ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାରୁଅ ଜମି ଦୁର୍ନୀତି ମାମଲାରେ ‘ଓଟିଭି’ ସିଇଓ ତଥା ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ଅନ୍ୟତମ ନିର୍ଦ୍ଦେଶକ ନିହାର ଭୂୟାଁଙ୍କୁ ମଙ୍ଗଳବାର କ୍ରାଇମବ୍ରାଞ୍ଚ ମାରାଥନ୍ ଜେରା କରିଛି। ଇଓଡବ୍ଲ୍ୟୁର ତଦନ୍ତକାରୀ ଟିମ୍ ଦିନତମାମ ତାଙ୍କୁ ଜେରା କରିଥିଲା। ପୂର୍ବାହ୍ନ ୧୦ଟାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ନିହାର ହାଜର ହୋଇଥିଲେ। ସେ ଆଣିଥିବା ଜମି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯିବା ସହ ନାନା ପ୍ରଶ୍ନ ପଚରାଯାଇଥିଲା। ଇଓଡବ୍ଲ୍ୟୁରେ ହାଜର୍ ପାଇଁ ପୂର୍ବରୁ ୨ ଥର ନୋଟିସ୍ କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ନିହାର ଏଡ଼ାଇ ଯାଇଥିଲେ। ସୋମବାର କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତାଙ୍କୁ ତୃତୀୟ ଥର ପାଇଁ ନୋଟିସ ପଠାଯାଇଥିଲା। ନିହାରଙ୍କୁ ହାଇକୋର୍ଟ ୧୯ ତାରିଖ ଯାଏ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି।

ଆରମ୍ଭ ହୋଇଛି ବିମାନ-ରେଳ ଚଳାଚଳ; ଆଗାମୀ ଏକ ମାସ ଆମ ପାଇଁ ଆହ୍ବାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ସଂଖ୍ୟା ଆହୁରୀ ବଢ଼ିବା ନେଇ...

ଶ୍ରୀକ୍ଷେତ୍ରରେ ୬ହଜାର ହବିଷିଆଳିଙ୍କ ସମାଗମ
ପୁରୀ ଅଫିସ, ୧୫ା୧୦: ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଏହି ପୂଣ୍ୟ ମାସରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପୁରୀରେ ରହି କାର୍ତ୍ତିକ...

ମନ୍ଦିର ପରିସରରେ ଆତଙ୍କ ଖେଳାଇଲେ ମହୁମାଛି
କୁନ୍ଦୁରା,୧୧ା୩: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର କୁମ୍ଭିଖାରୀ ଗ୍ରାମ ଉପକଣ୍ଠରେ ଥିବା ଶିବମନ୍ଦିର ନିକଟରେ ଗୁରୁବାର ମହୁମାଛି ଆକ୍ରମଣରେ ୩୦ଜଣ ଆହତ ହୋଇଛନ୍ତି।...

୫ ବର୍ଷ ହେଲା ଆଳୁଚାଷ କମୁଛି
ଭୁବନେଶ୍ୱର, ୧୨।୯(ବ୍ୟୁରୋ): ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବାରେ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ଚାଷୀମାନଙ୍କୁ ଆଳୁ ଚାଷ ପାଇଁ ପ୍ରୋତ୍ସାହିତ କରିବା ଏବଂ ଉଦ୍ୟୋଗୀମାନଙ୍କୁ...

ଦୁର୍ଦ୍ଦିନରେ ନିର୍ମାଣ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ: ସହାୟତାକୁ ଚାହିଁ ରହିଛନ୍ତି ୧.୩୭ ଲକ୍ଷ ନିର୍ମାଣ ଶ୍ରମିକ
ଯାଜପୁର ଅଫିସ, ୬ା୪: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଲକ୍ଡାଉନ୍ ଓ ଶଟ୍ଡାଉନ୍ କଟକଣା ଯୋଗୁ ଅନେକଙ୍କୁ ଖାଦ୍ୟ ଚିନ୍ତା ଘାରିଛି। ବହୁ...

ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ
ଡେଲାଙ୍ଗ/ବ୍ରହ୍ମଗିରି/ସାକ୍ଷୀଗୋପାଳ/ ନିମାପଡ଼ା/ କାକଟପୁର/କଣାସ ୨୮ା୨(ଡି.ଏନ୍.ଏ./ସ୍ବ.ପ୍ର.): ଡେଲାଙ୍ଗ ବ୍ଲକ ୧୫ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୭ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଗଡ଼ମୋଟରି ପଞ୍ଚାୟତର ସରପଞ୍ଚ ଭାବେ ମାର୍କଣ୍ଡ...

ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ କିନ୍ନର
ବାରିପଦା ଅଫିସ,୨୧ା୪: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରିପଦା ପୌରପାଳିକାକୁ ସ୍ବଚ୍ଛ ଓ ସୁନ୍ଦର ରଖିତ୍ବା ପାଇଁ ଅଭିନବ ପଦକ୍ଷେପ ଗ୍ରହଣ...

CORONAVIRUS UPDATE: ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ
ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଜଣକ...