୧୪ ଜିଲାରେ ୩୫ ନକଲି ଶିକ୍ଷକ

ଯାଜପୁର ଅଫିସ,୧୮ା୧୧:  ରାଜ୍ୟର କୋଣ ଅନୁକୋଣରେ ନକଲି ବିଏଡ୍‌/ସି.ଟି. ଡିଗ୍ରୀଧାରୀ ଶିକ୍ଷୟତ୍ରୀଶିକ୍ଷକ ନିଯୁକ୍ତି ପାଇ ସମସ୍ତ ସରକାରୀ ସୁବିଧାସୁଯୋଗ ହାସଲ କରୁଛନ୍ତି। ଏହାଦ୍ୱାରା ପ୍ରକୃତ ବିଏଡ୍‌/ସି.ଟି. ଡିଗ୍ରୀଧାରୀ ଛାତ୍ରୀଛାତ୍ର ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବେକାର ଜୀବନ ଅତିବାହିତ କରୁଛନ୍ତି। ୧୪ ଜିଲାର ୩୫ ଜଣ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ନାମରେ ଅଭିଯୋଗ ଦାଖଲ ହୋଇଥିବା ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇଛି। ଏହାର ସବିଶେଷ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଡିଇଇ ପକ୍ଷରୁ ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଗତ ବର୍ଷକ ମଧ୍ୟରେ ୪ ଥର ନୋଟିସ ଦିଆଯାଇଛି। ଏହାପୂର୍ବରୁ ମଧ୍ୟ କାର୍ଯ୍ୟରତ ନକଲି ବିଏଡ୍‌/ସି.ଟି. ତାଲିମପ୍ରାପ୍ତ ଶିକ୍ଷକଙ୍କ ପ୍ରମାଣପତ୍ରଗୁଡିକର ତନଖି କରି ରିପୋର୍ଟ ଦେବାକୁ ଏକାଧିକବାର ବିଭାଗୀୟ ଜିଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି। ଏଭଳି ଭାବେ ପତ୍ର ଆଦାନପ୍ରଦାନରେ ପଦକ୍ଷେପ ସୀମିତ ରହୁଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଣିର ଗାର ହୋଇଛି।
ନକଲି ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ ୨୦୧୫ ଓ ୨୦୧୬ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଡିଇଇ ପକ୍ଷରୁ ୩ଥର ନିର୍ଦ୍ଦେଶ ହୋଇଥିଲା। ସେହିପରି ଗତ ଡିସେମ୍ବରଠାରୁ ଚଳିତବର୍ଷ ଜୁନ ମଧ୍ୟରେ ଡିଇଇ ପକ୍ଷରୁ ୪ ଥର ନିର୍ଦ୍ଦେଶ ଦିଆଯାଇଥିଲା। ଏହିସବୁ ନିର୍ଦ୍ଦେଶ ନାଲିଫିତା ତଳେ ଚାପି ହୋଇରହିଛି। ଯାଞ୍ଚ ସମୟରେ ପ୍ରମାଣପତ୍ରଗୁଡିକ ନକଲି ପ୍ରମାଣିତ ହେଲେ ଓସିଏସ୍‌(ସିସିଏ) ନିୟମ-୧୯୬୨ ଧାରା ୧୫ ଅନୁସାରେ ସମ୍ପକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଜିଲାସ୍ତରରେ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବାରୁ ଡିଇଇ ପକ୍ଷରୁ ଉପନିର୍ଦ୍ଦେଶକ ଓ ନୋଡାଲ ଅଧିକାରୀ ଉଦ୍‌ବେଗ ପ୍ରକାଶ କରି ପୁଣି ଥରେ ତାଙ୍କ ପତ୍ରସଂଖ୍ୟା ୧୯୧୬୬/୨୯ା୧୦ା୨୦୨୦ରେ ପ୍ରମାଣପତ୍ରଗୁଡିକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଅଭିଯୁକ୍ତ ନକଲି ଶିକ୍ଷକ ତାଲିକାରେ ଯାଜପୁର ଜିଲା ରସୁଲପୁର ବ୍ଲକ, କୋରେଇ ବ୍ଲକ ଓ ଦଶରଥପୁର ବ୍ଲକର ୩ ଜଣ, କଟକ ଜିଲାର ଟାଙ୍ଗୀ ବ୍ଲକର ଜଣେ, ନବରଙ୍ଗପୁର ଜିଲା ଉମରକୋଟ ଓ ରାଇଘର ବ୍ଲକର ୩, ଖୋର୍ଦ୍ଧା ଜିଲା ଭୁବନେଶ୍ୱର ବିଇଓ ଅଧୀନରେ ୨, କନ୍ଧମାଳ ଜିଲାର ଦାରିଙ୍ଗିବାଡି ବ୍ଲକର ଜଣେ, ଢେଙ୍କାନାଳ ବ୍ଲକର ଜଣେ, ମାଲକାନଗିରି ବ୍ଲକର ଜଣେ, ନୟାଗଡ ଜିଲା ଓଡଗାଁ ଓ ଭାପୁର ବ୍ଲକର ୨, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଓ ଗରଦପୁର ବ୍ଲକର ୩, ଭଦ୍ରକ ଜିଲା ବାସୁଦେବପୁର ଓ ଭଦ୍ରକର ୪, ନୂଆପଡା ଜିଲା କୋମନା ବ୍ଲକର ଜଣେ, ବାଲେଶ୍ୱର ବ୍ଲକର ଜଣେ, ଗଞ୍ଜାମ ଜିଲା ବେଗୁନିଆପଡ଼ା, ଧରାକୋଟ, ପୋଲସରା, ପୁରୁଷୋତ୍ତମପୁର, ସୋରଡ଼ା, କବିସୂର୍ଯ୍ୟନଗର, ଛତ୍ରପୁର ଓ ଖଲ୍ଲିକୋଟ ବ୍ଲକର ୮, ଗଜପତି ଜିଲା ରାୟଗଡ଼ ବ୍ଲକର ଜଣେ, କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଜଣେ, ସୁନ୍ଦରଗଡ ଜିଲା ଲହଣିପଡା ବ୍ଲକର ଜଣେ, ରାୟଗଡା ଜିଲା ରାୟଗଡା ବ୍ଲକର ଜଣେ ରହିଛନ୍ତି। ନକଲି ପ୍ରମାଣପତ୍ର ବଳରେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିବାରୁ ଏହାକୁ ଗୁରୁତ୍ୱର ବିଷୟ ଭାବେ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପତ୍ରରେ ଦର୍ଶାଯାଇଛି ା ଏହି ବିଷୟ ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଜିଲା ମଙ୍ଗଳ ଅଧିକାରୀ (ପତ୍ରସଂଖ୍ୟା ୧୬୪୬/୨୯ା୮ା୨୦୧୩ ଓ ୨୧୫୦/୨୯ା୧୦ା୨୦୧୩) ମଙ୍ଗଳପୁର ଥାନାରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦାଖଲ କରି ସରକାରୀ ନିଯୁକ୍ତି ପାଇଥିବା ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ହେଲେ ଏହି ମାମଲାକୁ ୭ ବର୍ଷ ବିତିଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପ୍ରଶାସନର ଏଭଳି ମନୋଭାବ ଯୋଗୁ ଜିଲାରେ ଜାଲ୍‌ ପ୍ରମାଣପତ୍ରଧାରୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାଏକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୁକ୍ତ ନକଲି ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଚାଲିଛି। କୋରେଇ ବ୍ଲକର ଅଭିଯୁକ୍ତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇ ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଯାଇଛି। ବାକି ଶିକ୍ଷକଙ୍କ ବାବଦରେ ବ୍ଲକ ଶିକ୍ଷାଧିକାରୀଙ୍କଠାରୁ ରିପୋର୍ଟ ଆସିଲା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ପହଞ୍ଚିବା ପରେ ହଠାତ୍‌ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘଟିଲା ଏମିତି, ଯାହା କେବେ ସେ ଭାବିନଥିଲେ…

ନୂଆଦିଲ୍ଲୀ, ୨୭॥୭: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶବ୍ୟାପୀ ଚାଲିଥିବା କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନ ନିକଟରେ ଶେଷ ହୋଇଛି। ଏହି ଆନ୍ଦୋଳନ NEET-UG…

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ: କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି…

ଭୁବନେଶ୍ୱର, ୨୭।୭: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

ଅଭିଜିତ ଦୀପକେ କରିବେ ବିବାହ! ଆସିଲା ପ୍ରସ୍ତାବ, ମାଆ କହିଲେ-‘ମୋତେ ଏମିତି ବୋହୂ ଦରକାର’

ନୂଆଦିଲ୍ଲୀ, ୨୭॥୭: କକ୍ରୋଚ ଜନତା ପାର୍ଟି (CJP)ର ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ସମାପ୍ତ ହୋଇଯାଇଛି। ସିଜେପି (CJP)ର ଏହି…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ଗାଦିଚ୍ୟୁତ ହେବେ ଭାଜପା ସରକାର! CJP ପରେ ମୁଣ୍ଡ ଟେକିଲାଣି RHA; ୩୫ ଲକ୍ଷ ଫଲୋୟର୍ସ, E20 ଜନତା ପାର୍ଟି ବି ଦେଲାଣି ଟେନସନ

ନୂଆଦିଲ୍ଲୀ,୨୭।୭: ‘କକ୍ରୋଚ ଜନତା ପାର୍ଟି’ (CJP) ସୋସିଆଲ ମିଡିଆ – ବିଶେଷକରି ଇନଷ୍ଟାଗ୍ରାମ – ମାଧ୍ୟମରେ ଏତେ ବଡ଼ ପ୍ରତିବାଦ କରିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri