Posted inରାଜ୍ୟ

ଆନ୍ଧ୍ରକୁ ଇଞ୍ଚେ ଜମି ଛଡ଼ାଯିବନି: ମନ୍ତ୍ରୀ

ପଟ୍ଟାଙ୍ଗୀ, ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ପୂର୍ବରୁ କୋଟିଆ ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ଏବେ ପୁଣି ପଟାଙ୍ଗୀର ସମ୍ବାଇ ପଞ୍ଚାୟତକୁ ନିଜ ଅକ୍ତିଆରକୁ ନେବା ଲାଗି ଚକ୍ରାନ୍ତ କରୁଛି। ଏହି ବିବାଦର ସମାଧାନ ନ ହେଉଣୁ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ଆନ୍ଧ୍ର ପୋଖରୀ ଖୋଳୁଥିବା ନେଇ ଅଭିଯୋଗ ଆସିଛି। ଏହାକୁ ଗୁରୁତର ସହ ନେଇ ଆନ୍ଧ୍ର ସରକାରଙ୍କ ଏଭଳି ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ ବୋଲି କୋରାପୁଟ ଜିଲାପାଳ କହିଥିଲେ। ଏବେ ଖୋଦ ମନ୍ତ୍ରୀ ମଧ୍ୟ ଆନ୍ଧ୍ରକୁ ଇଞ୍ଚେ ଜମି ଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ଆନ୍ଧ୍ରକୁ ଇଞ୍ଚେ ବି ଜାଗା ଛଡା ଯିବନାହିଁ। କୋଟିଆ କିମ୍ବା ସମ୍ବାଇ କେଉଁଠାରେ ମଧ୍ୟ ଅନୁପ୍ରବେଶ କରିବାକୁ ଦିଆଯିବ ନାହିଁ। ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସୀମାରେ ଥିବା ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିହେବ। ସୀମାବର୍ତ୍ତୀ ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଦିଆଯାଉଛି ବୋଲି ମାରାଣ୍ଡି କହିଛନ୍ତି। ସୂଚନାଯୋଗ୍ୟ, କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡା ଓ ଜାମୁଗୁଡା ଗ୍ରାମବାସୀଙ୍କ ସହ ଆନ୍ଧ୍ରର ବିଶାଖାପାଟଣା ଜିଲା ଡୁମୁରିଗୁଡା ବ୍ଲକର ବିଟ୍ରୁଗାଣ୍ଡା, କର୍ଲାପୁଟ, ଡେକାପାର, ବଡଲାମ୍ବଗୁଡା ଓ ନିଟାଆମ୍ବ ଆଦି ଗ୍ରାମବାସୀଙ୍କ ଚାଷଜମିକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନାହିଁ। ମଙ୍ଗଳବାର ଉକ୍ତ ଗ୍ରାମବାସୀଙ୍କ ନିକଟରେ କଂଗ୍ରେସ ଓ ଭାଜପା ନେତାମାନେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଭୟ ରାଜ୍ୟର ଗ୍ରାମବାସୀଙ୍କୁ ବୁଝାଶୁୁଝା କରି ଫେରିଛନ୍ତି। ଆନ୍ଧ୍ରର ଉପରୋକ୍ତ ଗ୍ରାମବାସୀ ଓଡିଶାର ସୁନାବେଡା ଗ୍ରାମବାସୀଙ୍କ ଚାଷ ଜମିକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଏନେଇ ସମାଧାନର କୌଣସି ବାଟ ବାହାରିପାରିନାହିଁ। ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଯେପର୍ଯ୍ୟନ୍ତ କୌଣସି ସମାଧାନର ସୂତ୍ର ନ ବାହାରିଛି ସେ ପର୍ଯ୍ୟନ୍ତ ସୀମାନ୍ତ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ନ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏପରି ବୁଝାମଣାକୁ ଆନ୍ଧ୍ରର ବଡଲାମ୍ବଗୁଡା, ଡେକାପାର ଓ କର୍ଲାପୁଟ ଗ୍ରାମବାସୀ ସ୍ବୀକାର ନ କରି ଯୁକ୍ତିତର୍କ କରିଥିଲେ। ଅନ୍ୟପକ୍ଷରେ ଏହି ବିବାଦ ସମ୍ପର୍କରେ କୋରାପୁଟ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି କହି ନିଜ ମୁଣ୍ଡରୁ ଦାୟିତ୍ୱ ଖାସାଇ ଦେଇଛନ୍ତି। ଅନ୍ୟପଟେ ସୁନାବେଡା ଗ୍ରାମବାସୀ କିନ୍ତୁ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। କଂଗ୍ରେସର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ଶୁକ୍ର ଖରା, ଗୋବିନ୍ଦ ଖରା ପ୍ରମୁଖ ସୀମାନ୍ତ ଅଞ୍ଚଳ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ସମ୍ପୂର୍ଣ୍ଣ ନିରାପଦ, ଫଳପ୍ରଦ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।...

ବିଦ୍ୟୁତ୍‌ ଆଘାତରେ ଓରିକନ ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି,୨୦।୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ଓରିକନ ଜଳସମ୍ପଦ ବିଭାଗର ଖଲାସୀ ସୁରେନ୍ଦ୍ର ଆଚାର୍ଯ୍ୟ (୪୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ସେ ନଦୀବନ୍ଧ...

ଚାଇନା ନାଗରିକଙ୍କ ଲୋନ୍‌ ଆପ୍‌ ଠକେଇ ମାମଲା: ନୀତିନ୍‌ଙ୍କ ଜାମିନ ଖାରଜ

ଭୁବନେଶ୍ୱର,୧୨/୮(ବ୍ୟୁରୋ):ଚାଇନା ନାଗରିକଙ୍କ ଦ୍ୱାରା ବଡ଼ଧରଣର ଲୋନ୍‌ ଆପ୍‌ ଠକେଇ ଓ ନିର୍ଯାତନା ସଂକ୍ରାନ୍ତ ମାମଲାରେ ଗିରଫ ହୋଇଥିବା ଭାରତୀୟ ମୁଖ୍ୟ ଅଭିଯୁକ୍ତ ନୀତିନ୍‌ ମଲ୍ଲିକଙ୍କ ଜାମିନ...

‘ଧାନକିଣା ଅବ୍ୟବସ୍ଥା, ଦୁର୍ନୀତି ରୋକିବାକୁ ପଦକ୍ଷେପ ନିଅ’

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ବୁଧବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଧାନ ସଂଗ୍ରହରେ ରାଜ୍ୟ...

ଜଟଣୀ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବାତ୍ୟା ଫନୀ, ଆବାସ ଯୋଜନା ଚୟନରେ ଅନିୟମିତତା

ଜଟଣୀ,୨୮ା୧୨(ଡି.ଏନ.ଏ.): ଜଟଣୀ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ବନଜା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ...

ନକଲି ଔଷଧ ଧରିବ ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୬(ବ୍ୟୁରୋ): କରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବଡଦାଣ୍ଡରେ ଗଢିଲା ତିନି ରଥ

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ ପରେ ତିନି ରଥରେ ବିରାଜମାନ କରିଛନ୍ତି। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ...

ସୋମବାରଠାରୁ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୭।୧: ଆସନ୍ତା ସୋମବାରଠାରୁ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜାନୁୟାରୀ ୩୧ ଯାଏ...

Advertisement
Archives

Model This Week