ବ୍ରହ୍ମପୁର ଆଇଟିଆଇକୁ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ପ୍ରଶଂସାପତ୍ର

ବ୍ରହ୍ମପୁର ଅଫିସ,୮ା୭- କୋଭିଡ୍‌-୧୯ର ମୁକାବିଲା ନେଇ ୟୁଭିସି ସୋଲ ସାନିଟାଇଜର, ୟୁଭିସି ସାନିଟାଇଜର ନିର୍ମାଣ ପାଇଁ ବ୍ରହ୍ମପୁର ଆଇଟିଆଇକୁ ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ପ୍ରଶଂସାପତ୍ର ଦେଇଛନ୍ତି। ମହାମାରୀ ସମୟରେ କରୋନା ଯୋଦ୍ଧାଙ୍କ ସୁରକ୍ଷା ପାଇଁ ଅତି ସ୍ବଳ୍ପ ମୂଲ୍ୟରେ ଆଇଟିଆଇ ଉପରୋକ୍ତ ଦୁଇ ଉପକରଣ ପ୍ରସ୍ତୁତ କରିଥିବାରୁ ସେ ଅନୁଷ୍ଠାନର ସମ୍ପୂର୍ଣ୍ଣ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ବ୍ରହ୍ମପୁର ଆଇଟିଆଇର ଏହି ପ୍ରଣାଳୀ ସାରା ଦେଶରେ ହଜାର ହଜାର ଉଦ୍ୟୋକ୍ତା ସୃଷ୍ଟି କରିପାରିବ। ଏହାର ପ୍ରଣାଳୀ ଭାରତ ସରକାରଙ୍କ ଆମତ୍ନିର୍ଭର ଭାରତ ଅଭିଯାନକୁ ନିଶ୍ଚୟ ସଫଳ ରୂପାୟନ ଦେବ ବୋଲି ମନ୍ତ୍ରୀ ଟୁଇଟରରେ ଦର୍ଶାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନ୍‌କୀ ବାତ ଟୁଇଟ୍‌ ଜରିଆରେ ବ୍ରହ୍ମପୁର ଆଇଟିଆଇକୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ସାନିଟାଇଜର, ମାସ୍କ, ଫେସ୍‌ ସିଲ, ଏରୋସଲ ବକ୍ସ, ପ୍ରଟେକ୍ଟ ଗାର୍ଡ, ପେଡେଲ ଓ ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର, କେଭିଡ୍‌ ସାମ୍ପୁଲ କଲେକ୍ସନ କିଓସ୍କୋ, ୟୁଭିସି ସୋଲ ସାନିଟାଇଜର, ୟୁଭିସି ସାନିଟାଇଜର ପ୍ରସ୍ତୁତ କରିବା ସହ ବିଭିନ୍ନ ମେଡିକାଲ, ପୋଲିସ, ସ୍ବେଚ୍ଛାସେବୀ ପ୍ରମୁଖ କୋରୋନା ଯୋଦ୍ଧାଙ୍କୁ ପ୍ରଦାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲ ଟିକା ୯୫:୫ କରାଯାଉ

ଭୁବନେଶ୍ୱର, ୩ା୭(ବ୍ୟୁରୋ): କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ଯୋଗାଇ ଦେଉଥିବା ଟୀକା ଅନୁପାତକୁ ୭୫:୨୫ ପରିବର୍ତ୍ତେ ୯୫:୫ କରିବା ପାଇଁ ଓଡିଶା ଦାବି କରିଛି। ଏନେଇ...

ଶକ୍ତି ଓ ଜଳବାୟୁ ସୂଚକାଙ୍କ: ର଼୍ୟାଙ୍କ ୨୨ରେ ଓଡ଼ିଶା

ନୂଆଦିଲ୍ଲୀ,୧୨ା୪:ନୀତି ଆୟୋଗ ପକ୍ଷରୁ ସୋମବାର ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ- ରାଉଣ୍ଡ ୧ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ସାମଗ୍ରିକ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା ୨୨...

ଫନୀରେ ଉଡିଥିଲା ବିଦ୍ୟାଳୟ ଛପର: ଗଛମୂଳେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

କାଳିଆପାଣି,୨୭ା୬(ଡି.ଏନ୍‌.ଏ.): ୨୦୧୬ ନଗଡା ଅପପୁଷ୍ଟି ଘଟଣାପରେ ନଗଡାର ବିକାଶ କ୍ଷେତ୍ରରେ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। ଜୁଆଙ୍ଗ ଜନଜାତିଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଗମନାଗମନ...

ଭିଜିଲାନ୍ସ ଜାଲରେ କୋଟିପତି ମହିଳା କିରାଣି  

ଜଗତ୍‌ସିଂହପୁର ଅଫିସ, ୨ା୧୨-ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତ୍‌ସିଂହପୁର ଜିଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ (ଜିପିଓ) ସେକ୍ସନ୍‌ ଅଫିସର ସଞ୍ଜୁକ୍ତା ଦାସ। ଭିଜିଲାନ୍ସ ଟିମ୍‌ ବୁଧବାର ତାଙ୍କ ଜଗତ୍‌ସିଂହପୁର...

୨୨ ଲକ୍ଷ ଚାଷୀ ଲାଭ ପାଇବେ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାକୁ ଆର୍ଥତ୍କ ବର୍ଷ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବା ନିଷ୍ପତ୍ତିକୁ ଅନୁମୋଦନ ଦେବା ଦ୍ୱାରା...

ରାଜଧାନୀରେ ୭୦ହଜାର ମୁହାଁ ସଂକ୍ରମଣ

ଭୁବନେଶ୍ୱର, ୨୪।୫ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଜଟିଳ ଲାଗିଛି। ଉଭୟ ସଂକ୍ରମଣ ଓ ମୃତ୍ୟୁ ବଢ଼ି ଚାଲିଛି। ଦୈନିକ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ...

ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୩୦୫କୁ ବୃଦ୍ଧି ପାଇଛି। ୪ ମୃତକଙ୍କ...

‘ସରକାରୀ ଚାକିରି ଲାଗି ସର୍ବାଧିକ ବୟସ ସୀମା ୪୨ ବର୍ଷ କରାଯାଉ’

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା ୪୨ ବର୍ଷ ଧାର୍ଯ୍ୟ କରାଯାଉ। ରାଜ୍ୟରେ ୨୧ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ...

Advertisement
Archives

Model This Week