ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡି,୮।୭(ଡି.ଏନ.ଏ)- ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ମଜୁରି ପାଉନାହାନ୍ତି ଜବ୍‌କାର୍ଡଧାରୀ। ଉକ୍ତ ପଞ୍ଚାୟତ ଟପେରିଙ୍ଗିଆ ଗ୍ରାମର ଡିଙ୍ଗେଲି ଅଞ୍ଚଳରେ ଜମି ଉନ୍ନୟନ କାର୍ଯ୍ୟ କରି ଶ୍ରମିକଙ୍କୁ ମଜୁରୀ ମିଳୁନାହିଁ। ବରଂ ଯେଉଁମାନେ କାମ କରି ନାହାନ୍ତି ସେମାନଙ୍କ ଆକାଉଣ୍ଟକୁ ମଜୁରୀ ଟଙ୍କା ଯାଇଥିବା ମଙ୍ଗଳବାର ସ୍ଥାନୀୟ ପ୍ରଶାସନ ନିକଟରେ କେତେଜଣ ଜବ୍‌କାର୍ଡଧାରୀ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବୁଡାଗୁଡା ଗ୍ରାମରୋଜଗାର ସେବକ କେଦାରନାଥ ସାହୁ କହିଛନ୍ତି, ଗାଁ ସାଥିମାନେ ଯେଉଁମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ସେମାନଙ୍କ ନାମରେ ବିଲ ହେଉଛି। ଯେଉଁମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ଆଧାର ଲିଙ୍କ୍‌ ହୋଇ ନଥିଲା। ଏବେ କରାଯାଇଛି ଶୀଘ୍ର ମଜୁରୀ ପାଇବେ। ଏନେଇ ବିଡିଓ ଜଗଦୀଶ ଷଡଙ୍ଗୀ କହିଛନ୍ତି , ଅଭିଯୋଗ ମିଳିଛି, ତଦନ୍ତ ପରେ କେଉଁ ପରିସ୍ଥିତିରେ ମଜୁରୀ ମିଳିନାହିଁ ଏବଂ ମିଥ୍ୟା ବିଲ୍‌ ସମ୍ପର୍କରେ ସେ ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବେଙ୍ଗାଲୁରୁରୁ ଓଡ଼ିଆ ସ୍ବିଗି ବୟ ଉଦ୍ଧାର

ଭୁବନେଶ୍ୱର,୯।୧୦(ବ୍ୟୁରୋ):କ୍ଷତ ବିକ୍ଷତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ସ୍ବିଗି ବୟଙ୍କୁ ଓଡ଼ିଶା ମୋ ପରିବାର ପକ୍ଷରୁ ଉଦ୍ଧାର କରାଯାଇଛି। ସେ ହେଲେ ଜଗତ୍‌ସିଂହପୁର ଜିଲା...

ଆରମ୍ଭ ହେଲା ମଣ୍ଡି

କାମାକ୍ଷାନଗର, ୨୮ା୧୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲାରେ ସୋମବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ଖରିଫ୍‌ ଧାନ କିଣା। କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତ ଗୋଦରିବିଲିରେ ଜିଲାପାଳ ସରୋଜ...

ଆଜି ତିନି ରଥରରେ ଚକ ଡେରା

ପୁରୀ ଅଫିସ,୧୪ା୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା ଚକ ଡେରାଯିବାର ବିଧି ରହିଛି। ଏଥିଲାଗି ରଥଖଳାରେ...

ପାଟକୁରା ପାଇଁ ପାଗଭିଡ଼ା

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରାଜ୍ୟର ୧୪୬ ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। ପାଟକୁରା ଆସନରେ ଏ ପର୍ଯ୍ୟନ୍ତ ଭୋଟ ହୋଇନାହିଁ। ପାଟକୁରା ବିଧାନସଭା ଆସନରୁ ବିଜେଡି...

ବରଗଡ଼ ଧନୁଯାତ୍ରା, ଏଥର କଳାକାର ଚୟନ

ବରଗଡ଼ ଅଫିସ,୧୮।୧୦: ବରଗଡ଼ ଧନୁଯାତ୍ରା ପାଇଁ ଏଥର ନୂତନ କଳାକାର ଚୟନ ହେବେ। ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।...

୫ ଦିନ ବର୍ଷା ନାହିଁ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ରାଜ୍ୟରେ ଆଉ ବର୍ଷାର ସମ୍ଭାବନା ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଲେଉଟାଣି ନେଇ ପାଗ ଅନୁକୂଳ ହେଲାଣି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର...

ଏଣିକି ଅନ୍‌ଲାଇନରେ ହେବ ପରିବହନ ବିଭାଗର ସମସ୍ତ କାମ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ) : ଜାନୁୟାରୀ ୧ରୁ ପରିବହନ ବିଭାଗର ନୂଆ ନିୟମ ଲାଗୁ ହେବ। ଏଥର ସମସ୍ତ କାମ ଅଫ୍‌ଲାଇନ ନୁହେଁ ଅନ୍‌ଲାଇନରେ ହେବ । ଡ଼ିଏଲଠୁ...

ବରଯାତ୍ରୀଙ୍କ ଉପରେ ଟ୍ରକ ମାଡ଼ିଯିବା ଘଟଣା: ଆଉ ଜଣେ ଆଖିବୁଜିଲେ

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଷଠିଘର ନିକଟରେ ଏକ ବରଯାତ୍ରୀଙ୍କ ଉପରେ ଗତ ୨୮...

Advertisement
Archives

Model This Week