ଓଡ଼ିଶାରେ କରୋନାର ୪ ଗ୍ରୁପ୍‌

ଭୁବନେଶ୍ୱର,୮।୭(ବ୍ୟୁରୋ): ଦେଶରେ କରୋନା ଭାଇରସର ଯେଉଁ ୪ଟି ଗ୍ରୁପ୍‌ ଅଛି ତାହା ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ୪ଟି ମଧ୍ୟରୁ ଗୋଟିଏ ଗ୍ରୁପ୍‌ ଅଧିକ ଦେଖାଯାଇଛି। ଏହି ଗ୍ରୁପ୍‌ ତାମିଲନାଡ଼ୁ ଓ ମହାରାଷ୍ଟ୍ରରୁ ଆସିଥିବା ଆକ୍ରାନ୍ତଙ୍କ ପାଖରେ ଦେଖିବାକୁ ମିଳିଛି। ତେବେ ଏହା ଉପରେ ଅଧିକ ଗବେଷଣା ଚାଲିଛି ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ମଙ୍ଗଳବାରଠାରୁ ଆଣ୍ଟିଜେନ୍‌ ଟେଷ୍ଟ ଆରମ୍ଭ ହୋଇଛି। ଏହି ଟେଷ୍ଟ ପାଇଁ ଫୋକସ୍‌ ଏରିଆ ଭାବେ ଗଞ୍ଜାମ ଓ କଟକ ଜିଲାକୁ ନିଆଯାଇଛି। କଟକରେ ଏହି ଟେଷ୍ଟ ଆରମ୍ଭ ହୋଇଛି। ଆଣ୍ଟିଜେନ୍‌ ଟେଷ୍ଟ ଯଦି କାହାର ପଜିଟିଭ୍‌ ଆସେ ତେବେ ତାଙ୍କୁ କରୋନା ପଜିଟିଭ୍‌ ହୋଇଥିବା କନ୍‌ଫର୍ମ ଭାବେ ଧରାଯିବ। କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସେ ଓ ତାଙ୍କର କରୋନା ଲକ୍ଷଣ ଥାଏ ତେବେ ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ ସ୍ବାବ୍‌ ପଠାଯିବ। ଏଭଳି ଟେଷ୍ଟ କରାଗଲେ ଦିନକୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇପାରିବ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସମ୍ପର୍କରେ ସୂଚନା ଦେଇ ନିର୍ଦ୍ଦେଶକ ପରିଡ଼ା କହିଛନ୍ତି, ଗତ କିଛିଦିନ ହେବ ଅଧିକ ପରୀକ୍ଷା ହେଉଥିବାରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। କିନ୍ତୁ ରାଜ୍ୟରେ ଏବେ ବି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ହସ୍ପିଟାଲଗୁଡ଼ିକରେ ଯେଉଁ ପଜିଟିଭ୍‌ ବାହାରିଛନ୍ତି ସେ ନେଇ କହିଥିଲେ ଯେ, ଗଞ୍ଜାମରୁ ଜଣେ ବ୍ୟକ୍ତି ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲକୁ ଯାଇଥିଲେ। ତାଙ୍କ ମାଧ୍ୟମରୁ ହସ୍ପିଟାଲ କର୍ମଚାରୀଙ୍କୁ ଭୂତାଣୁ ବ୍ୟାପିଥିଲା। କିନ୍ତୁ ହସ୍ପିଟାଲଗୁଡ଼ିକରେ କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ଆଗ ଧାଡ଼ିର ଯୋଦ୍ଧାମାନଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ। କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ରାଜ୍ୟରେ ଆଣ୍ଟିଜେନ୍‌, ସେରୋଲୋଜିକାଲ, ଆର୍‌ଟିପିସିଆର୍‌ ଆଦି ୩ ପ୍ରକାର ଟେଷ୍ଟ କରାଯାଉଛି। ତେବେ ଓଡ଼ିଶାରେ କରୋନା ମୃତ୍ୟୁ ହାର ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି। ସେହିପରି ଭ୍ୟାକ୍ସିନ ପ୍ରସଙ୍ଗରେ ସେ କହିଛନ୍ତି, ଭ୍ୟାକ୍ସିନ ଆସୁ ଆସୁ ଆସନ୍ତା ବର୍ଷ ହୋଇଯିବ। ହ୍ୟୁମାନ ଟ୍ରାଏଲ ରେଜଲ୍ଟ ପରେ ହିଁ ଭ୍ୟାକ୍ସିନ ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri