ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜମହଲ ଛକର ରାସ୍ତା ମଝିରେ ମଙ୍ଗଳବାର ଅପରାହ୍ନରେ ଜଣେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଏପରି କି ପଥରରେ ଛେଚି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ପାଖରେ ଟ୍ରାଫିକ ପୋଲିସ ଓ ହୋମଗାର୍ଡ ଉପସ୍ଥିତ ଥିଲେ ବି ଯୁବତୀଙ୍କୁ ରୋକି ପାରି ନ ଥିଲେ। ଅପରପକ୍ଷେ ସମ୍ପୃକ୍ତ ଯୁବକ ବସ୍ରେ ତାଙ୍କୁ ଠେଲାପେଲା କରିଥିବାରୁ ସେ ତାଙ୍କୁ ମାଡ଼ ମାରିଛନ୍ତି ବୋଲି ଯୁବତୀ ଜଣକ କହିଛନ୍ତି। ଖବରପାଇ କ୍ୟାପିଟାଲ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବତୀ ଜଣକ ଦୌଡ଼ି ପଳାଇଯିବାକୁ ଚେଷ୍ଟା କରିଥିଲେ। ପୋଲିସ ତାଙ୍କ ପିଛା କରି ତାଙ୍କୁ କାବୁ କରିଥିଲା। ବୁଝାବୁଝି କରିବା ପରେ ପୋଲିସ ତାଙ୍କୁ ଛାଡ଼ିଥିଲା। ଅନ୍ୟପକ୍ଷରେ ଯୁବତୀଙ୍କ ବିରୋଧରେ ସମ୍ପୃକ୍ତ ଯୁବକ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବସ୍ରେ ଯୁବତୀଙ୍କ ବ୍ୟବହାର ଅସ୍ବାଭାବିକ ଥିଲା। ସେ ସମସ୍ତଙ୍କୁ ଗାଳିଗୁଲଜ କରୁଥିଲେ। ଏଥିଲାଗି ତାଙ୍କୁ ବସ୍ରୁ ଓହ୍ଲାଇବାକୁ ମଧ୍ୟ କୁହାଯାଇଥିଲା। ହେଲେ ସେ ଅଧାରାସ୍ତାରେ ମତେ ବସ୍ରୁ ଠେଲି ଏଭଳି କାଣ୍ଡ ଘଟାଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ
ମହାକାଳପଡ଼ା ,୨୫ା୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳ ପେଟଛେଲା ପଞ୍ଚାୟତ ୧୪ ନଂ. ୱାର୍ଡ ଜ୍ୱାଇଁପଡ଼ା ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଗ୍ରାମବାସୀ...

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳିକାଙ୍କ ମୃତ୍ୟୁ
ଯାଜପୁର ଟାଉନ, ୨୩।୧୧ (ଡିଏନଏ): ଯାଜପୁର ସହର କୁସୁମା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିବା...

ଧାନ ବୁଣିବାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ
ଲୋଇସିଂହା,୨୦।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟୁରାପାଲି ଗ୍ରାମରେ ପୈତୃକ ଜମି ବିବାଦକୁ କେନ୍ଦ୍ର କରି ରବିବାର ଦୁଇପକ୍ଷ ମଧ୍ୟରେ ମାରପିଟରୁ ଜଣଙ୍କର ମୃତ୍ୟୁ ହୋଇଛି।...

ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ପୂର୍ବ ପରି ରହିବ କୋଭିଡ୍ କଟକଣା
ସମ୍ବଲପୁର,୯।୩(ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଛି ମା’ ସମଲେଶ୍ବରୀଙ୍କ ମନ୍ଦିର । କୋଭିଡ୍ ଯୋଗୁଁ ବହୁ ଦିନ ଧରି ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା।...

୨୪ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମ୍ନି ମିଟ୍ : ଯୋଗଦେବେ ୮ ହଜାରରୁ ଅଧିକ ପୂର୍ବତନ ଛାତ୍ରୀଛାତ୍ର
ଭୁବନେଶ୍ୱର,୧।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବ୍ଲି ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲଗାତର ୫ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ମଝିରେ...

ପ୍ରଡକ୍ଟରେ ଭିନ୍ନତା ଦେଇଛି ନୂଆ ପରିଚୟ
ବ୍ୟଞ୍ଜନ ପ୍ରସ୍ତୁତି ବେଳେ ମସଲାକୁ ଗୁରୁତ୍ୱ ଦିଆଯାଇଥାଏ। ମସଲା ଯୋଗାଣ କ୍ଷେତ୍ରକୁ ନୂଆ ନୂଆ କମ୍ପାନୀ ଏବେ ପ୍ରବେଶ କରୁଛନ୍ତି। ପିୟୋର ସ୍ପାଇସ ମସଲା ଓ...

ଦାରୁବିଗ୍ରହଙ୍କୁ ଲାଗି ହେଲା ତୁଳସୀ
ପୁରୀ ଅଫିସ, ୧୮ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଠାକୁରଙ୍କ...

ରାତି ଅଧରେ ରୋଗୀ ପାଇବେ ମାଗଣା ଔଷଧ
କଟକ ଅଫିସ,୨୨ା୧:ଏଣିକି ରାତି ଅଧରେ ଏସ୍ସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ରୋଗୀଙ୍କୁ ୨୪ ଘଣ୍ଟିଆ ସହାୟତା ଯୋଗାଇବା...