କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା ଦିଗହରା

ବାରିପଦା ଅଫିସ,୮ା୭- ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ ୪୦୪ଟି ଗ୍ରାମ ପଞ୍ଚାୟତ ରହିଛି। ପଞ୍ଚାୟତର ରାଜସ୍ବ ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜିଲାରେ ଦିଗହରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଜିଲାର ୮୫ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଲାଗି ରାଜ୍ୟ ଅର୍ଥ କମିଶନ ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୫-୧୬ ଆର୍ଥିକ ବର୍ଷରୁ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ୮୫ଟିରୁ ମାତ୍ର ୨୦ଟି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଛି। ୪୫ଟି କାର୍ଯ୍ୟ ନିର୍ମାଣାଧିନ ରହିଥିବା ବେଳେ ୨୦ଟିର ଶିଳାନ୍ୟାସ ମଧ୍ୟ ବର୍ତ୍ତମାନ ସୁଦ୍ଧା ହୋଇନାହିଁ। କେଉଁଠି ସ୍ଥାନ ଚିହ୍ନଟ ହୋଇ ନ ପାରିବା, ଜମିବାଡ଼ି ବିବାଦ ତ ଆଉ କେଉଁଠି ଅଧା କାମ କରି ଠିକାଦାର ପଳାଇ ଯାଇଥିବାରୁ କଲ୍ୟାଣମଣ୍ଡପ ଅସମ୍ପୂର୍ଣ୍ଣ ହୋଇ ରହିଛି। ୧୨ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ କିଛି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୪ଟି ବ୍ଲକରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଜିଲା ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ବାରିପଦା ବ୍ଲକ ଅଧୀନ ୮ଟି ପଞ୍ଚାୟତରେ କଲ୍ୟାଣମଣ୍ଡପ ପାଇଁ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ସେଥିରୁ ୫ଟି ସମ୍ପୂର୍ଣ୍ଣ ହୋଇଛି। ସେହିଭଳି ବେତନଟୀ ବ୍ଲକର ୪ଟି ପଞ୍ଚାୟତରୁ ୧ଟି ସମ୍ପୂର୍ଣ୍ଣ, ବାଙ୍ଗିରିପୋଷି ବ୍ଲକ ୨ଟିରୁ ୧ଟି, କୁଳିଅଣାରେ ୩ଟିରୁ ୧ଟି, ମୋରଡ଼ାରେ ୭ଟିରୁ ୩, ସାରସକଣାରେ ୨ଟିରୁ ୧, ଶ୍ୟାମାଖୁଣ୍ଟାରେ ୮ଟିରୁ ୩ଟି, ଖୁଣ୍ଟାରେ ୨ଟି ୧ଟି, କପ୍ତିପଦାରେ ୪ଟିରୁ ୧ଟି, ଉଦଳାରେ ୪ଟିରୁ ୧ଟି, ଜାମଦାରେ ୩ଟିରୁ ୧ଟି, ରରୁଆଁରେ ୨ଟିରୁ ୧ଟି ସମ୍ପୂର୍ଣ୍ଣ ହୋଇଛି। ବଡ଼ସାହି ବ୍ଲକର ୩ଟି ପଞ୍ଚାୟତ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେହିଭଳି ରାଇରଙ୍ଗପୁରରେ ୨ଟି, ଶୁଳିଆପଦାରେ ୪ଟି, ଗୋପବନ୍ଧୁନଗରରେ ୩ଟି, ବହଳଦାରେ ୪ଟି, ବିଜତଳାରେ ୧ଟି, ବିଶୋଇରେ ୨ଟି, କୁସୁମିରେ ୪ଟି, ରାଇରଙ୍ଗପୁରରେ ୧ଟି, ତିରିଂରେ ୧ଟି, କରଞ୍ଜିଆରେ ୨ଟି, ଯଶିପୁରରେ ୫ଟି, ଶୁକୃଳିରେ ୩ଟି ଓ ଠାକୁରମୁଣ୍ଡା ବ୍ଲକର ଗୋଟିଏ ପଞ୍ଚାୟତରେ କଲ୍ୟାଣମଣ୍ଡପ ଲାଗି ଅର୍ଥ ମଞ୍ଜୁର ହୋଇଥିବା ବେଳେ କୌଣସିଠାରେ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ କଲ୍ୟାଣମଣ୍ଡପ ପାଇଁ ୨୦ରୁ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥାଏ। ରାଜ୍ୟ ଅର୍ଥ କମିଶନ ପକ୍ଷରୁ ୨୦ ଲକ୍ଷ ଟଙ୍କା ଓ ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥାଏ। ମୋରଡ଼ା ବ୍ଲକ ଚିତ୍ରଡ଼ା ପଞ୍ଚାୟତର ପୁରୁଣା ପାଣି ଗ୍ରାମରେ କଲ୍ୟାଣମଣ୍ଡପ ବର୍ତ୍ତମାନ ନିର୍ମାଣଧିନ ରହିଛି। ଏ ନେଇ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ପଚାରିବାରୁ ବିଭିନ୍ନ କାରଣ ଯୋଗୁଁ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଅଟକି ରହିଥିବା କହିଛନ୍ତି। ତେବେ କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ କରାଯାଇ ପଞ୍ଚାୟତର ରାଜସ୍ବ ବୃଦ୍ଧି କରାଯିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

ଗଞ୍ଜାମ ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାପତି ଭାବେ ପି.ରାମବାବୁ ନିଯୁକ୍ତ, କହିଲେ ଦଳର…

ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri