ଲକ୍ଡାଉନ୍ ସମୟରେ ଜାରି ରହିବ କୃଷି, ମନରେଗା କାର୍ଯ୍ୟ; ସାମାଜିକ ଦୂରତ୍ୱ ରକ୍ଷା ଉପରେ ଦିଆଯିବ ଗୁରୁତ୍ୱ
ଭୁବନେଶ୍ୱର,୯।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାଯାଇଥିବା ୨୧ ଦିନିଆ ଲକ୍ଡାଉନ୍ ଅବଧି ଆସନ୍ତା ଏପ୍ରିଲ ୧୪ ତାରିଖରେ ଶେଷ ହୋଇଥାନ୍ତା। ହେଲେ ଏହାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ…
ଆମେରିକାର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ସରକାରଙ୍କ ପାଇଁ ଅର୍ଥନୀତି ନୁହେଁ ମଣିଷ ଜୀବନ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୯।୪(ବ୍ୟୁରୋ): ଓଡ଼ିଶାର ଜନସାଧାରଣ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସହଯୋଗ ଏବଂ ସମର୍ଥନ ଜଣାଇଛନ୍ତି। ହେଲେ ପରିସ୍ଥିତିର ମୁକାବିଲା ପାଇଁ ଏହାହିଁ ଏକମାତ୍ର ବାଟ। ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା। ଏହାପରଠାରୁ ୪୪ଜଣ କରୋନା…
ଜୁନ୍ ୧୭ ଯାଏ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଏପ୍ରିଲ ୩୦ ଯାଏ ରାଜ୍ୟରେ ଲକ୍ଡାଉନ୍ ସମୟସୀମା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ…
ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୪୪କୁ ବୃଦ୍ଧି
ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ ପୁଣି ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଢେଙ୍କାନାଳର ଜଣେ ୫୧ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ଆକ୍ରାନ୍ତ…
ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏପ୍ରିଲ ୩୦ ଯାଏ ଲକ୍ ଡାଉନ୍ ସମୟସୀମା ବୃଦ୍ଧି ନେଇ କେନ୍ଦ୍ରକୁ ସୁପାରିଶ
ଭୁବନେଶ୍ୱର,୯।୪(ବ୍ୟୁରୋ): ଆସନ୍ତା ଏପ୍ରିଲ ୩୦ ଯାଏ ଲକ୍ଡାଉନ୍ ଅବଧୀକୁ ବୃଦ୍ଧି କରାଯିବ। ଏହାକୁ ନେଇ ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ସୂଚନା ଦେଇଛନ୍ତି। ତେବେ…
‘ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ବିକ୍ରୟ ବ୍ୟବସ୍ଥା ଜାରି ରଖ’
ଭୁବନେଶ୍ୱର,୯ା୪(ବ୍ୟୁରୋ): ମହାମାରୀ କରୋନା ଜନସାଧାରଣଙ୍କ ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି। ବିଶେଷକରି ଅନୁସୂଚିତ ଜନଜାତି(ଏସ୍ଟି) ବର୍ଗ ବହୁଳ ଭାବେ ପ୍ରଭାବିତ ହେଉଛନ୍ତିି। ଜଙ୍ଗଲରେ ମିଳୁଥିବା ବିଭିନ୍ନ ଲଘୁଦ୍ରବ୍ୟ ଉତ୍ତୋଳନ ପ୍ରାୟତଃ ଏହି ସମୟରେ ହୋଇଥାଏ। ଜନଜାତିମାନଙ୍କ ଦ୍ୱାରା ମହୁ, ନିମ୍ବ…
ତୋଷାଳି ଭବନ ନିକଟ ଓମ୍ଫେଡ୍ ପାର୍ଲରକୁ ଯାଇଥିଲେ ନାମ ପଞ୍ଜୀକରଣ କରନ୍ତୁ
ଭୁବନେଶ୍ୱର,୯ା୪(ବ୍ୟୁରୋ): ସତ୍ୟନଗରରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନିୟମିତ ଭାବେ ତୋଷାଳି ଭବନ ନିକଟରେ ଥିବା ଓମ୍ଫେଡ୍ ପାର୍ଲରକୁ ଯାଇଥିବା ବିଏମ୍ସି ଜାଣିବାକୁ ପାଇଛି। ଏଥିପାଇଁ ଯେଉଁମାନେ ବି ଉକ୍ତ ଓମ୍ଫେଡ୍ ପାର୍ଲରକୁ ଗତ ୧୪ଦିନ…
ଭିଡିଓ କନ୍ଫରେନ୍ସିଂ ଜରିଆରେ ବସିଲା ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର,୯ା୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ପୂର୍ବାହ୍ନ ୧୦ଟା ୪୫ ମିନିଟରେ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଥମଥର ପାଇଁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହା ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ରହି ମୁଖ୍ୟମନ୍ତ୍ରୀ ଏଥିରେ…
ଭାଜପା ନେତାଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ
ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ବର୍ତ୍ତମାନ ଭୟଙ୍କର ରୂପ ଧାରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମୟରେ ଭାଜପା ପକ୍ଷରୁ ‘ଆରୋଗ୍ୟ…
ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୯ା୪(ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ସାଢେ ୪ କୋଟି ଲୋକ ଧର୍ଯ୍ୟର ସହିତ କରୋନା ବିପତ୍ତିର ମୁକାବିଲା କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଭଳି ଏକ ସଙ୍କଟାପନ୍ନ…
ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ:ଡିଜି
କଟକ ଅଫିସ୍,୯ା୪: କରୋନା ମୁକାବିଲା ଦିଗରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ଆଗ ଧାଡ଼ିର ଯୋଦ୍ଧା। ହେଲେ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଅଶୋଭନୀୟ ଆଚରଣ ନିନ୍ଦାଜନକ। ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଓଡ଼ିଶା ପୋଲିସର ବଡ଼ ଦାୟିତ୍ୱ…
ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ
ପାରଳାଖେମୁଣ୍ଡି,୯ା୪(ସ୍ବ.ପ୍ର.): ଗଜପତି ଜିଲା ରାମଗିରି ନିର୍ବାଚନମଣ୍ଡଳୀ (୨୦୦୯ ପୂର୍ବର)ର ପୂର୍ବତନ ବିଧାୟକ ଭରତ ପାଇକ (୬୧)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ଆନ୍ଧ୍ରର ଶ୍ରୀକାକୁଲମ ଜିଲା ରେଗୁଲୁସ୍ଥିତ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିଲା। ମଙ୍ଗଳବାର ଘରକୁ…
Archives


