Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ
ଆପଣଙ୍କ ରାଶିରେ ଶୁକ୍ର ଅବସ୍ଥାନ କରି ଆଭ୍ୟନ୍ତରୀଣ ସୈାନ୍ଦର୍ଯ୍ୟ ପ୍ରତି ମନକୁ ପ୍ରଲୋଭିତ କରିବେ। ଫଳତଃ କଳାନୁରାଗୀ, ସାହିତ୍ୟରସିକତା ଭାବରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ମଙ୍ଗଳଙ୍କ କୁପ୍ରଭାବରୁ ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି। କାମଗୁଡିକ ଯଥା ସମୟରେ ଅଶ୍ୱିନୀ ନକ୍ଷତ୍ରର ହେଉ ନ ଥିବାରୁ ମନ ବିରକ୍ତ ରହିବ।
ବୃଷ
ବୃଷ
ସ୍ବନକ୍ଷତ୍ରସ୍ଥ ଶୁକ୍ର ଦ୍ୱାଦଶ ଭାବସ୍ଥ ଯୋଗୁଁ ମନୋରନ କାର୍ଯ୍ୟ ପ୍ରତି ରୁଚି ବଳିବ। ଏକାଦଶସ୍ଥ ରବି ଅର୍ଥ ଓ ସମ୍ମାନ ପ୍ରଦାନ କରିବା ସହ ପାରିବାରିକ ଶାନ୍ତି ଫେରାଇ ଆଣିବ। ଅନେକ ସମୟରେ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ କରିପାରନ୍ତି । ଯାହା କିଣିବା ପାଇଁ ମନ ବଳାଇଛନ୍ତି ଆଜି ନ ପାଇବା କାରଣରୁ ଫେରି ଆସିବାକୁ ପଡିପାରେ।
ମିଥୁନ
ମିଥୁନ
ରାହୁ ରାଶିରେ ଅବସ୍ଥାନ କରି ଅସ୍ଥିରତା ଜନିତ ମାନସିକ ସ୍ବାସ୍ଥ୍ୟ ଓ ପାରିବାରିକ ଶାନ୍ତିକୁ ବିନଷ୍ଟ କରିପାରନ୍ତି। ଭୁଲ୍‌ବୁଝାମଣାର ବଶବର୍ତ୍ତୀ ହୋଇ ବନ୍ଧୁଙ୍କ ସହ ବିନା କାରଣରେ କଳହ ଲାଗିପାରେ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ବନ୍ଧୁ କହିଥିବା କଥାଟିକୁ ଆପଣ ବୃହତାକାରରେ କଦର୍ଥ କରି ଚିନ୍ତା କରିପାରନ୍ତି।
କର୍କଟ
କର୍କଟ
ଚତୁର୍ଥଭାବ ଶୁକ୍ର ଦୃଷ୍ଟ ଯୋଗୁ ପାରିବାରିକ ସ୍ଥିରତା, ଯାନାବହନ କିମ୍ବା ବିଳାସବ୍ୟସନ ଉପକରଣ ଖରିଦ କରିପାରନ୍ତି। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ବନ୍ଧୁ ବାନ୍ଧବ ମାନଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିବ। ଆଜିର ଯାତ୍ରା, ଭ୍ରାତୃ ସମ୍ପର୍କ, ଋଣ ପରିଶୋଧ ଜନିତ ଆମତ୍ତୃପ୍ତି ଅନୁଭବ କରିପାରନ୍ତି। ବିବାଦୀୟ ପରିବେଶରୁ ଦୂରେଇ ରହିବା ଭଲ ହେବ।
ସି˚ହ
ସି˚ହ
ଉଚ୍ଚାରୋହୀ ରବିଙ୍କ ପ୍ରଭାବରୁ ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ନିର୍ମାଣମୂଳ କାମରେ ଉନ୍ନତି ଘଟିବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ ଦୁର୍ବଳତା ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ପରିସ୍ଥିତିରେ ପଡି ବହୁତ ଗୁଡିଏ ଟଙ୍କା ଖର୍ଚ୍ଚକରିବାକୁ ବାଧ୍ୟହେବେ।
କନ୍ୟା
ରାଶ୍ୟାଧିପ ବୁଧ ଷଷ୍ଠସ୍ଥ ହୋଇ ବ୍ୟୟାଧିପ ଯୁକ୍ତ ହୋଇଥିବାରୁ ପ୍ରତିଦ୍ୱନ୍ଦିତା କଲେ ବିଜୟର ଆଶା ନିରର୍ଥକ ହୋଇପାରେ। ପାତର ଅନ୍ତର ନୀତିକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କାକୁ ଏଡି ହେବ ନାହିଁ। ପରିସ୍ଥିତିବଶତଃ ଆୟ ଅପେକ୍ଷା ବ୍ୟୟ ଅଧିକ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ।
ତୁଳା
ତୁଳା
ରାଶ୍ୟାଧିପତିଙ୍କ ଶୁଭଦୃଷ୍ଟିରୁ ଦିନଟି ସାମଗ୍ରିିକ ଦୃଷ୍ଟିକୋଣରୁ ଖୁସୀରେ ଅରିବାହିତ ହେବ। କୌଣସି ମନ ଭୁଲାଣିଆ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ। ଗୁରୁତ୍ୱପୂର୍ଣ୍ଣ କାମରେ ଇଚ୍ଛା ନଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଶିକ୍ଷା, ପରୀକ୍ଷା, ବିଦେଶ ଯାତ୍ରା ପ୍ରଭୃତି ସଙ୍ଗକୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ବିଛା
ବିଛା
ବୃହସ୍ପତି ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ମାନସିକ ଅବସ୍ଥା ଭଲ ରହିବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ସକାଶେ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ସହକର୍ମୀ ମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇ ପାରନ୍ତି। ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ କିନ୍ତୁ ସ୍ବାସ୍ଥ୍ୟ ସାମାନ୍ୟ ଗଡ୍‌ବଡ୍‌ ହୋଇପାରେ।
ଧନୁ
ଧନୁ
ଚନ୍ଦ୍ର ସହ କର୍ମାଧିପତିଙ୍କ ସ୍ବଗୃହକୁ ଦୃଷ୍ଟି କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉତ୍ପନ୍ନ କରିପାରେ। ନିକଟସ୍ଥ ବନ୍ଧୁମାନଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଯେ କୈାଣସି କ୍ଷେତ୍ର ହେଉନା କାହିଁକି, ଆପଣ କିଛି କରନ୍ତୁ, ଚୁପଚାପ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡିବ। ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ।
ମକର
ମକର
ରାଶିରେ ଶନି ସହ ମଙ୍ଗଳଙ୍କ ସ୍ଥିତି ଦୈହିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିପାରେ। କିଛି ନବୁଝି ନସୁଝି କୈାଣସି ବିବାଦ ସମ୍ପର୍କରେ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ। ରାସ୍ଥାରେ ଯାନବାହାନ ଚାଳାନାରେ ସତର୍କତା ଅବଲମ୍ବନ କରନ୍ତୁ, କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବା କଷ୍ଟକର ହୋଇପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ଦୂରୀଭୂତ ହେବାରୁ ଆଶ୍ୱସ୍ଥି ଅନୁଭବ କରିବେ। ଆଜି କର୍ମକ୍ଷେତ୍ରରୁ ଫେରିବା ବାଟରେ ଜଣେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସଭାସମିତି, ସାହିତ୍ୟଚର୍ଚ୍ଚା, କଳା,ସଂଙ୍ଗୀତ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ। ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମଧ୍ୟ ଉତ୍ତମ ରହିବ।
ମୀନମୀନ
କର୍ମକ୍ଷେତ୍ରରେ ଏକାଧିକଗ୍ରହ ଥିବାରୁ ବିଭିନ୍ନ ପ୍ରକାରର କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ପରଷ୍ପର ମଧ୍ୟରେ ଆପୋସ ଆଲୋଚନା ଦ୍ୱାରା ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଅର୍ଥ ଲାଭ, ଶାରିରୀକ ସୁସ୍ଥତା ଯୋଗୁ ମନ ଖୁସି ରହିବ। ବିବାଦ ସମ୍ପର୍କୀୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜାନୁଆରୀ ୩ ତାରିଖ – Daily Horoscope

ମେଷ ଆଜି ଗୁରୁଚାନ୍ଦ୍ରୀ ଯୋଗରୁ ମନ ପ୍ରଫୁଲ୍ଲ ରହିବ। ନୂଆ ଯୋଜନାର ଶୁଭାରମ୍ଭ କରିପାରନ୍ତି। ବ୍ୟବସାୟିକ ସଫଳତା ମିଳିବ। ଆତ୍ମୀୟଙ୍କ ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି।...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨ ତାରିଖ – Daily Horoscope

ମେଷ ମୁଖଭାବରେ ଚନ୍ଦ୍ର ଯୋଗୁ ହସିଲେ କଥା କହିବେ। ବନ୍ଧୁ ଅର୍ଥସାହାଯ୍ୟ କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, ସ୍ଥଗିତ କାମରେ ଅଗ୍ରଗତିର ସମ୍ଭାବନା, ପାରିବାରିକ ସମସ୍ୟାର...

ରାଶିଫଳ: ଗୁରୁବାର, ଜାନୁଆରୀ ୧ ତାରିଖ – Daily Horoscope

ମେଷ ନୂଆ ବର୍ଷରେ ଭାଗ୍ୟସ୍ଥାନରେ ରାଜଯୋଗ। କର୍ମକ୍ଷେତ୍ରରେ ଆଦରଣୀୟ ହେବେ। ଉଚ୍ଚାରୋହୀ ମଙ୍ଗଳ ଯୋଗୁ ଦେହ ଭଲ ରହିବ। ଧନସ୍ଥାନରେ ଚନ୍ଦ୍ର ସୁସ୍ବାଦୁ ଭୋଜନ ପରଷିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri