ପ୍ରତାରଣା ଅଭିଯୋଗ, ଜେଲ ଗଲେ ଫାଣ୍ଡି ଅଧିକାରୀ

ଖଲ୍ଲିକୋଟ,୮ା୭(ଡି.ଏନ୍‌.ଏ.)- ପୁଣି ଖାକିରେ କଳଙ୍କ। ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଦିନକୁ ଦିନ ସେମାନଙ୍କ ଉପରେ ପୋଲିସର ଅତ୍ୟାଚାର ବଢୁଛି। ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା ଅଭିଯୋଗରେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଓଆଇସି ଟୁନା ପିଡ଼ିକାଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣର କରାଯାଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ତାଙ୍କୁ ନିଲମ୍ବିତ କରିଛନ୍ତି।ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱରରେ ଟ୍ରେନିଂ ନେଉଥିବାବେଳେ ପ୍ରାୟ ୪ ବର୍ଷ ତଳେ ସମ୍ପୃକ୍ତ ଯୁବତୀଙ୍କ ସହ ଟୁନାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହ ପ୍ରତିଶ୍ରୁତି ଦେବା ସହ ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ପରେ ବିବାହ କରିବାକୁ ମନା କରିବା ସହ କିଛିଦିନ ହେଲା ଫୋନ୍‌ କଲେ ମଧ୍ୟ ଉଠାଉ ନ ଥିଲେ। ଏପରିକି ତାଙ୍କୁ ନ ଜଣାଇ ଟୁନା ଆଉ ଜଣେ ଯୁବତୀଙ୍କ ସହ ଏବେ ନିର୍ବନ୍ଧ କରିଛନ୍ତି। ଏହା ଜାଣିବା ପରେ ସମ୍ପୃକ୍ତ ଯୁବତୀ ଗତ ୩ ତାରିଖରେ ଖଲ୍ଲିକୋଟ ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ସୋମବାର ଏନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏଙ୍କୁ ମଧ୍ୟ ଭେଟି ଜଣାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ଥାନା ଅଧିକାରୀ ନଂ.୧୬୫/୨୦ରେ ମାମଲା ରୁଜୁକରି ଟୁନାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ମଙ୍ଗଳବାର କୋଦଳା ସବ୍‌ଜେଲ୍‌କୁ ପଠାଇଦିଆଯାଇଛି। ପ୍ରକାଶ ଯେ, ଜଣେ ନାବାଳିକାଙ୍କୁ ଥାନା ଭିତରେ ବଳାତ୍କାର ପରେ ଗର୍ଭପାତ କରାଇବା ଅଭିଯୋଗରେ ସୁନ୍ଦରଗଡ ଜିଲା ବୀରମିତ୍ରପୁରର ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଗତ ୧ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା: ବାସନକୁସନ-ପୋଷାକ ବାବଦକୁ ମିଳିବ…

ଭୁବନେଶ୍ୱର,୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଫସଲ ନଷ୍ଟ ହୋଇଥିଲେ ମିଳିବ ଏତେ…

ଭୁବନେଶ୍ୱର , ୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହଜାରେ କୋଟି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ: ଶ୍ମଶାନ ପାଇଁ ସ୍ଥାନ ଚିହ୍ନଟ କଲା ପ୍ରଶାସନ

ଗଞ୍ଜାମ, ୧୮।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତର ବାଉଁଶିଆପଡ଼ା ଗ୍ରାମରେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ କେନାଲ ପାର ହୋଇ…

ମନ ନିୟନ୍ତ୍ରଣ ରଖିଲେ ନିଶାକୁ ଦୂରେଇ ହେବ: ନିଶାମୁକ୍ତ ଭାରତ ଲକ୍ଷ୍ୟ

ଭଞ୍ଜନଗର,୧୮।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ନିଶାମୁକ୍ତ ଭାରତ’ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ…

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri