥାନା ପୋଲିସ ବିରୋଧରେ ହତ୍ୟା ମାମଲା ନଂ.୨୬୭/୧୫ର ତଦନ୍ତ ମଧ୍ୟ ଶେଷ ହୋଇନାହିଁ। ସେହିଭଳି ୨୦୧୮ରେ ଅଇଁଠାପାଲି ଥାନା ହାଜତରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଥାନାଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏଚ୍‌ଆର୍‌ପିସିରେ ମାମଲା ନଂ.୧/୧୮ ରୁଜୁ ହୋଇଥିଲା। ୨୦୧୯ରେ କଟକ ବାଙ୍କୀ ଥାନା କେସ୍‌ ନଂ.୩୦୮/୧୯ ଏଚ୍‌ଆର୍‌ପିସିରେ ପହଞ୍ଚତ୍ଥିଲେ ମଧ୍ୟ ଏସବୁର ତଦନ୍ତ ବିଳମ୍ବିତ ହେବାରେ ଲାଗିଛି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri