ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ

ପୁରୀ ଅଫିସ,୧୮ା୧୧: ୨୦୨୦-୨୧ ଆର୍ଥିକବର୍ଷ ଲାଗି ଶ୍ରୀମନ୍ଦିର ପାଇଁ ୧୫୪କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ମଙ୍ଗଳବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦନ ଲାଭ କରିଛି। ଚଳିତବର୍ଷ କରୋନା ପାଇଁ ଶ୍ରୀମନ୍ଦିରର ଆୟ କମିଥିବାବେଳେ ବ୍ୟୟ ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ଆୟ ବୃଦ୍ଧି ଉପରେ ପରିଚାଳନା କମିଟି ଗୁରୁତ୍ୱ ଦେଇଛି। ଚଳିତ ଆର୍ଥିକ ବର୍ଷରେ ଶ୍ରୀମନ୍ଦିରର ଏକ ସମତୁଲ ବଜେଟ ହୋଇଛି। ତେବେ ଗତ ବଜେଟକୁ ଦେଖିଲେ ଏବର୍ଷ ୫୨ କୋଟି ଟଙ୍କାର ଅଧିକ ବଜେଟ ହୋଇଛି । ୨୦୧୯-୨୦ରେ ଶ୍ରୀମନ୍ଦିର ପାଇଁ ୧୦୨ କୋଟି ଟଙ୍କା ବଜେଟ ଅନୁମୋଦନ ଲାଭ କରିଥିଲା।
ସ୍ଥାନୀୟ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦନ ଲାଭ କରିଛି। ପ୍ରାୟ ୪ ଘଣ୍ଟା ଧରି ଅନୁଷ୍ଠିତ ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଥିଲେ, ଏଥର ୧୫୪ କୋଟି ଟଙ୍କାର ବଜେଟ ହୋଇଥିବାବେଳେ ଆୟ ବ୍ୟୟ ସମାନ ରହିଛି। କରୋନା ମହାମାରୀ ପାଇଁ ପ୍ରାୟ ୮ ମାସ ହେବ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ହୁଣ୍ଡି ଆଦାୟ ବନ୍ଦ ହୋଇଯାଇଛି। ସେହିପରି ଡୋନେଶନ(ଦାନ) ମଧ୍ୟ ମିଳୁ ନାହିଁ। କିନ୍ତୁ ବ୍ୟୟ ଯଥେଷ୍ଟ ମାତ୍ରାରେ ବଢ଼ିଛି। ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲେ ବି ଠାକୁରଙ୍କ ନୀତିକାନ୍ତି ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ସ୍ବାଭାବିକ ଚାଲିଛି। ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତଙ୍କ ରହିବା, ଖାଇବାଠାରୁ ଆରମ୍ଭ କରି ସ୍ବତନ୍ତ୍ର କୋଭିଡ୍‌ କେୟାର ହୋମ୍‌ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବି ଟଙ୍କା ଖର୍ଚ୍ଚ ହୋଇଛି। ତେଣୁ ଏଥର ସମତୁଲ ବଜେଟ ପ୍ରସ୍ତୁତ ହୋଇଥିବାରୁ ୫୦ପ୍ରତିଶତ ଆୟ କିପରି କରାଯିବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇ କେତେକ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟତଃ ଅନ୍‌ଲାଇନ ଡୋନେଶନ ବ୍ୟବସ୍ଥା ଆରମ୍ଭ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଯଦି ଅନ୍‌ଲାଇନ ଡୋନେଶନ ଦ୍ୱାରା ଆୟ ଧାର୍ଯ୍ୟଲକ୍ଷ୍ୟ ଛୁଇଁପାରିବ ନାହିଁ ତେବେ ଆଉ ଦୁଇଟି ବାଟ ରହିଛି । ଗୋଟିଏ ସରକାରଙ୍କୁ ଅନୁରୋଧ କରାଯିବ ଏବଂ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନର ନିଜସ୍ବ ଅର୍ଥାତ୍‌ ଟେମ୍ପଲ ଫଣ୍ଡ ଖର୍ଚ୍ଚ କରାଯିବ। କିନ୍ତୁ ଟେମ୍ପଲ ଫଣ୍ଡ ଯେପରି ଖର୍ଚ୍ଚ ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇ ଅନ୍ୟ ବାଟରେ ଆୟ ବୃଦ୍ଧି ଲକ୍ଷ୍ୟ ରହିଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପ୍ରମୁଖ ଆୟ ମଧ୍ୟରୁ ରାଜସ୍ବ ଆକାରରେ ଅର୍ଥାତ୍‌ ଖଣିରୁ ୫ କୋଟି, ରାଜଭାଗ ୧କୋଟି, ମହାପ୍ରଭୁଙ୍କ ଜମି ବିକ୍ରିରୁ ୫ କୋଟି ଆୟ ଲକ୍ଷ୍ୟ ରଖାଯାଇଛି। ସେହିପରି ସୁଧ ବାବଦରେ ୪୦ କୋଟି ଏବଂ ସରକାରଙ୍କଠାରୁ ୪୭ କୋଟି ଟଙ୍କା ପାଇବା ପାଇଁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ବ୍ୟୟ ମଧ୍ୟରୁ ମୁଖ୍ୟତଃ ନୀତି ସମ୍ପର୍କିତ ଖର୍ଚ୍ଚ ସର୍ବାଧିକ ୪୦ କୋଟି ଟଙ୍କା ରଖାଯାଇଛି । ଏଥିମଧ୍ୟରୁ ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ଚଳିତବର୍ଷ କରୋନା ପାଇଁ ବ୍ୟୟବହୁଳ ରଥଯାତ୍ରା ବାବଦରେ ସବୁଠୁ ଅଧିକ ଖର୍ଚ୍ଚ କରାଯାଇଛି। ରଥ ସମ୍ପୃକ୍ତ ସେବାୟତଙ୍କ ରହିବା, ଖାଇବା ବ୍ୟବସ୍ଥା ମନ୍ଦିର ପ୍ରଶାସନ କରିଥିବାବେଳେ ଦୁଇଗୁଣ ପାଳିଆ ପୁରସ୍କାର ପ୍ରଦାନ କରାଯାଉଛି । ସେହିପରି ବ୍ୟୟ ଅଟକଳ ମଧ୍ୟରେ ଉନ୍ନୟନ ମୂଳକ କାମ ବାବଦରେ ୧୬କୋଟି ୪୩ଲକ୍ଷ, ଏଷ୍ଟାବ୍ଲିଶମେଣ୍ଟ ଖର୍ଚ୍ଚ ୨୪ କୋଟି, ସେବକ କଲ୍ୟାଣ ବାବଦରେ ୧୦କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେବକ କଲ୍ୟାଣ ଖର୍ଚ୍ଚ ମଧ୍ୟରେ କରୋନା ପାଇଁ ସେବକଙ୍କୁ ସହାୟତା, ବୀମା ଓ ଭତ୍ତା ଆଦି ସାମିଲ ରହିଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ବୈଠକ ପ୍ରାରମ୍ଭରେ କରୋନାରେ ମୃତ୍ୟୁ ଘଟିଥିବା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରବୀନ୍ଦ୍ରନାଥ ପ୍ରତିହାରୀ, ବଳଦେବ ସିଂହାରୀ ଓ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ସମେତ ଅନ୍ୟ ଦିବଂଗତ ସେବକଙ୍କ ଆତ୍ମାର ସଦ୍‌ଗତି ପାଇଁ ଦୁଇମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଅଖିଳେଶ୍ୱର ସିଂ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପରିଚାଳନା କମିଟି ସଦସ୍ୟ ସିଦ୍ଧେଶ୍ୱର ମହାପାତ୍ର, ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ପୂଜାପଣ୍ଡା, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ କୁମାର ତିଆଡ଼ି, ବାବା ସଚ୍ଚିଦାନନ୍ଦ ଦାସମହାରାଜ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?