ନାବାଳକଙ୍କୁ ସାବାଳକ ସଜାଇଲା ପୋଲିସ; ୩ ମାସ ହେଲାଣି ରହି ଆସୁଛନ୍ତି ଜେଲ୍‌ରେ

ନୟାଗଡ଼ ଅଫିସ,୬।୧୧-ନୟାଗଡ଼ ଜିଲା ଓଡ଼ଗାଁ ପୋଲିସ ଜଣେ ନାବାଳକଙ୍କୁ ସାବାଳକ ଦର୍ଶାଇ ଜେଲ୍‌କୁ ପଠାଇଛନ୍ତି। ସମ୍ପୃକ୍ତ ନାବାଳକ ୩ ମାସ ହେଲାଣି ନୟାଗଡ଼ ଖୁଣ୍ଟୁବନ୍ଧସ୍ଥିତ ଉପକାରାଗାରରେ ରହି ଆସୁଛନ୍ତି।
ଯେ, ଓଡ଼ଗାଁ ଥାନା ବନ୍ଧସାହି ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଗତ ଅଗଷ୍ଟ ୨୫ ତାରିଖରେ ଓଡ଼ଗାଁ ପୋଲିସ ଏକ ଚୋରି ମାମଲାରେ ଗିରଫ କରିଥିଲା। ତାଙ୍କୁ କୋର୍ଟଚାଲାଣ ପରେ ଜେଲକୁ ପଠାଇ ଦିଆଯାଇଥିଲା। ଫଳରେ ନାବାଳକ ଜଣଙ୍କ ୩ ମାସ ହେଲାଣି ଉପକାରାଗାରରେ ରହି ଆସୁଛନ୍ତି। ଜିଲା କିଶୋର ନ୍ୟାୟ ପରିଷଦର ସଦସ୍ୟ କିଶୋର ଚନ୍ଦ୍ର ମହାପାତ୍ର କିଛିଦିନ ତଳେ ଉପକାରାଗାରକୁ ପରିଦର୍ଶନରେ ଯାଇଥିବାବେଳେ ନାବାଳକ ଜଣଙ୍କ ଜେଲ୍‌ରେ ରହି ଆସୁଥିବା ଜାଣିବାକୁ ପାଇଥିଲେ। ପରେ ତାଙ୍କ ପରିବାର ସହିତ ଏ ନେଇ ଆଲୋଚନା କରିବାରୁ ନାବାଳକଙ୍କ ମାଆ ସେ ପଢ଼ିଥିବା ବିଦ୍ୟାଳୟରୁ ସାଟିର୍ଫିକେଟ ଆଣି ଦେଖାଇଥିଲେ। ନାବାଳକଙ୍କ ଜନ୍ମ ୫ ଫେବୃୟାରୀ ୨୦୦୨ ଦର୍ଶାଯାଇଛି। ନାବାଳକଙ୍କୁ ୧୭ ବର୍ଷ ହୋଇଥିବାରୁ କିଶୋର ନ୍ୟାୟ ପରିଷଦ ଓଡ଼ଗାଁ ଜେଏମ୍‌ଏଫସି କୋର୍ଟଙ୍କୁ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଜଣେ ନାବାଳକଙ୍କୁ ଓଡ଼ଗାଁ ପୋଲିସ କିପରି ଭାବେ ସାବାଳକ ଦେଖାଇ ଜେଲ୍‌କୁ ପଠାଇଲା ତାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଏକ ଚୋରି ମାମଲାରେ ନାବାଳକଙ୍କୁ ଘରୁ ପୋଲିସ ଉଠାଇ ଆଣିଥିଲା। ଏ ନେଇ ନାବାଳକଙ୍କ ମାଆ ପ୍ରତିବାଦ କରିଥିଲେ ମଧ୍ୟ ପୋଲିସ ଶୁଣି ନ ଥିଲା। ଏପରିକି ନାବାଳକଙ୍କ ମାଆ ପାଟି ଖୋଲିଲେ ତାଙ୍କୁ ଜେଲ୍‌ ପଠାଇବାକୁ ମଧ୍ୟ ପୋଲିସ ଧମକ ଦେଇଥିଲା। ଜିଲା କିଶୋର ନ୍ୟାୟ ପରିଷଦର ସଦସ୍ୟ କିଶୋର ଚନ୍ଦ୍ର ମହାପାତ୍ର କୁହନ୍ତି ସମ୍ପୃକ୍ତ ନାବାଳକଙ୍କ ବିଷୟରେ ଜାଣିବା ପରେ ଆମେ ଓଡ଼ଗାଁ ଜେଏମ୍‌ଏଫସି କୋର୍ଟଙ୍କୁ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛୁ। ଅନ୍ୟପକ୍ଷେ ତଦନ୍ତ ସମୟରେ ଭାରପ୍ରାପ୍ତ ଥାନା ଅଧିକାରୀ ଆଧାର କାର୍ଡରୁ ପିଲାର ବୟସ ୨୦ ବର୍ଷ ହୋଇଥିବାରୁ ତାଙ୍କୁ ଗିରଫ କରି ଜେଲ୍‌କୁ ପଠାଯାଇଥିବା ନେଇ ଜଣେ ପୋଲିସ କର୍ମଚାରୀ ପ୍ରକାଶ କରିଛନ୍ତି। ଯଦି ନାବାଳକ ଜଣଙ୍କ ଅଭିଯୁକ୍ତ ତାହାହେଲେ ତାଙ୍କୁ ସୁଧାର ଗୃହକୁ ନ ପଠାଇ କିପରି ଭାବେ ପୋଲିସ ତାଙ୍କୁ ଜେଲ୍‌ ପଠାଇଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନାବାଳକଙ୍କୁ ଉପଯୁକ୍ତ ନ୍ୟାୟ ପାଇଁ ତାଙ୍କ ମାଆ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri