ରାଜ୍ୟ

ମାସ୍କ ଜୀବନ ସହ ଜଡିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ସାରା ବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବା ବେଳେ ଏହାକୁ ରୋକିବା ସକାଶେ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି। କିଛି ନିର୍ଦ୍ଦିଷ୍ଟ ସାବଧାନତା ରକ୍ଷା କରି ଲୋକମାନେ ଏହି ମହାମାରୀରୁ ଦୂରେଇ ରହିପାରିବେ ବୋଲି ସରକାର କହୁଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ…

ସଡ଼କ ପରିବହନ ସେବା ବିପର୍ଯ୍ୟସ୍ତ: ରୋଡ୍‌ ଟ୍ୟାକ୍ସ ଛାଡ଼ ହେଉ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମହାମାରୀ କରୋନା କେବଳ ସ୍ବାସ୍ଥ୍ୟ ନୁହେଁ, ବିଭିନ୍ନ କ୍ଷେତ୍ରରେ ଜୀବିକା ଉପରେ ପ୍ରଚଣ୍ଡ ପ୍ରହାର ଦେଇଛି। ରାଜ୍ୟ ଅର୍ଥନୀତିରେ ଯାତ୍ରୀ ପରିବହନ ସେବା ଏକ ବଡ ଅଂଶ। କରୋନା ସଂକ୍ରମଣ ଆଶଙ୍କା ଦେଖାଦେବା ଦିନ ଠାରୁ ଏହି କ୍ଷେତ୍ର ଏକ…

ପିସିସି ସଭାପତି ରେସରେ ୧୩ ଆଶାୟୀ: ସୁର

ଭୁବନେଶ୍ୱର,୧୨।୭(ବ୍ୟୁରୋ)-ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ବଦଳିବେ। ରାଜ୍ୟରେ ନୂଆ ସଭାପତି ଖୁବ୍‌ଶୀଘ୍ର ଚୟନ କରାଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହି ରେସ୍‌ରେ ୧୩ଜଣ ନେତା ରହିଥିବା ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ…

ବାପାଙ୍କ ମୃତଦେହ ଛୁଇଁ ପାରିଲେନି କରୋନା ଯୋଦ୍ଧା

ପାତ୍ରପୁର,୧୨ା୭(ଡି.ଏନ୍‌.ଏ.)- ବାପାଙ୍କ ମୃତଦେହ ଛୁଇଁ ପାରିଲେନି କରୋନା ସଂକ୍ରମିତ ଝିଅ। କୋଭିଡ୍‌ ହସ୍‌ପିଟାଲରୁ ଆସି କେବଳ ଶେଷ ଦର୍ଶନ କଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ଗ୍ରାମରେ। ଉକ୍ତ ଗ୍ରାମରେ କିଛିବର୍ଷ ହେଲା ପରିବାର…

କରୋନାରେ ପୁଣି ଜଣେ ଖବରଦାତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି,୧୨ା୭(ସ୍ବ.ପ୍ର.)-ଗଜପତି ଜିଲାର ଜଣେ କୋଭିଡ୍‌ ଯୋଦ୍ଧା ତଥା ବରିଷ୍ଠ ଖବରଦାତା କେ. ସିଏଚ. ରତନମ୍‌ଙ୍କ ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲରେ ରବିବାର ପରଲୋକ ହୋଇଯାଇଛି। ସେ ଦୈନିକ ତେଲୁଗୁ ‘ଇନାଡୁ’ ପତ୍ରିକାରେ ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି…

ବାପାଙ୍କୁ ଛୁରି ଭୁସି ହତ୍ୟା କଲା ବଡପୁଅ  

ଖୁଣ୍ଟୁଣୀ,୧୨ା୭(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମୁଷୁଳିଆ ଗ୍ରାମ ମୁଣ୍ଡାସାହିର ନାଥ ପୂର୍ତ୍ତିଙ୍କୁ ଶନିବାର ରାତି ପ୍ରାୟ ୧୦ଟାରେ ତାଙ୍କ ବଡ଼ପୁଅ ଛୁରି ଭୁସି ହତ୍ୟା କରିଛନ୍ତି। ଏଥିସହିତ ସାନଭାଇ ଯୋଗେଶ୍ୱର ପୂର୍ତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ…

ମୃତଦେହ ସଂସ୍କାର ପରେ ରିପୋର୍ଟ ଆସିଲା ପଜିଟିଭ୍‌

ବୁଗୁଡ଼ା,୧୨ା୭(ଡି.ଏନ୍‌.ଏ.)-ବୁଗୁଡ଼ା ବ୍ଲକ ପାଣିକେଶର ଗ୍ରାମର ବସନ୍ତ ନାୟକ (୪୨)ଙ୍କ ମୃତ୍ୟୁ ପରେ ରବିବାର ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଗବାନପୁର ସରପଞ୍ଚ ସସ୍ମିତା ପ୍ରଧାନ ରବିବାର ଠାରୁ…

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌, କାର୍ଯ୍ୟାନୁଷ୍ଠାନ ଦାବି

ବରଗଡ଼ ଅଫିସ୍‌/ରେଢ଼ାଖୋଲ,୧୨।୭-ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ରବିବାର ଏ ନେଇ ବରଗଡ଼…

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉନି ପ୍ରଶାସନ: ପ୍ରତିବାଦରେ ଥାନା ସମ୍ମୁଖରେ ଧାରଣା

ରାଉରକେଲା ଅଫିସ,୧୨।୭-ଜଣେ କରୋନା ସଂକ୍ରମିତଙ୍କୁ ମେଡିକାଲ ନେବା ଦାବିରେ ରବିବାର କୋଏଲନଗର ଅଞ୍ଚଳର କିଛି ଲୋକ ପ୍ରଶାସନକୁ ନେହୁରା ହୋଇଛନ୍ତି। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାର ପ୍ରତିବାଦରେ ସେମାନେ ଝିରପାଣି ଥାନାରେ ଧାରଣା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି,…

ଭୁବନେଶ୍ୱରରୁ ଆଉ ୬୪ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୨।୭(ବ୍ୟୁରୋ)-ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସେହିପରି ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨। ୭(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ୧୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୭୧, ଯାଜପୁରରୁ୨୫, ନବରଙ୍ଗପୁରରୁ ୨୪, ସମ୍ବଲପୁରରୁ ୨୨, ଖୋର୍ଦ୍ଧାରୁ ୧୫, ବାଲେଶ୍ୱରରୁ ୯, ବରଗଡରୁ ୬…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ, ଖୋଲିଲେ ଏସବୁ ପୋଲ୍‌

ମାଲକାନଗିରି,୧୨ା୭(ସ୍ବ.ପ୍ର.): ରବିବାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଏହି ଦୁଇଜଣ ହେଲେ କାନା ମାଢି ଓ ମହିଳା ମାଓବାଦୀ ଲାକେ ପୁନେମ। ଦୀର୍ଘଦିନ ଧରି ଉଭୟ ମାଓବାଦୀ ସଙ୍ଗଠନରେ ସକ୍ରିୟ ରହିଥିଲେ। ତେବେ ଏମାନେ ସମାଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri