ମହିଳାଙ୍କୁ ଅସଦାଚରଣ, ପର୍ସ ଛଡ଼ାଇ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ସମ୍ପର୍କରେ ଫାଟ ଆସିବା ପରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ପର୍ସ ଓ ମୋବାଇଲ ଫୋନ୍ ଛଡ଼ାଇ ନେଇଥିବା ଅଭିଯୁକ୍ତଙ୍କୁ ଏୟାରପୋର୍ଟ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପୋଖରୀପୁଟ ଭୋଇସାହି ଅଞ୍ଚଳର ଗଣେଶ ସାମଲ…
ମିନତି ମିଶ୍ରଙ୍କୁ ମରଣୋତ୍ତର ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ
କୋଣାର୍କ,୨୨।୨(ଡି.ଏନ.ଏ): କୋଣାର୍କ ନାଟ୍ୟମଣ୍ଡପରେ ଚାଲିଥିବା ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ପଞ୍ଚଦେବ ସ୍ତୁତି ପରେ ବିଖ୍ୟାତ ସିତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନ ଋତୁରାଜ ବସନ୍ତକୁ ନେଇ ରାଗ-ବାହାର ପରିବେଷଣ କରିଥିଲେ। ଦ୍ୱିତୀୟ…
ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ପ୍ରାଥମିକ ଚିକିତ୍ସା କଲେ ରଞ୍ଜୀବ
ଭୁବନେଶ୍ୱର,୨୨।୨(ବ୍ୟୁରେ): ରାଜଧାନୀର ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ଖରା, ବର୍ଷାକୁ ଖାତିର ନ କରି ନିଜ ଦାୟିତ୍ୱ ତୁଲାଉଛନ୍ତି। ଅନେକ ସମୟରେ ସେମାନେ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇ ସାବାସି ପାଇବା ସହ ଚର୍ଚ୍ଚାକୁ ଆସିଥାନ୍ତି। ଏହିଭଳି…
ଗୁପ୍ତା ପାଓ୍ବାର ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ଅଧ୍ୟକ୍ଷଙ୍କ ପରଲୋକ
କଟକ ରୋଡ,୨୨।୨(ଡି.ଏନ୍.ଏ.): ଗୁପ୍ତା ପାଓ୍ବାର ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ଅଧ୍ୟକ୍ଷ ଭଗତରାମ ଗୁପ୍ତାଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। କିଛିଦିନ ପୂର୍ବେ ସେ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…
ଦକ୍ଷିଣା ପାଇଁ ଭକ୍ତଙ୍କୁ ଦୁର୍ବ୍ୟବହାର
ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଦାନ, ଦକ୍ଷିଣା ଆଦାୟ କରାଯାଇପାରିବ ନାହିଁ। ଏହା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମ୍କୋର୍ଟ। ହେଲେ ଏହାକୁ କେତେକ ସେବାୟତ ମାନୁନାହାନ୍ତି। ଦକ୍ଷିଣା ପାଇଁ ଦର୍ଶନାର୍ଥୀଙ୍କୁ ଜୁଲମ୍ କରିବା ସହ ବେଳେ ବେଳେ ଖରାପ ଭାଷାରେ…
ଜାଗର ଦୀପରୁ ଲେଡିଜ୍ ହଷ୍ଟେଲରେ ଅଗ୍ନିକାଣ୍ଡ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆର୍ପି ଛକ ନିକଟ ନୀଳକଣ୍ଠ ନଗରରେ ଥିବା ଶ୍ରୀଜଗନ୍ନାଥ ରେସିଡେନି୍ସ ନାମକ ଏକ ଲେଡିଜ ହଷ୍ଟେଲର ତୃତୀୟ ମହଲାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଠିକଣା ସମୟରେ ସ୍ଥାନୀୟ ଫାୟାର ଷ୍ଟେଶନ ଅଗ୍ନିଶମ ବାହିନୀର ୩…
ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ଏଲ୍ଇଡି ଚାଲୁନି
ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିର ହୁଣ୍ଡି ଗଣତିରେ ସ୍ବଚ୍ଛତା ଆଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବେଢ଼ା ପରିସର ଶାଖା କାର୍ଯ୍ୟାଳୟ ବାହାରେ ଲଗାଯାଇଥିଲା ଏଲ୍ଇଡି। ଉଦ୍ଦେଶ୍ୟ ଥିଲା ଶ୍ରଦ୍ଧାଳୁମାନେ ବି ସିଧାସଳଖ ହୁଣ୍ଡି ଗଣତି ଦେଖିପାରିବେ। ଫଳରେ ବିଭିନ୍ନ ସମୟରେ ହୁଣ୍ଡି…
ହର ହର ମହାଦେବ…
ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶ୍ରୀଲଙ୍ଗରାଜ ମନ୍ଦିର ବ୍ୟତୀତ ଏକାମ୍ର କ୍ଷେତ୍ର ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ଥିବା ଶତାଧିକ ଶୈବପୀଠରେ ଶୁକ୍ରବାର ଆୟୋଜିତ ହୋଇଥିଲା ମହାଶିବରାତ୍ରି। ଘଣ୍ଟ ହୁଳହୁଳିରେ ଉଛୁଳି ପଡ଼ିଥିଲା ସହରର ସମସ୍ତ ଶୈବପୀଠ। ଶିବ ପଞ୍ଚାକ୍ଷରୀ ସ୍ତୋତ୍ରରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ…
ମହାଶିବରାତ୍ରି ଉପଲକ୍ଷେ ଜାତୀୟସ୍ତରୀୟ ଭଜନ ସମାରୋହ: ୧୦ଜଣଙ୍କୁ ‘ଏକାମ୍ର ଶ୍ରୀ’ ସମ୍ମାନ
ପୁରୁଣା ଭୁବନେଶ୍ୱର,୨୨।୨(ଡି.ଏନ୍.ଏ.): ମହାଶିବରାତ୍ରି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଅସ୍ଥାୟୀ ଭଜନ ମଣ୍ଡପରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଅନୁଷ୍ଠାନ ପକ୍ଷରୁ ଅହୋରାତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ଚେତନା, ଗୀତାପାଠ ପରେ ଅପରାହ୍ନରେ ଡ. ରଜନୀ…
୧୦ବର୍ଷ ପରେ ମିଳିଲା ହଜିଲା ପୁଅ
ପାରାଦୀପ, ୨୨।୨ (ସ୍ବ.ପ୍ର.): ଦୀର୍ଘ ଏକ ଦଶନ୍ଧି ହେଲା ପୁଅକୁ ହରାଇଥିବା ବେଳେ ଆଉଥରେ ପୁଅକୁ ପାଇବାର ଆଶା ଛାଡ଼ିଦେଇଥିଲେ। ହେଲେ ଶୁକ୍ରବାର ମହାଶିବରାତ୍ରୀରେ ପୁଅକୁ ଫେରିପାଇବା ପରେ ଆତମ ବିଭୋର ହୋଇପଡ଼ିଛନ୍ତି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର…
ଜାରକା ବିଟ୍ ହାଉସ ନିକଟରେ ହେବ ଫ୍ଲାଏ ଓଭରବ୍ରିଜ୍
ଧର୍ମଶାଳା,୨୨।୨(ଡିଏନଏ): ଜାତୀୟ ରାଜପଥ ଜାରକା ଛକରେ ହେବାକୁ ଥିବା ଫ୍ଲାଏ ଓଭରବ୍ରିଜକୁ ନେଇ ଚାଲିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ ଆଞ୍ଚଳିକ ଅଧିକାରୀ ପି.କେ. ପଣ୍ଡା ଜାରକାରେ ପହଞ୍ଚି ଧର୍ମଶାଳା ବିଧାୟକ ପ୍ରଣବ କୁମାର…
ଯାଜପୁରରୋଡ ସିଏଚ୍ସିକୁ ଅବହେଳା
ଯାଜପୁର ଅଫିସ,୨୨।୨: କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗିଥିବା ଜିଲାର ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ଡିଏମ୍ଏଫ୍ (ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ) ପାଣ୍ଠିରେ ଲକ୍ଷାଧିକ ଟଙ୍କା ଜିଲା ବାହାରେ ଖର୍ଚ୍ଚ…
Archives


