‘ବାତ୍ସଲ୍ୟ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ୩ ବର୍ଷରୁ କମ୍‌ ଶିଶୁଙ୍କ ଯତ୍ନ ଏବଂ ଉଦ୍ଦୀପନାକୁ ଆଧାର କରି ସେମାନଙ୍କ ବିକଶିତ ଶୈଶବକୁ ଆନୁଷ୍ଠାନିକ ରୂପରେଖ ପ୍ରଦାନ ଲକ୍ଷ୍ୟରେ ‘ବାତ୍ସଲ୍ୟ’ ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି। ପ୍ରଥମ ୩ ବର୍ଷ ଶିଶୁ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ବୟସରେ ଅବହେଳା କଲେ ସାରା ଜୀବନର ବୃଦ୍ଧି ଓ ବିକାଶରେ ଅନ୍ତରାୟ ହୋଇଥାଏ। ତେଣୁ ମାତାପିତାଙ୍କ ଜରିଆରେ ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ‘ବାତ୍ସଲ୍ୟ’ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ପୁଷ୍ଟି, ସ୍ବାସ୍ଥ୍ୟସେବା ସହିତ ଉପଯୁକ୍ତ ଯତ୍ନ ଏବଂ ଶିଶୁ ମସ୍ତିଷ୍କର ବିକାଶ ଓ ସମ୍ପର୍କ ସମ୍ବନ୍ଧରେ ସୂଚନା ଦିଆଯିବ। ଏଥିପାଇଁ ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନ ଲାଗି ଉଦ୍ଦିଷ୍ଟ ସୂଚନା ସାମଗ୍ରୀ ଯେପରି କି ପିକୋ ପ୍ରୋଜେକ୍ଟର ମାଧ୍ୟମରେ ଆଞ୍ଚଳିକ ଭାଷାରେ ଭିଡିଓ, ପୋଷ୍ଟର, ଟିକି ମାଉସୀର ହାସ୍ୟଚିତ୍ର ଆଦି ବ୍ୟବହାର କରାଯିବ।
ଏକ ଭର୍ଚୁଆଲ୍‌ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ‘ବାତ୍ସଲ୍ୟ’ ଅଭିଯାନର ଲୋକାର୍ପଣ କରିଛନ୍ତି। ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେଲେ ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ବିତ କରି ଶିଶୁର ସାରା ଜୀବନ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବାରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଗଣିତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଡିଜିଟାଲ୍‌ ମାଧ୍ୟମରେ କୁନି କ୍ୟାଲେଣ୍ଡର, ମାତୃଭାଷାଭିତ୍ତିକ ୧୧ଟି ପୋଷ୍ଟର, ଓଡ଼ିଆ ଭାଷାରେ ପ୍ୟାରେଣ୍ଟସ୍‌ ପ୍ଲସ୍‌ ମଡ୍ୟୁଲ୍‌, ଭିଡିଓ ଚିତ୍ର ସମ୍ବଳିତ ‘ବାତ୍ସଲ୍ୟ’ ପ୍ୟାକେଜ୍‌କୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶାର ଅବଶିଷ୍ଟ ଜନଜାତି ଭାଷାରେ ମଧ୍ୟ ଅନୁବାଦ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ଅନୁସୂଚିତ ଜାତି ଏବଂ ଜନଜାତି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିକେଡ୍‌ ଡେଉଁଛନ୍ତି ଅମାନିଆ, ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଆର.ଉଦୟଗିରି,୧୫ା୭(ଡି.ଏନ.ଏ)- ଗଜପତି ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆର୍‌.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍‌ଗାର୍ଡ କରୋନା...

ପୁଣି ରାଜ୍ୟରେ ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୧୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୯୭ରେ ପହଞ୍ଚିଥିବା ରାଜ୍ୟ...

ଆଗୁଆ ପଦକ୍ଷେପ ନ ନେଲେ କୋଟିଆ ଭଳି ୧୦୦ ଗାଁ ଓଡ଼ିଶାରୁ ହଜିଯିବ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୋଟ ୧୨୭୮ କୋଟି ୫୧ଲକ୍ଷ ୩୧ ହଜାର ଟଙ୍କା ଏବଂ ଅବକାରୀ...

ଛତ୍ରବଜାର ପୋଲ ଭୁଶୁଡ଼ିଲା, ଚାପି ହୋଇଗଲେ କିଛି ଲୋକ

କଟକ ଅଫିସ,୯ା୩: ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ଘଟିଛି ଅଘଟଣ। ପୋଲ ମରାମତି ବେଳେ ସାଇଡ୍‌ ଓ୍ବାଲ୍‌...

କୋଲାବ ବ୍ରିଜ୍‌ରୁ ଡେଇଁ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ସେମିଳିଗୁଡ଼ା/ସୁନାବେଡ଼ା,୧୩ା୪ (ସ୍ବ.ପ୍ର.): ଏକ ବ୍ରିଜ୍‌ ଉପରୁ ତଳକୁ ପାଣିକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ଦମ୍ପତି। ମାତ୍ର ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା...

ଫେବୃୟାରୀ ୮ରୁ ନବମ, ଏକାଦଶ ଶ୍ରେଣୀର ପାଠପଢ଼ା

ଭୁବନେଶ୍ୱର,୧।୨(ବ୍ୟୁରୋ): ଫେବୃୟାରୀ ୮ରୁ ନବମ ଏବଂ ଏକାଦଶ ଶ୍ରେଣୀର ପାଠ ପଢ଼ା ଆରମ୍ଭ ହେବ। ସୋମବାର ଏନେଇ ସରକାର ଘୋଷଣା କରିଛନ୍ତି। ଫେବୃୟାରୀ ୮ରୁ ଏପ୍ରିଲ...

‘କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତ ରୁହ’

ଭୁବନେଶ୍ୱର,୨୫।୪(ବ୍ୟୁରୋ): କରୋନାର ୪ର୍ଥ ଲହରକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ସବୁ...

ବୃତ୍ତି ହରାଇଲେ ୧୦୦୦ ଠିକା ବିଦ୍ୟୁତ୍‌ କର୍ମଚାରୀ

ଢେଙ୍କାନାଳ ଅଫିସ, ୧୯।୫ ଢେଙ୍କାନାଳ ଜିଲା ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଚାକିରି ଚୁକ୍ତି ଅବଧି ମାର୍ଚ୍ଚ ୩୧ରେ ସରିଛି। ଫଳରେ ସେସୁ ଅଧୀନରେ...

Advertisement
Archives

Model This Week