ସରକାରୀ ଅଧିକାରୀଙ୍କୁ ଅନୁକମ୍ପା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାଧାରଣ ଲୋକ ଆଇନକୁ ହାତକୁ ନେଲେ ଅଭିଯୋଗର ୨୪ଘଣ୍ଟା ଭିତରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଉଛି। ହେଲେ ସରକାରୀ ପଦପଦବୀରେ ଥିବା ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଏଭଳି ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ହେଉଛି। ଗତକିଛି ଦିନ ମଧ୍ୟରେ ୨ଟି ଘଟଣାକୁ ଦେଖିଲେ ଏହା ସହଜରେ ବାରି ହୋଇଯାଉଛି। ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ନାବଳିକାଙ୍କୁ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଓଏଏସ୍‌ ଅଧିକାରୀଙ୍କ ଘରେ ଶିଶୁ ଶ୍ରମିକ ଭାବେ ଘରେ କାମ କରାଯାଉଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କ ଉକ୍ତ ଓଏଏସ ଅଧିକାରୀଙ୍କ ଶ୍ୱଶୁରଙ୍କ ଦ୍ୱାରା ବଳାକତ୍ାର ହୋଇ ଗର୍ଭବତୀ ହେବା ଘଟଣା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହେଲା। ମାତ୍ର ପୋଲିସ କେବଳ ନୋଟିସ ଜାରି କରିବା ସହ ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ସେହିପରି ଅନ୍ୟ ଏକ ଘଟଣାରେ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ସହ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ଭୁବନେଶ୍ୱର ମହିଳା ଥାନାରେ ହୋଇଥିଲେ ମଧ୍ୟ ପୋଲିସ ଆଇପିସି ୪୯୮(କ), ୩୨୩,୩୫୪,୩୦୭,୨୯୪/୩୪ରେ ଏକ ମାମଲା(୭୫/୨୦୨୦) ରୁଜୁ କରି ବସିପଡ଼ିଛି। ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରାଯାଉ ନ ଥିବାରୁ ସେ ଏବେ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।
ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ ସୂଚନା ମୁତାବକ ୨୦୦୮ରେ ସେ ଖୋର୍ଦ୍ଧା ଚନ୍ଦକା ଅଞ୍ଚଳର ଜଣେ ଯନ୍ତ୍ରୀଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ବିବାହ ସମୟରେ ଯୌତୁକ ବାବଦ ୮ଲକ୍ଷ ଟଙ୍କା ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସ୍ବାମୀଙ୍କ ସମେତ ଶାଶୁଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଏପରି କି ଗତ ୩୧ ରାତିରେ ଖଟରେ ପକାଇ ସ୍ବାମୀ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ଘଟଣା ସମ୍ପର୍କରେ ବାପଘର ଲୋକଙ୍କୁ ଜଣାଇଥିଲେ। ପରେ ଚନ୍ଦକା ଥାନା ପୋଲିସ ମହିଳାଙ୍କୁ ଉଦ୍ଧାର କରି ନୟାଗଡ଼ସ୍ଥିତ ବାପ ଘରେ ଛାଡ଼ିଥିଲା। ମହିଳାଜଣକ ଗତ ୪ତାରିଖରେ ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତ ଯନ୍ତ୍ରୀଙ୍କୁ ଗତ ୮ତାରିଖ ରବିବାର ଛୁଟି ଦିନରେ ଥାନାକୁ ଡକାଇ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ବାଧ୍ୟ କରିଥିଲେ। ମାତ୍ର ମହିଳା ଜଣକ ଏଥିରେ ରାଜି ହୋଇ ନ ଥିଲେ । ଏହାର ସୁଯୋଗ ନେଇ ମହିଳାଙ୍କ ସ୍ବାମୀ ସେଠାରୁ କାହାକୁ କିଛି ନ କହି ଚାଲିଯାଇଥିଲେ। କିଛି ସମୟ ପରେ ତଦନ୍ତକାରୀ ଅଧିକାରୀଙ୍କୁ ମହିଳା ଜଣକ ସ୍ବାମୀଙ୍କ ସମ୍ପର୍କରେ ପଚାରିଥିଲେ। ଅଭିଯୁକ୍ତ ସ୍ବାମୀଙ୍କ ମା’ ଦେହ ବହୁତ ଦେହ ଖରାପ ହୋଇଥିବାରୁ ସେ ଘରକୁ ଯାଇଥିବା ପୋଲିସ ସୂଚନା ଦେଇଥିଲା। ପରେ ମହିଳା ଜଣଙ୍କ ବିରକ୍ତ ପ୍ରକାଶ କରିବାରୁ ଶେଷରେ ରାତିରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ପୋଲିସ ଜାଣିଶୁଣି ଅଭିଯୁକ୍ତ ସ୍ବାମୀଙ୍କୁ ଥାନାରୁ ଛାଡ଼ି ଦେଇଥିବା ମହିଳା ଜଣକ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏନେଇ ମହିଳା ଥାନା ଅଧିକାରିଣୀ ବନିତା ମହାରଣା କହିଛନ୍ତି, ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ଅଧିକାରୀ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିବାରୁ ତଦନ୍ତରେ ବାଧା ଉପୁଜିଛି। ପୋଲିସ କୌଣସି କ୍ଷେତ୍ରରେ ପାତରଅନ୍ତର ନୀତି ଆପଣାଇ ନାହିଁ। ଏହା ଉକ୍ତ ମହିଳାଙ୍କ ବ୍ୟକ୍ତିଗତ ମତ। ଖୁବ ଶୀଘ୍ର ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ କ୍ଷେତ୍ର ସୃଷ୍ଟି , ୧୯ରେ ଅବପାତ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ୧୯ ତାରିଖ...

ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ। ଦିନକ...

ବାଘ ଚମଡ଼ା ଜବତ, ହାତୀ ମୃତ୍ୟୁ ମାମଲା: ସିସିଏଫ୍‌ର ତଦନ୍ତ ଆରମ୍ଭ

ବାରିପଦା ଅଫିସ,୨୩ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିକାର ହୋଇଥିବା ମହାବଳ ବାଘ ଚମଡ଼ା ଜବତ ଘଟଣାରେ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ...

ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେ ନିକୁଞ୍ଜ ବିହାରୀ ଧଳ ।  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀଙ୍କୁ ଶୁକ୍ରବାର ବଦଳି...

କରୋନା: ଆଉ ଜଣଙ୍କ ରିପୋର୍ଟ ନେଗେଟିଭ୍‌

କଟକ ଅଫିସ,୮ା୨: କରୋନା ଭୂତାଣୁ ସନ୍ଦେହରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଜଗତ୍‌ସିଂହପୁର ଅଞ୍ଚଳର ଛାତ୍ରୀଙ୍କ ରିପୋର୍ଟ ଶୁକ୍ରବାର ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌...

ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା...

ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷଙ୍କ ପରଲୋକ

କଟକ ରୋଡ,୨୨।୨(ଡି.ଏନ୍‌.ଏ.): ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷ ଭଗତରାମ ଗୁପ୍ତାଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। କିଛିଦିନ ପୂର୍ବେ...

ଅସନ୍ତୁଷ୍ଟଙ୍କୁ ଅସ୍ତ୍ର କରୁଛନ୍ତି ବିରୋଧୀ

ଜଗତ୍‌ସିଂହପୁର ଅଫିସ, ୧୩ା୨: ରାଜନୈତିକ ଦୃଷ୍ଟିକୋଣରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ଅଞ୍ଚଳ ହିସାବରେ ଅତୀତରୁ ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ବ୍ଲକର ସ୍ବତନ୍ତ୍ର...

Advertisement
Archives

Model This Week