ସୁପର ସ୍ପେଶିଆଲିଟି ହସ୍‌ପିଟାଲ ଦାବି ଜୋର ଧରିଲା: ସାମିଲ ହେଲେ ୭୦ ପଞ୍ଚାୟତ ଜନପ୍ରତିନିଧି

ରାହାମା,୧୭ା୧୨(ଡି.ଏନ.ଏ.): କୁଜଙ୍ଗ ବ୍ଲକ ଅଧୀନ ରାହାମାଠାରେ ଏକ ସୁପର ସ୍ପେଶିଆଲିଟି କିମ୍ବା ସବ୍‌ଡିଭିଜନାଲ ହସ୍ପିଟାଲ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି। ଏନେଇ ରାହାମାସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରତାପ ଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟସେବା କମିଟି ପକ୍ଷରୁ ଏକ ବୈଠକ କରାଯାଇ ଏହି ଦାବି ଉପରେ ଆଲୋଚନା କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ହସ୍ପିଟାଲ ପ୍ରତିଷ୍ଠା କରିବାରେ ବିଳମ୍ବ କରୁଥିବାରୁ ଆଗାମୀ ଦିନରେ ଗଣଆନ୍ଦୋଳନ ସହିତ ରେଳରୋକୋ ଓ କଟକ-ପାରାଦୀପ ରାଜ୍ୟପଥ ଅବରୋଧ ଓ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ କରାଯିବ ବୋଲି ସ୍ବାସ୍ଥ୍ୟସେବା କମିଟି ସମ୍ପାଦକ ତଥା କ୍ରିୟାନୁଷ୍ଠାନ କମିଟି ମୁଖ୍ୟ ସଂଯୋଜକ ପ୍ରତାପ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ତିର୍ତୋଲର ବରିଷ୍ଠ ସାମାଜିକ କର୍ମୀ ନିତ୍ୟାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁଜଙ୍ଗ, ତିର୍ତୋଲ, ଏରସମା, କେନ୍ଦ୍ରାପଡ଼ା ଜିଲାର ଗରଦପୁର, ମହାକାଳପଡ଼ା ବ୍ଲକ ଆଦି ୭୦ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟାସଭ୍ୟ, ଜିଲା ପରିଷଦ ସଭ୍ୟ, ବରିଷ୍ଠ ନାଗରିକ ମଞ୍ଚ, ଛାତ୍ର ପ୍ରତିନିଧି, କ୍ରିୟାନୁଷ୍ଠାନ କମିଟିର ସମସ୍ତ ଆବାହକ ଯୋଗଦେଇ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ୧୯୯୪ରୁ ସ୍ବାସ୍ଥ୍ୟସେବା କମିଟି ମାଧ୍ୟମରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉ ନ ଥିବା କମିଟି ଅଭିଯୋଗ କରିଛି। ବୈଠକରେ ଆବାହକ କମିଟି ସଭ୍ୟ ଅଜୟ ସାହୁ, ରାଜ୍ୟ ମହିଳା ସଂଗଠନ ସମ୍ପାଦିକା ସବିତା ମହାପାତ୍ର, କାଠକୋଟ ସରପଞ୍ଚ ମିହିର ପଟ୍ଟନାୟକ, ତାଳପଡା ସରପଞ୍ଚ ମମତା ସାହୁ, ଗୋରଡ ସରପଞ୍ଚ ସ୍ବର୍ଣ୍ଣଲତା ବିଶ୍ୱାଳ, ବଣିତୋ ସରପଞ୍ଚ ସଞ୍ଜୟ ଷଡ଼ଙ୍ଗୀ, ମହାକାଳପଡା ବ୍ଲକର ଗଙ୍ଗାଧର ପରିଡା, ଗାରେଇ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ବାଲିକଣି ସରପଞ୍ଚ ଜ୍ଞାନରଞ୍ଜନ ଚୌଧୁରୀ, ଅଭୟ ବାରିକ, ଚିନ୍ମୟ ଦାସ, ଶରତ ମହାନ୍ତି, ନାରୀନେତ୍ରୀ ମନୋରମା ମହାପାତ୍ର, ପାର୍ବତୀ ଭୂୟାଁ ଓ ସରସ୍ବତୀ ଦାସ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

କଂଗ୍ରେସ ଭୋଟ ସୁରକ୍ଷା ପ୍ରତିମାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର,୩ା୫ (ପ୍ରମୋଦ କୁମାର ନାୟକ): ୨୦୨୪ ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ଚାଲିଛି।...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର, ୨୮ା୪ (ପ୍ରମୋଦ କୁମାର ନାୟକ)୨୦୧୦ରେ ତିର୍ତ୍ତୋଲ ବ୍ଲକ ପୁଟିଙ୍ଗ ଗ୍ରାମ ଅଧୀନ ୪ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର-୨ ଖୋଲା ଯାଇଥିଲା। କିନ୍ତୁ ଏହି କେନ୍ଦ୍ରରେ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri