ସିଏଏକୁ ବିରୋଧ କରି ବିକ୍ଷୋଭ

ନୟାଗଡ଼ ଅଫିସ,୨୦ା୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ହୋଇଥିବା ନାରଗିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନୟାଗଡ଼ ଜିଲାରେ ବିରୋଧ କରାଯାଇଛି। ଏହା ସମ୍ବିଧାନ ବିରୋଧୀ ଓ ଏହାକୁ ପ୍ରତ୍ୟାହାର କରିବା ଦାବିରେ ଗୁରୁବାର ଜିଲା ସିପିଆଇ (ଏମ୍‌) ଓ ଜନ ଅଧିକାର ସୁରକ୍ଷା ମଞ୍ଚ ମିଳିତ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପୂର୍ବରୁ ଉଭୟ ସଙ୍ଗଠନର ଶତାଧିକ ସଦସ୍ୟ ସିନ୍ଦୂରିଆଠାରୁ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାର ବିରୋଧରେ ନାରାବାଜି ଦେବା ସହିତ ସିଏଏକୁ ପ୍ରତ୍ୟାହାର କରିନେବା ଧ୍ୱନି ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚତ୍ଥିଲେ। ସେଠାରେ ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଏକ ସଭା କରାଯାଇଥିଲା। ଶରତ ଚନ୍ଦ୍ର ବେହେରା, ଗଙ୍ଗାଧର ପଣ୍ଡା, ସୁରେଶ ସ୍ବାଇଁ, ବୁଦ୍ଧି ନାୟକ, ଏସ୍‌.ଏ. କରିମ, ଗୋଲକ ବିହାରୀ ମୁଦୁଲି, ସରୋଜ ନାୟକ, ଜନ ଅଧିକାର ସୁରକ୍ଷା ମଞ୍ଚର ନେତା ଏସ୍‌. ଏ. ଆହାଦ୍‌, ଉସମାନ ମଲ୍ଲିକ, ଓହିଦ ମଲ୍ଲିକ, କାଳିଆ ଖାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଭାରତରେ ସମସ୍ତେ ଭାଇ ଭାଇ ହୋଇ ଚଳୁଥିବା ବେଳେ ଏହି ଆଇନ ଦ୍ୱାରା ଲୋକମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ମନୋଭାବ ଦେଖାଦେବ ବୋଲି ବିକ୍ଷୋଭକାରୀମାନେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ଜି.ଉଦୟଗିରିରେ କଲବଲ କରୁଛି ହାଡ଼ଭଙ୍ଗା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି, ୧୧।୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ...

ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ...

ସନ୍ଦେହ ଘେରରେ ଦାରିଙ୍ଗବାଡି ତାପମାପକ ଯନ୍ତ୍ର: ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦାରିଙ୍ଗବାଡି, ୧୧।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ଆଇଏମଡି ପକ୍ଷରୁ ରହିଥିବା ତାପମାପକ ଯନ୍ତ୍ର ତ୍ରୁଟି ରହିଥିବା ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri