Posted inରାଜ୍ୟ

୬ ଜିଲାରେ ଭାଜପାର ନୂଆ କାର୍ଯ୍ୟାଳୟ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ଭାଜପା କାର୍ଯ୍ୟାଳୟ ଏକ କୋଠା ନୁହେଁ ବରଂ ଏହା ଏକ ସଂସ୍କାର କେନ୍ଦ୍ର। ଏହି ଭବନ ମାଧ୍ୟମରେ ଆମେ ଦଳ ସହ ଯୋଡ଼ି ହୋଇ ରହିଥାଉ। ଦଳର ସଂସ୍କାର କାର୍ଯ୍ୟାଳୟରୁ ହିଁ ମିଳିଥାଏ। ବିଶ୍ୱର ସର୍ବବୃହତ ଦଳର ଏହି କାର୍ଯ୍ୟାଳୟଗୁଡ଼ିକ କାର୍ଯ୍ୟକର୍ତ୍ତାଙ୍କ ବିକାଶରେ ଭାଗିଦାର ହେବ। କେବଳ ସେତିକି ନୁହେଁ କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସମସ୍ୟା ସମାଧାନ କରାଯାଏ। କିନ୍ତୁ କିଛି ଲୋକଙ୍କ କାର୍ଯ୍ୟାଳୟ ନିଜ ଘରୁ ଚାଲିଥାଏ। ଯେଉଁଠି କର୍ଯ୍ୟାଳୟ ଘରୁ ଚାଲେ ତାକୁ ପାରିବାରିକ ଦଳ କୁହାଯାଏ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି। ଦିଲ୍ଲୀଠାରେ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ରହି ନଡ୍ଡା ଓଡ଼ିଶାର ୬ ଜିଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ବାରିପଦା, ସୁନ୍ଦରଗଡ଼ ଏବଂ ବରଗଡ଼ଠାରେ ଦଳର ନୂତନ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ଏହି ସଭାରେ ନଡ୍ଡା ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ରାଜ୍ୟ ଭାଜପା ଲାଗି ଆଜି ଖୁସିର ଦିନ। ୨୦୧୪ରେ ଦେଶର ପ୍ରତ୍ୟେକ ଜିଲାରେ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳ୍ପନା କରିଥିଲେ। ଓଡିଶାରେ ଆଗାମୀ ଦିନରେ ଆଉ ୬ଟି କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି ନଡ୍ଡା କହିଛନ୍ତି। ଦିଲ୍ଲୀଠାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଏମ୍‌ପି ଅରୁଣ ସିଂ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିବାବେଳେ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri