ରାୟଗଡ଼ାରେ ହେବ କୋଭିଡ୍‌ ପରୀକ୍ଷା: ମେ’ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ରାୟଗଡ଼ା ଅଫିସ,୧୮ା୫: ଏଣିକି ରାୟଗଡ଼ା ଜିଲାରେ ହେବ କୋଭିଡ୍‌ ପରୀକ୍ଷା। ଏଠାରେ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ଦ୍ୱାରା ରୋଗୀଙ୍କ ଶୀଘ୍ର ଚିକିତ୍ସା ହୋଇପାରିବ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଆର୍‌ଏମ୍‌ଆର୍‌ସି ଟ୍ରାଇବାଲ୍‌ ୟୁନିଟ ଉପକେନ୍ଦ୍ରରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଆବଶ୍ୟକ ଯାନ୍ତ୍ରିକ ଉପକରଣ ସ୍ଥାପନ ହୋଇଛି। ସେହିପରି ସୋମବାର ଟ୍ୟୁନାଟ୍‌ କରୋନା ଭାଇରସ୍‌ ଟେଷ୍ଟିଂ ମେଶିନ ଆସି ରାୟଗଡ଼ାରେ ପହଞ୍ଚିଥିବା ଜଣାପଡ଼ିଛି। ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସିର ଏକ ଟିମ୍‌ ଉଦ୍ୟମ ଚଳାଇଛନ୍ତି। ପୂର୍ବରୁ ଜିଲା ଚିକିତ୍ସାଳୟ ପରିସରରେ ଆର୍‌ଏମ୍‌ଆର୍‌ସିର ଟ୍ରାଇବାଲ ୟୁନିଟ ଉପକେନ୍ଦ୍ର ପ୍ରତିଷ୍ଠା ହୋଇଛି। ୨୦୦୮ ଓ ୨୦୦୯ ମସିହାରେ କାଶୀପୁରଠାରେ ଝାଡ଼ାବାନ୍ତି ମହାମାରୀ ରୂପ ନେଇଥିବାବେଳେ ସେ ସମୟରେ ରୋଗ ନିରୂପଣ ସକାଶେ ଏହି ଉପକେନ୍ଦ୍ର ଖୋଲିଥିଲା। ତେବେ ଚଳିତବର୍ଷଠାରୁ ଅନୁଦାନ ଆସିବା ବନ୍ଦ ହୋଇଥିବାରୁ ଉପକେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା। ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଦକ୍ଷିଣ ଓଡ଼ିଶାରୁ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଉଛି। ଏହାଦ୍ୱାରା ରୋଗୀ ଚିହ୍ନଟ ଏବଂ ଚିକିତ୍ସାରେ ବିଳମ୍ବ ଘଟୁଛି। ତେବେ ଏଠାରେ ପୂର୍ବରୁ ଆର୍‌ଏମ୍‌ଆର୍‌ସି ଟ୍ରାଇବାଲ୍‌ ଉପକେନ୍ଦ୍ର ରହିଥିବାରୁ ସ୍ବାବ୍‌ ପରୀକ୍ଷା ପାଇଁ ଏହା କାର୍ଯ୍ୟକ୍ଷମ କରିବା ଲାଗି ଜିଲାପାଳ ପ୍ରମୋଦ କୁମାର ବେହେରା, ସିଡିଏମ୍‌ ଓ ପିଏଚ୍‌ଓ ଆର୍ତ୍ତବନ୍ଧୁ ନାୟକ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଥିନେଇ ବିଭାଗୀୟ ଅଧିକାରୀଙ୍କ ସହମତି ପରେ ଜିଲାରେ କୋଭିଡ୍‌ ପରୀକ୍ଷା ହେବା ନିଶ୍ଚିତ ହୋଇଛି। ମେ’ ଶେଷ ସପ୍ତାହ ସୁଦ୍ଧା ସ୍ବାବ୍‌ ନମୁନା ପରୀକ୍ଷଣ ଲାବ୍‌ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ୨ ଟେକ୍ନିସିଆନଙ୍କୁ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସି ମୁଖ୍ୟ ଲାବ୍‌ରେ ତାଲିମ ନେବାପରେ ଏଠାରେ ବିଧିବଦ୍ଧଭାବେ ପରୀକ୍ଷା ଆରମ୍ଭ ହେବ। ପ୍ରାଥାମିକ ପର୍ଯ୍ୟାୟରେ ଦୈନିକ ୫୦ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରହିଥିବା ସିଡିଏମ୍‌ ଓ ପିଏଚ୍‌ଓ ଆର୍ତ୍ତବନ୍ଧୁ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri