ରତ୍ନସିଂହାସନରୁ ପଥର ଉଭାନ

ପୁରୀ ଅଫିସ,୮ା୭: ଶ୍ରୀମନ୍ଦିର ରତ୍ନସିଂହାସନରୁ ଖଣ୍ଡିଏ ପଥର ଗାଏବ କରିଦିଆଯାଇଛି। ଏନେଇ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସେବାୟତ ଈପ୍‌ସିତ ପ୍ରତିହାରୀ। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ପ୍ରତିହାରୀ କହିଛନ୍ତି ଯେ, ରତ୍ନସିଂହାସନରୁ ଗାଏବ ହୋଇଥିବା ପଥରରେ ଦେଢଟି ପଦ୍ମ ପାଖୁଡ଼ା ରହିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସମ୍ମୁଖ ଭାଗରେ ଏହି ପଥରଟି ଥିଲା। ଏହାର କିଛି ଅଂଶ କଢ଼ାଯାଇଛି। ତେବେ କେବେ କଢ଼ା ହୋଇଛି, କିଏ କାଢ଼ିଛି ଏ ବିଷୟରେ ରାଜ୍ୟ ସରକାର ତଦନ୍ତ କରିବା ଦରକାର। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି ପ୍ରତ୍ନତତ୍ତ୍ବ ବିଭାଗ। ପ୍ରତିବର୍ଷ ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ବଡ଼ଦାଣ୍ଡକୁ ଓହ୍ଲାଇବା ପରେ ଶ୍ରୀମନ୍ଦିର ଯାଞ୍ଚ ଓ ମରାମତି ହୋଇଥାଏ। ଏଥର ମଧ୍ୟ ଗର୍ଭଗୃହ ସମେତ ଜଗମୋହନ, ନାଟମଣ୍ଡପ ରୋଷଶାଳା ଆଦି ଯାଞ୍ଚ ଏବଂ ମରାମତି କରାଯାଇଛି।
ଈପ୍‌ସିତ କହିଛନ୍ତି, ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ମରାମତି ପାଇଁ ମନ୍ଦିର ପ୍ରଶାସନ କେଉଁ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ? ରକ୍ଷଣାବେକ୍ଷଣ ପରେ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନର କେଉଁ ଅଧିକାରୀଙ୍କୁ ରିପୋର୍ଟ କରିଥିଲେ ଏହା ସ୍ପଷ୍ଟ କରାଯାଉ। କାରଣ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ସେହି ସ୍ଥାନରୁ ପଥରକୁ କାଢ଼ି ଚଞ୍ଚକତା ପୂର୍ବକ ବାଲି ସିମେଣ୍ଟ ଦିଆଯାଇ ତାହାକୁ ମେକପ୍‌ କରିଦିଆଯିବାର ଭ୍ରମ ସୃଷ୍ଟି କରାଯାଇଛି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଏହା ପାଖରେ ଆଉ ୨ଟି ଜାଗାରେ ଖାଲ ରହିଛି। ଏହି ଖାଲ ଏବେ ହୋଇଛି ନା ଆଗରୁ ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର। ତେଣୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ସମ୍ମୁଖରେ ଏହାକୁ ସ୍ପଷ୍ଟ କରାଯିବା ଜରୁରୀ ବୋଲି ଈପ୍‌ସିତ ଗଣମାଧ୍ୟମକୁ କହିଛନ୍ତି। ତଦନ୍ତ ପରେ ପଥର ଗାଏବରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭକ୍ତ ଦିଲୀପ ବରାଳ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଦିଲୀପ ତାଙ୍କ ନିବେଦନପତ୍ରରେ ଦର୍ଶାଇଛନ୍ତି ଯେ, ରତ୍ନସିଂହାସନରୁ ଖଣ୍ଡିଏ ପଥର ତାଡ଼ି ନିଆଯାଇଥିବା ଶୁଣିବାକୁ ମିଳିଛି। ଏହା ନିଶ୍ଚିତ ଭାବେ ଏକ ଦୁର୍ଭାଗ୍ୟଜନକ ଘଟଣା। ଗତବର୍ଷ ଗରୁଡ଼ ସ୍ତମ୍ଭ ତଳ ଭାଗରେ ଥିବା ଏକ ଛୋଟ ମୂର୍ତ୍ତି କେଉଁଆଡେ ଗାଏବ ହୋଇଯାଇଥିଲା। ବର୍ତ୍ତମାନ ରତ୍ନସିଂହାସନରୁ ପଥର ନେଇଯିବା ଘଟଣାର ଉପଯୁକ୍ତ ତଦନ୍ତ ହେବା ଦରକାର। ତେବେ ରତ୍ନସିଂହାସନରୁ ଖଣ୍ଡିଏ ପଥର ଉଭାନ ହୋଇଯିବା ନେଇ ଯେଉଁ ଅଭିଯୋଗ ହେଉଛି ସେଥିରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍‌ଆଇର ଜଣେ ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ତାଲା ଖୋଲି ଦାନବାକ୍ସ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ

ଅମରପାଲି,୨୬।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସହରର ତ୍ରିବେଣୀ ଛକ ସ୍ଥିତ ଦୁର୍ଗା ମନ୍ଦିରରୁ ଦାନବାକ୍ସ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମନ୍ଦିର କମିଟି ପକ୍ଷରୁ…

ବାତ୍ୟାକୁ ନେଇ IMD ଡିଜିଙ୍କ ବଡ଼ ସୂଚନା, ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦କିମି ବେଗରେ ବହିବ ପବନ

ଭୁବନେଶ୍ୱର,୨୬।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’। ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦ କିମି ବେଗରେ ପବନ ବହିବ…

ଯାତ୍ରୀଙ୍କୁ ଭଡ଼ା ଓ ଟିକସ ଫେରାଇଥିଲେ ଜିଏସ୍‌ଟି ଫେରିପାଇବେ ବିମାନ କମ୍ପାନୀ

ନୂଆଦିଲ୍ଲୀ,୨୬ା୧୦: ବାତିଲ ବିମାନ ଟିକେଟକୁ ନେଇ ଜିଏସ୍‌ଟି ଆପିଲେଟ ଟ୍ରିବ୍ୟୁନାଲ(ଜିଏସ୍‌ଟିଏଟି) ଏ ରାୟ ଦେଇଛନ୍ତି। ଯଦି ବାତିଲ ହୋଇଥିବା ବିମାନ ଟିକେଟ ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ଯାତ୍ରୀଙ୍କୁ…

ନଦୀରେ ଭାସୁଥିଲା ମୃତ କୁମ୍ଭୀର, ବାହ୍ୟ ଅଂଶରେ ନାହିଁ କୌଣସି ଆଘାତ ଚିହ୍ନ, ଉଦ୍ଧାର ପରେ…

ମାର୍ଶାଘାଇ,୨୬ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ନିକଟରେ ଲୁଣାନଦୀରୁ ଏକ ମୃତ କୁମ୍ଭୀର ଜବତ କରାଯାଇଛି। ରବିବାର…

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ: ନିର୍ଜନ ଦ୍ୱୀପରେ ଆଶ୍ରୟ ନେଇଛନ୍ତି ୨୦ରୁ ଅଧିକ କଙ୍କଡ଼ା ଧରାଳି, ପହଞ୍ଚିନି ସଚେତନତା ବାର୍ତ୍ତା

ମହାକାଳପଡ଼ା,୨୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ମୁହାଁ ହେଉଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର ସୂଚନା ଅନୁଯାୟୀ,…

ରାହୁଲ ଗାନ୍ଧୀଙ୍କ ମାମଲାର ରାୟ ଆସିବାକୁ ଲାଗିଲା ୮ ବର୍ଷ, ଜାଣନ୍ତୁ କ’ଣ ନିଷ୍ପତ୍ତି ନେଲେ କୋର୍ଟ

ନୂଆଦିଲ୍ଲୀ, ୨୬।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ୮ ବର୍ଷ ପୁରୁଣା ମାନହାନି ମାମଲାରେ ଆଶ୍ୱସ୍ତି ମିଳିଛି। ସୋମବାର, ଅକ୍ଟୋବର…

କମାଲ କଲେ ବୈଭବଙ୍କ ଭାଇ ଆଶୀର୍ବାଦ, ଚୌକା-ଛକା ବର୍ଷା କରି ଦଳକୁ ଦେଲେ ରୋମାଞ୍ଚକ ବିଜୟ

ନୂଆଦିଲ୍ଲୀ, ୨୬।୧୦: ବୈଭବ ସୂର୍ଯ୍ୟବଂଶୀ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚରେ ସେ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ତାଙ୍କ ଭାଇ…

ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ଅଘଟଣ: କାରକେଡ ପଛରେ ଗାଡ଼ି ଧକ୍କା, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ, ୨୬।୧୦: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସେୱରେ କଂଗ୍ରେସ ନେତା ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାରକେଡ ପଛରେ ଯାଉଥିବା ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?