ରାଜ୍ୟ

ହଟିବନି ଜଳବନ୍ଦୀ, ହଟହଟା କରିବ ବର୍ଷା

ଭୁବନେଶ୍ୱର,୩୦।୬(ବ୍ୟୁରୋ): କରୋନା ପାଇଁ ୩ ମାସ ବିଏମ୍‌ସି କର୍ମଚାରୀ ଠିକ୍‌ ଭାବେ କାମ କରିପାରିଲେ ନାହିଁ। ଠିକାଦାର ଓ ଶ୍ରମିକମାନେ ମଧ୍ୟ ହାତବାନ୍ଧି ବସିଲେ। ଫଳରେ ଭୁବନେଶ୍ୱରର ୩୭ଟି ସମ୍ବେଦନଶୀଳ ସ୍ଥାନରେ ନୂଆ ଡ୍ରେନ୍‌ର ନିର୍ମାଣ ହୋଇପାରିଲା ନାହିଁ। ଲକ୍‌ଡାଉନ୍‌ ଓ…

ହସ୍ପିଟାଲରେ ବଢୁଛି ସଂକ୍ରମଣ

କଟକ ଅଫିସ,୩୦।୬: ରୋଗୀଙ୍କୁ ଆରୋଗ୍ୟ କରୁଥିବା ହସ୍ପିଟାଲରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କେବଳ ରୋଗୀ ନୁହନ୍ତି, କରୋନା ଯୋଦ୍ଧା ମଧ୍ୟ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ସୋମବାର ଗୋଟିଏ ଦିନରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ…

ଜୁଲାଇ ଶେଷରେ ମାଟ୍ରିକ୍‌ ପରୀକ୍ଷା ଫଳ

କଟକ ଅଫିସ,୩୦।୬: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜୁନ ୩୦ରେ ଖାତାଦେଖା ଶେଷ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଅଧିକାଂଶ ମୂଲ୍ୟାୟନ…

ସକାଳ ୮ରେ ପହଣ୍ଡି, ମଧ୍ୟାହ୍ନରେ ରଥଟଣା

ପୁରୀ ଅଫିସ, ୩୦।୬: ଆସନ୍ତା ୧ତାରିଖରେ ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ପ୍ରକାଶ କରାଯାଇଛି। ଏବର୍ଷ କରୋନା…

ଯୁକ୍ତ୨ ପରୀକ୍ଷା ବାତିଲ ସମ୍ଭାବନା ବଢୁଛି, ଆଜି ନିଷ୍ପତ୍ତି

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ସମୀର ରଞ୍ଜାନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସଚିବ, ସିଏଚଏସଇ ଅଧ୍ୟକ୍ଷ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି…

୪୧ ବର୍ଷ ପରେ ବି ବିଦ୍ୟାଳୟକୁ ନାହିଁ ରାସ୍ତା

ଚମ୍ପୁଆ, ୩୦।୬ (ଡି.ଏନ.ଏ.) – ଦୀର୍ଘ ୪୧ ବର୍ଷ ପରେବି ବିଦ୍ୟାଳୟକୁ ରାସ୍ତା ନ ଥିବା ପରିତାପର ବିଷୟ ପାଲଟିଛି। ଦେଶର ଭବିଷ୍ୟତ ନିର୍ମାଣ କରୁଥିବା ଏହି ବିଦ୍ୟାଳୟ ପ୍ରତି ନା ପଡୁଛି ଏନଏସିର ନଜର ନା ପଡୁଛି ଶିକ୍ଷାବିଭାଗର ନଜର।…

ଅଧାପନ୍ତରିଆ ରାସ୍ତାକୁ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୩୦।୬-ବାଲେଶ୍ୱର ସହରର ବିଭିନ୍ନ ମୁଖ୍ୟ ରାସ୍ତା ସହ ଅନେକ ରାସ୍ତା ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ରହିଛି। ମରାମତି ଓ ନବୀକରଣ ପାଇଁ ରାସ୍ତାକଡ଼ରେ ବାଲି, ମେଟାଲ, ଚିପ୍ସ ପଡ଼ି ରହୁଥିବାରୁ ଟ୍ରାଫିକ୍‌ ଜାମ୍‌ ଭଳି ପରିସ୍ଥିତି ସୃଷ୍ଟି ହେଉଛି।…

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ସ୍ତରରେ ମଧ୍ୟ ବଡ ଧରଣର ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ବରିଷ୍ଠ ଓଏଏସ ଉମାକାନ୍ତ ସ୍ବାଇଁଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ…

୬୦୯ କୋଟିର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ୬୦୯ କୋଟି ଟଙ୍କାର ୫ଟି ପ୍ରକଳ୍ପ ସ୍ଥାପନ ହେବ। ଏଥିରେ ପ୍ରାୟ ୧୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍‌…

ମରୁଛନ୍ତି ପୁରୁଷ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଓଡ଼ିଶାରେ ୧୯ ଜିଲାରୁ ଆଉ ୨୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୮୫୯କୁ ବୃଦ୍ଧି ପାଇଛି। ସେପଟେ ସୋମବାର ଆଉ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇଜଣ ହେଉଛନ୍ତି ଗଞ୍ଜାମ ଜିଲାର…

ଜୁଲାଇ ପାଇଁ ରଣନୀତି

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଏବେ ସରକାରୀ କର୍ମଚାରୀମାନେ ମଧ୍ୟ କୋଭିଡ-୧୯ ସଂକ୍ରମଣର ଶିକାର ହେଉଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି। ବିଭିନ୍ନ ସରକାରୀ ଅଫିସ ଯେପରି ସଂକ୍ରମଣମୁକ୍ତ ରହିବ ସେ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। କୋଭିଡ ନିୟମ…

ସହରାଞ୍ଚଳକୁ ୨.୨୪ କୋଟି

ଅନୁଗୋଳ ଅଫିସ, ୩୦।୬ କରୋନା ସମୟରେ ବେରୋଜଗାର ଓ ଶ୍ରମିକମାନଙ୍କୁ ରୋଜଗାର ଦେବାକୁ ସରକାର ବିଭିନ୍ନ ଯୋଜନା ଜରିଆରେ ଟଙ୍କା ବିନିଯୋଗ କରୁଥିବାବେଳେ ସହରାଞ୍ଚଳକୁ ଗୁରୁତ୍ୱ ଦେଇଛନ୍ତି। କାମ ହରାଇଥିବା ଶ୍ରମିକ ଓ ବେରୋଜଗାରଙ୍କ ପାଇଁ ସରକାର ଅର୍ବାନ ୱେଜ୍‌ ଏମ୍ପ୍ଲୟମେଣ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri