କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା ଦିଗହରା

ବାରିପଦା ଅଫିସ,୮ା୭- ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ ୪୦୪ଟି ଗ୍ରାମ ପଞ୍ଚାୟତ ରହିଛି। ପଞ୍ଚାୟତର ରାଜସ୍ବ ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜିଲାରେ ଦିଗହରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଜିଲାର ୮୫ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଲାଗି ରାଜ୍ୟ ଅର୍ଥ କମିଶନ ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୫-୧୬ ଆର୍ଥିକ ବର୍ଷରୁ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ୮୫ଟିରୁ ମାତ୍ର ୨୦ଟି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଛି। ୪୫ଟି କାର୍ଯ୍ୟ ନିର୍ମାଣାଧିନ ରହିଥିବା ବେଳେ ୨୦ଟିର ଶିଳାନ୍ୟାସ ମଧ୍ୟ ବର୍ତ୍ତମାନ ସୁଦ୍ଧା ହୋଇନାହିଁ। କେଉଁଠି ସ୍ଥାନ ଚିହ୍ନଟ ହୋଇ ନ ପାରିବା, ଜମିବାଡ଼ି ବିବାଦ ତ ଆଉ କେଉଁଠି ଅଧା କାମ କରି ଠିକାଦାର ପଳାଇ ଯାଇଥିବାରୁ କଲ୍ୟାଣମଣ୍ଡପ ଅସମ୍ପୂର୍ଣ୍ଣ ହୋଇ ରହିଛି। ୧୨ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ କିଛି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୪ଟି ବ୍ଲକରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଜିଲା ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ବାରିପଦା ବ୍ଲକ ଅଧୀନ ୮ଟି ପଞ୍ଚାୟତରେ କଲ୍ୟାଣମଣ୍ଡପ ପାଇଁ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ସେଥିରୁ ୫ଟି ସମ୍ପୂର୍ଣ୍ଣ ହୋଇଛି। ସେହିଭଳି ବେତନଟୀ ବ୍ଲକର ୪ଟି ପଞ୍ଚାୟତରୁ ୧ଟି ସମ୍ପୂର୍ଣ୍ଣ, ବାଙ୍ଗିରିପୋଷି ବ୍ଲକ ୨ଟିରୁ ୧ଟି, କୁଳିଅଣାରେ ୩ଟିରୁ ୧ଟି, ମୋରଡ଼ାରେ ୭ଟିରୁ ୩, ସାରସକଣାରେ ୨ଟିରୁ ୧, ଶ୍ୟାମାଖୁଣ୍ଟାରେ ୮ଟିରୁ ୩ଟି, ଖୁଣ୍ଟାରେ ୨ଟି ୧ଟି, କପ୍ତିପଦାରେ ୪ଟିରୁ ୧ଟି, ଉଦଳାରେ ୪ଟିରୁ ୧ଟି, ଜାମଦାରେ ୩ଟିରୁ ୧ଟି, ରରୁଆଁରେ ୨ଟିରୁ ୧ଟି ସମ୍ପୂର୍ଣ୍ଣ ହୋଇଛି। ବଡ଼ସାହି ବ୍ଲକର ୩ଟି ପଞ୍ଚାୟତ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେହିଭଳି ରାଇରଙ୍ଗପୁରରେ ୨ଟି, ଶୁଳିଆପଦାରେ ୪ଟି, ଗୋପବନ୍ଧୁନଗରରେ ୩ଟି, ବହଳଦାରେ ୪ଟି, ବିଜତଳାରେ ୧ଟି, ବିଶୋଇରେ ୨ଟି, କୁସୁମିରେ ୪ଟି, ରାଇରଙ୍ଗପୁରରେ ୧ଟି, ତିରିଂରେ ୧ଟି, କରଞ୍ଜିଆରେ ୨ଟି, ଯଶିପୁରରେ ୫ଟି, ଶୁକୃଳିରେ ୩ଟି ଓ ଠାକୁରମୁଣ୍ଡା ବ୍ଲକର ଗୋଟିଏ ପଞ୍ଚାୟତରେ କଲ୍ୟାଣମଣ୍ଡପ ଲାଗି ଅର୍ଥ ମଞ୍ଜୁର ହୋଇଥିବା ବେଳେ କୌଣସିଠାରେ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ କଲ୍ୟାଣମଣ୍ଡପ ପାଇଁ ୨୦ରୁ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥାଏ। ରାଜ୍ୟ ଅର୍ଥ କମିଶନ ପକ୍ଷରୁ ୨୦ ଲକ୍ଷ ଟଙ୍କା ଓ ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥାଏ। ମୋରଡ଼ା ବ୍ଲକ ଚିତ୍ରଡ଼ା ପଞ୍ଚାୟତର ପୁରୁଣା ପାଣି ଗ୍ରାମରେ କଲ୍ୟାଣମଣ୍ଡପ ବର୍ତ୍ତମାନ ନିର୍ମାଣଧିନ ରହିଛି। ଏ ନେଇ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ପଚାରିବାରୁ ବିଭିନ୍ନ କାରଣ ଯୋଗୁଁ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଅଟକି ରହିଥିବା କହିଛନ୍ତି। ତେବେ କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ କରାଯାଇ ପଞ୍ଚାୟତର ରାଜସ୍ବ ବୃଦ୍ଧି କରାଯିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ବିଧାୟକଙ୍କ ପରଲୋକ

ଭୁବନେଶ୍ୱର ବ୍ୟୁରୋ/ବରଗଡ଼ ଅଫିସ(୩ା୧୦): ବରଗଡ଼ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।ଅସୁସ୍ଥତା ଯୋଗୁ ସେ...

ପରିଚୟ ନିକଟରେ ଅଟକିଯାଉଛି ତଦନ୍ତ

ଭୁବନେଶ୍ୱର,୧୮।୩(ବ୍ୟୁରୋ):ଜଟଣୀ ଥାନା ଅନ୍ତର୍ଗତ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାର ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ...

ପୁଣି ଫେରିଲା ଶୀତ: ଘନ କୁହୁଡ଼ି ନେଇ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜ୍ୟକୁ ପୁଣି ଶୀତ ଲହରି ଫେରିଛି। ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ଶନିବାର ବର୍ଷା ନ ଥିଲେ ମଧ୍ୟ ଦିନରେ ଖରା...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମକୁମାରୀ

ଲଖନପୁର,୪।୮(ଡି.ଏନ୍‌.ଏ) ରକ୍ଷା ବନ୍ଧନ ଉତ୍ସବ ଅବସରରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଇବ୍‌ ଥର୍ମାଲ (ତେଲେନପାଲି) ଶାଖା ତରଫରୁ ପୋଲିସ୍‌, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତା...

୭ରୁ ଖୋଲିବ ସ୍କୁଲ, କଲେଜ

ଭୁବନେଶ୍ୱର,୩ା୨(ବ୍ୟୁରୋ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସ୍କୁଲ ଖୋଲିବା ନେଇ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ଆସନ୍ତା ୭ ତାରିଖରୁ ସମସ୍ତ ସ୍କୁଲ, କଲେଜ,...

ଅଭିଯୁକ୍ତଙ୍କୁ ଗିରଫ କରିବାର ନାଁ ଧରୁନି ପୋଲିସ: ପୀଡିତାଙ୍କ ପରିବାରକୁ ହତ୍ୟା ଧମକ

ବିଞ୍ଝାରପୁର,୧୨।୧୦(ଡି.ଏନ.ଏ): ରାଜ୍ୟ ସରକାର ମୋ ସରକାର ଯୋଜନାର ସଫଳତା ପାଇଁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ବଳାତ୍କାର ଓ...

କେନ୍ଦ୍ରୀୟ ଡେପୁଟେଶନ୍‌ରେ ଗଲେ ହିମାଂଶୁ ଲାଲ: ଜୟନାରାୟଣ ପଙ୍କଜଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୪ା୬(ବ୍ୟୁରୋ): ୨୦୦୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ଡିଆଇଜି (ଉତ୍ତରାଞ୍ଚଳ ରେଞ୍ଜ୍‌ ସମ୍ବଲପୁର) ହିମାଂଶୁ ଲାଲଙ୍କୁ କେନ୍ଦ୍ରୀୟ ଡେପୁଟେଶନ୍‌ରେ ଯିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।...

ଯୁକ୍ତ୨ ଲାଗି ହୋଇପାରେ ପ୍ରବେଶିକା

ଭୁବନେଶ୍ୱର,୯।୫(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ପଦ୍ଧତି ଚୂଡ଼ାନ୍ତ ହେବା ପରେ ଏବେ ଯୁକ୍ତ୨ ନାମଲେଖାକୁ ନେଇ ପ୍ରଶ୍ନ ଉଠିଲାଣି। କେମିତି ଓ କେଉଁ ଆଧାରରେ...

Advertisement
Archives

Model This Week