୧୪ ଜିଲାରେ ୩୫ ନକଲି ଶିକ୍ଷକ

ଯାଜପୁର ଅଫିସ,୧୮ା୧୧:  ରାଜ୍ୟର କୋଣ ଅନୁକୋଣରେ ନକଲି ବିଏଡ୍‌/ସି.ଟି. ଡିଗ୍ରୀଧାରୀ ଶିକ୍ଷୟତ୍ରୀଶିକ୍ଷକ ନିଯୁକ୍ତି ପାଇ ସମସ୍ତ ସରକାରୀ ସୁବିଧାସୁଯୋଗ ହାସଲ କରୁଛନ୍ତି। ଏହାଦ୍ୱାରା ପ୍ରକୃତ ବିଏଡ୍‌/ସି.ଟି. ଡିଗ୍ରୀଧାରୀ ଛାତ୍ରୀଛାତ୍ର ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବେକାର ଜୀବନ ଅତିବାହିତ କରୁଛନ୍ତି। ୧୪ ଜିଲାର ୩୫ ଜଣ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ନାମରେ ଅଭିଯୋଗ ଦାଖଲ ହୋଇଥିବା ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇଛି। ଏହାର ସବିଶେଷ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଡିଇଇ ପକ୍ଷରୁ ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଗତ ବର୍ଷକ ମଧ୍ୟରେ ୪ ଥର ନୋଟିସ ଦିଆଯାଇଛି। ଏହାପୂର୍ବରୁ ମଧ୍ୟ କାର୍ଯ୍ୟରତ ନକଲି ବିଏଡ୍‌/ସି.ଟି. ତାଲିମପ୍ରାପ୍ତ ଶିକ୍ଷକଙ୍କ ପ୍ରମାଣପତ୍ରଗୁଡିକର ତନଖି କରି ରିପୋର୍ଟ ଦେବାକୁ ଏକାଧିକବାର ବିଭାଗୀୟ ଜିଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି। ଏଭଳି ଭାବେ ପତ୍ର ଆଦାନପ୍ରଦାନରେ ପଦକ୍ଷେପ ସୀମିତ ରହୁଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଣିର ଗାର ହୋଇଛି।
ନକଲି ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ ୨୦୧୫ ଓ ୨୦୧୬ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଡିଇଇ ପକ୍ଷରୁ ୩ଥର ନିର୍ଦ୍ଦେଶ ହୋଇଥିଲା। ସେହିପରି ଗତ ଡିସେମ୍ବରଠାରୁ ଚଳିତବର୍ଷ ଜୁନ ମଧ୍ୟରେ ଡିଇଇ ପକ୍ଷରୁ ୪ ଥର ନିର୍ଦ୍ଦେଶ ଦିଆଯାଇଥିଲା। ଏହିସବୁ ନିର୍ଦ୍ଦେଶ ନାଲିଫିତା ତଳେ ଚାପି ହୋଇରହିଛି। ଯାଞ୍ଚ ସମୟରେ ପ୍ରମାଣପତ୍ରଗୁଡିକ ନକଲି ପ୍ରମାଣିତ ହେଲେ ଓସିଏସ୍‌(ସିସିଏ) ନିୟମ-୧୯୬୨ ଧାରା ୧୫ ଅନୁସାରେ ସମ୍ପକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଜିଲାସ୍ତରରେ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବାରୁ ଡିଇଇ ପକ୍ଷରୁ ଉପନିର୍ଦ୍ଦେଶକ ଓ ନୋଡାଲ ଅଧିକାରୀ ଉଦ୍‌ବେଗ ପ୍ରକାଶ କରି ପୁଣି ଥରେ ତାଙ୍କ ପତ୍ରସଂଖ୍ୟା ୧୯୧୬୬/୨୯ା୧୦ା୨୦୨୦ରେ ପ୍ରମାଣପତ୍ରଗୁଡିକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଅଭିଯୁକ୍ତ ନକଲି ଶିକ୍ଷକ ତାଲିକାରେ ଯାଜପୁର ଜିଲା ରସୁଲପୁର ବ୍ଲକ, କୋରେଇ ବ୍ଲକ ଓ ଦଶରଥପୁର ବ୍ଲକର ୩ ଜଣ, କଟକ ଜିଲାର ଟାଙ୍ଗୀ ବ୍ଲକର ଜଣେ, ନବରଙ୍ଗପୁର ଜିଲା ଉମରକୋଟ ଓ ରାଇଘର ବ୍ଲକର ୩, ଖୋର୍ଦ୍ଧା ଜିଲା ଭୁବନେଶ୍ୱର ବିଇଓ ଅଧୀନରେ ୨, କନ୍ଧମାଳ ଜିଲାର ଦାରିଙ୍ଗିବାଡି ବ୍ଲକର ଜଣେ, ଢେଙ୍କାନାଳ ବ୍ଲକର ଜଣେ, ମାଲକାନଗିରି ବ୍ଲକର ଜଣେ, ନୟାଗଡ ଜିଲା ଓଡଗାଁ ଓ ଭାପୁର ବ୍ଲକର ୨, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଓ ଗରଦପୁର ବ୍ଲକର ୩, ଭଦ୍ରକ ଜିଲା ବାସୁଦେବପୁର ଓ ଭଦ୍ରକର ୪, ନୂଆପଡା ଜିଲା କୋମନା ବ୍ଲକର ଜଣେ, ବାଲେଶ୍ୱର ବ୍ଲକର ଜଣେ, ଗଞ୍ଜାମ ଜିଲା ବେଗୁନିଆପଡ଼ା, ଧରାକୋଟ, ପୋଲସରା, ପୁରୁଷୋତ୍ତମପୁର, ସୋରଡ଼ା, କବିସୂର୍ଯ୍ୟନଗର, ଛତ୍ରପୁର ଓ ଖଲ୍ଲିକୋଟ ବ୍ଲକର ୮, ଗଜପତି ଜିଲା ରାୟଗଡ଼ ବ୍ଲକର ଜଣେ, କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଜଣେ, ସୁନ୍ଦରଗଡ ଜିଲା ଲହଣିପଡା ବ୍ଲକର ଜଣେ, ରାୟଗଡା ଜିଲା ରାୟଗଡା ବ୍ଲକର ଜଣେ ରହିଛନ୍ତି। ନକଲି ପ୍ରମାଣପତ୍ର ବଳରେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିବାରୁ ଏହାକୁ ଗୁରୁତ୍ୱର ବିଷୟ ଭାବେ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପତ୍ରରେ ଦର୍ଶାଯାଇଛି ା ଏହି ବିଷୟ ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଜିଲା ମଙ୍ଗଳ ଅଧିକାରୀ (ପତ୍ରସଂଖ୍ୟା ୧୬୪୬/୨୯ା୮ା୨୦୧୩ ଓ ୨୧୫୦/୨୯ା୧୦ା୨୦୧୩) ମଙ୍ଗଳପୁର ଥାନାରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦାଖଲ କରି ସରକାରୀ ନିଯୁକ୍ତି ପାଇଥିବା ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ହେଲେ ଏହି ମାମଲାକୁ ୭ ବର୍ଷ ବିତିଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପ୍ରଶାସନର ଏଭଳି ମନୋଭାବ ଯୋଗୁ ଜିଲାରେ ଜାଲ୍‌ ପ୍ରମାଣପତ୍ରଧାରୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାଏକଙ୍କୁ ପଚାରିବାରେ ସେ କହିଛନ୍ତି, ଅଭିଯୁକ୍ତ ନକଲି ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଚାଲିଛି। କୋରେଇ ବ୍ଲକର ଅଭିଯୁକ୍ତ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇ ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଯାଇଛି। ବାକି ଶିକ୍ଷକଙ୍କ ବାବଦରେ ବ୍ଲକ ଶିକ୍ଷାଧିକାରୀଙ୍କଠାରୁ ରିପୋର୍ଟ ଆସିଲା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ

ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...

୫ ଏକର ଜମିରୁ ଶାଳ ଜଙ୍ଗଲ ପଦା

ନୟାଗଡ଼ ଅଫିସ,୨୦।୧:ନୟାଗଡ଼ ବନଖଣ୍ଡ ମହିପୁର ରେଞ୍ଜ ଗୁମି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁରିଆମ୍ବା ନୂଆସାହିସ୍ଥିତ ଶାଳ ଜଙ୍ଗଲରୁ ୫ ଏକର ଶାଳ ଗଛ ପଦା ହୋଇଗଲାଣି...

ବ୍ୟାଙ୍କ ମ୍ୟାନେଜର କହି ଟଙ୍କା ଲୁଟ୍‌

ବଅଁରପାଳ,୭।୯(ଡି.ଏନ.ଏ.) ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ୧୦ ହଜାର ଲୁଟ୍‌ ହୋଇଛି। ଲୁଟ୍‌ ଶିକାର ହୋଇଛନ୍ତି ନାଲ୍‌କୋ ଥାନା କନ୍ୟାବେଡା ଗ୍ରାମର ସଞ୍ଜୟ...

‘ଋକ୍‌-ବେଦ- ଶାକଲ ସଂହିତା’ ଓଡ଼ିଆ ସଂକଳନ ପ୍ରକାଶିତ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ବେଦ ହିଁ ଭାରତୀୟ ଧର୍ମ, ସଂସ୍କୃତି ଓ ଦର୍ଶନର ପ୍ରାଣ। ମାନବ ସମାଜର ଏହି ପ୍ରାଚୀନତମ ଗ୍ରନ୍ଥ ଦ୍ବାରା ମାନବୀୟ ପ୍ରଜ୍ଞାର ଉତ୍ତରୋତ୍ତର...

ବିଷାକ୍ତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନଗଲା, ୨ ଗୁରୁତର

  ବଡ଼ମ୍ବା,୩।୯(ଡି.ଏନ୍‌.ଏ.): ବିଷାକ୍ତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନଗଲା ଦୁଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ବଡ଼ମ୍ବା...

ଆତ୍ମସମର୍ପଣ କଲେ ମାଓବାଦୀଙ୍କୁ ଯୋଗାଇ ଦିଆଯିବ ଚିକିତ୍ସା

ମାଲକାନଗିରି,୯ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଜିଲାର ବିଭିନ୍ନ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ମଧ୍ୟ କରୋନା କବଳରୁ ମୁକୁଳି ପାରିନାହାନ୍ତି। ୫୦ରୁ ଊର୍ଦ୍ଧ୍ୱ...

ବଳାତ୍କାର କରି ଭିଡିଓ ଭାଇରାଲ କରିବା ଅଭିଯୋଗ: ଅଭିଯୁକ୍ତ ଗିରଫ

ଜଗନ୍ନାଥପ୍ରସାଦ, ୨୦।୧୧(ଡି.ଏନ୍‌.ଏ.): ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରି ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ବୁଧବାର ଦୁଇଜଣ ନାବାଳକଙ୍କ ସମେତ ଅନ୍ୟ...

ମାଳଦୀପରେ ଚାକିରି କରାଇ ଦେବା ନା’ରେ ଠକେଇ: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୫ା୧୦-ସୁଦୂର ମାଲଦୀପରେ ଚାକରି କରାଇଦେବା ନା’ରେ ଗ୍ରାମାଞ୍ଚଳର ଶିକ୍ଷିତ ବେକାର ଯୁବକଙ୍କଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ...

Advertisement
Archives

Model This Week