Posted inରାଜ୍ୟ

ଆନ୍ଧ୍ରକୁ ଇଞ୍ଚେ ଜମି ଛଡ଼ାଯିବନି: ମନ୍ତ୍ରୀ

ପଟ୍ଟାଙ୍ଗୀ, ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ପୂର୍ବରୁ କୋଟିଆ ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ଏବେ ପୁଣି ପଟାଙ୍ଗୀର ସମ୍ବାଇ ପଞ୍ଚାୟତକୁ ନିଜ ଅକ୍ତିଆରକୁ ନେବା ଲାଗି ଚକ୍ରାନ୍ତ କରୁଛି। ଏହି ବିବାଦର ସମାଧାନ ନ ହେଉଣୁ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ଆନ୍ଧ୍ର ପୋଖରୀ ଖୋଳୁଥିବା ନେଇ ଅଭିଯୋଗ ଆସିଛି। ଏହାକୁ ଗୁରୁତର ସହ ନେଇ ଆନ୍ଧ୍ର ସରକାରଙ୍କ ଏଭଳି ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ ବୋଲି କୋରାପୁଟ ଜିଲାପାଳ କହିଥିଲେ। ଏବେ ଖୋଦ ମନ୍ତ୍ରୀ ମଧ୍ୟ ଆନ୍ଧ୍ରକୁ ଇଞ୍ଚେ ଜମି ଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ଆନ୍ଧ୍ରକୁ ଇଞ୍ଚେ ବି ଜାଗା ଛଡା ଯିବନାହିଁ। କୋଟିଆ କିମ୍ବା ସମ୍ବାଇ କେଉଁଠାରେ ମଧ୍ୟ ଅନୁପ୍ରବେଶ କରିବାକୁ ଦିଆଯିବ ନାହିଁ। ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସୀମାରେ ଥିବା ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିହେବ। ସୀମାବର୍ତ୍ତୀ ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଦିଆଯାଉଛି ବୋଲି ମାରାଣ୍ଡି କହିଛନ୍ତି। ସୂଚନାଯୋଗ୍ୟ, କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡା ଓ ଜାମୁଗୁଡା ଗ୍ରାମବାସୀଙ୍କ ସହ ଆନ୍ଧ୍ରର ବିଶାଖାପାଟଣା ଜିଲା ଡୁମୁରିଗୁଡା ବ୍ଲକର ବିଟ୍ରୁଗାଣ୍ଡା, କର୍ଲାପୁଟ, ଡେକାପାର, ବଡଲାମ୍ବଗୁଡା ଓ ନିଟାଆମ୍ବ ଆଦି ଗ୍ରାମବାସୀଙ୍କ ଚାଷଜମିକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନାହିଁ। ମଙ୍ଗଳବାର ଉକ୍ତ ଗ୍ରାମବାସୀଙ୍କ ନିକଟରେ କଂଗ୍ରେସ ଓ ଭାଜପା ନେତାମାନେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଭୟ ରାଜ୍ୟର ଗ୍ରାମବାସୀଙ୍କୁ ବୁଝାଶୁୁଝା କରି ଫେରିଛନ୍ତି। ଆନ୍ଧ୍ରର ଉପରୋକ୍ତ ଗ୍ରାମବାସୀ ଓଡିଶାର ସୁନାବେଡା ଗ୍ରାମବାସୀଙ୍କ ଚାଷ ଜମିକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଏନେଇ ସମାଧାନର କୌଣସି ବାଟ ବାହାରିପାରିନାହିଁ। ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଯେପର୍ଯ୍ୟନ୍ତ କୌଣସି ସମାଧାନର ସୂତ୍ର ନ ବାହାରିଛି ସେ ପର୍ଯ୍ୟନ୍ତ ସୀମାନ୍ତ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ନ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏପରି ବୁଝାମଣାକୁ ଆନ୍ଧ୍ରର ବଡଲାମ୍ବଗୁଡା, ଡେକାପାର ଓ କର୍ଲାପୁଟ ଗ୍ରାମବାସୀ ସ୍ବୀକାର ନ କରି ଯୁକ୍ତିତର୍କ କରିଥିଲେ। ଅନ୍ୟପକ୍ଷରେ ଏହି ବିବାଦ ସମ୍ପର୍କରେ କୋରାପୁଟ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି କହି ନିଜ ମୁଣ୍ଡରୁ ଦାୟିତ୍ୱ ଖାସାଇ ଦେଇଛନ୍ତି। ଅନ୍ୟପଟେ ସୁନାବେଡା ଗ୍ରାମବାସୀ କିନ୍ତୁ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। କଂଗ୍ରେସର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ଶୁକ୍ର ଖରା, ଗୋବିନ୍ଦ ଖରା ପ୍ରମୁଖ ସୀମାନ୍ତ ଅଞ୍ଚଳ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri