ଜଗା ଦର୍ଶନ ପାଇଁ ପୁଣି ଅପେକ୍ଷା

ପୁରୀ ଅଫିସ, ୧୮ା୧୧: କେବେ ଖୋଲିବ ଶ୍ରୀମନ୍ଦିର ଦ୍ୱାର ଏବଂ ସେମାନେ ପୁଣି ମହାପ୍ରଭୁଙ୍କ ଆଖି ସହ ଆଖି ମିଳାଇବେ, ଏମିତି ନାନା ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି କୋଟି କୋଟି ଜଗନ୍ନାଥପ୍ରେମୀ। ଭକ୍ତ-ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି କରୋନା ମହାମାରୀ। କଟକଣା ଯୋଗୁ ଦୀର୍ଘ ୮ମାସ ହେଲା ଶ୍ରୀମନ୍ଦିରକୁ ଯାଇପାରୁ ନାହାନ୍ତି ଶ୍ରଦ୍ଧାଳୁ। ତେବେ ମଙ୍ଗଳବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମନ୍ଦିର ଖୋଲିବା ନେଇ ସହମତି ପାଇବା ପରେ ଶ୍ରଦ୍ଧାଳୁଙ୍କ ମନରେ ଦର୍ଶନ ଆଶା ବଢିଛି। କିନ୍ତୁ ଏଥିପାଇଁ ଆହୁରି ଏକମାସ ଅପେକ୍ଷା କରିବାକୁ ପଡ଼ିବ। ଅର୍ଥାତ୍‌ ଡିସେମ୍ବର ତୃତୀୟ ସପ୍ତାହରେ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପରପକ୍ଷରେ କୋଭିଡ୍‌ -୧୯କୁ ଦୃଷ୍ଟିିରେ ରଖି ଠିକ୍‌ ସମୟରେ ମନ୍ଦିର ଖୋଲାଯିବା ନେଇ ସରକାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବା ଲାଗି ବୈଠକରେ ଆଲୋଚନା ହୋଇଛି। ଶ୍ରୀମନ୍ଦିରକୁ ଆମେ ଅନ୍ୟ ମନ୍ଦିର ସହ ତୁଳନା କରିପାରିବା ନାହିଁ। ଏହା ସବୁଠାରୁ ସ୍ବତନ୍ତ୍ର। ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷ ଲକ୍ଷ ଭକ୍ତ ଚାହିଁ ରହିଛନ୍ତି। ୮ ମାସ ବନ୍ଦ ରହିଥିବା ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ହେଲେ ଆମକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେବାକୁ ପଡ଼ିିବ। ଦର୍ଶନ ପ୍ରସ୍ତୁତି ଏବଂ ଏହାର ରୂପରେଖ କେମିତି ରହିବ ସେ ନେଇ ଏକ କମିଟି ଗଠନ କରାଯାଇଛି। କମିଟିରେ ସେ ନିଜେ ଥିବାବେଳେ ଜିଲାପାଳ ଏବଂ ଏସ୍‌ପି ରହିଛନ୍ତି। କେବେ, କାହାକୁ, କେମିତି ଦର୍ଶନ ପାଇଁ ଅନୁମତି ଦିଆଯିବ ସେ ନେଇ କମିଟି ନିଷ୍ପତ୍ତି ନେବ। ଏ ସଂକ୍ରାନ୍ତରେ ଛତିଶା ନିଯୋଗ ସହ ମଧ୍ୟ ଆଲୋଚନା କରାଯିବ। ଏହି ସମସ୍ତ ପ୍ରକାର ପ୍ରସ୍ତୁତି ଲାଗି ପ୍ରାୟ ୧ ମାସ ସମୟ ଲାଗିବ। ପାଖାପାଖି ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଆମେ ପ୍ରସ୍ତୁତ ହୋଇଯିବୁ। ସବୁ ପ୍ରସ୍ତୁତି ସରିଲେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯେବେ ଅନୁମତି ଦେବେ ସେବେଠାରୁ ଦର୍ଶନ ଆରମ୍ଭ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ମୁଖ୍ୟ ପ୍ରଶାସକଙ୍କ ଏଭଳି ସଙ୍କେତ ପରେ ଡିସେମ୍ବର ଶେଷ ସପ୍ତାହ କିମ୍ବା ନୂଆବର୍ଷରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଅଗଣିତ ଜଗନ୍ନାଥପ୍ରେମୀଙ୍କ ମନରେ ବି ଦର୍ଶନ ଆଶା ସଞ୍ଚରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନି ବଳୟର କଣିକା ସଂଗ୍ରହ କରିବ ଏଆଇ ରୋବୋଟିକ୍‌ ସିଷ୍ଟମ୍‌

ୱାଶିଂଟନ,୨୭ା୭: ଶନି ଗ୍ରହର ସୃଷ୍ଟି, ଏହାର ଚାରିପାଖରେ ଥିବା ବିଶାଳ ବଳୟ ଏବଂ ବ୍ରହ୍ମାଣ୍ଡରେ ଗ୍ରହଗୁଡ଼ିକର ବିକାଶ ସମ୍ପର୍କରେ ଲୁଚି ରହିଥିବା ଅନେକ ରହସ୍ୟର ପର୍ଦ୍ଦାଫାଶ କରିବା…

ସୃଷ୍ଟି ହେଲା ଗଭୀର ଅବପାତ: ଏଇଠି ଲ୍ୟାଣ୍ଡଫଲ ସମ୍ଭାବନା, ଭୀଷଣ ବର୍ଷା ନେଇ ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୨୭।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା। ଉତ୍ତର…

ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର,୨୭ା୭(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସୋମବାରଠାରୁ +୩ ପ୍ରଥମ ବର୍ଷର ନିୟମିତ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା…

CJP ପ୍ରଦର୍ଶନ ଶେଷ ହେବା ପରେ ଆଉ ଜଣେ ନିଟ୍‌ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଜାଣିଲେ…

ନୂଆଦିଲ୍ଲୀ, ୨୭॥୭: ମହରାଷ୍ଟ୍ରର ଅହିଲ୍ୟାନଗର ଜିଲାର କର୍ଜତ ତାଲୁକା ଅନ୍ତର୍ଗତ ଜଲାଲପୁର ଗ୍ରାମରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଛାତ୍ରୀ ଅଙ୍କିତା…

ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ୩ ରାଜ୍ୟରେ ବଢିଲା ରାଜନୈତିକ ଆଲୋଚନା; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୭: NEET ପେପର ଲିକ ନେଇ ବିରୋଧୀଙ୍କ ବିରୋଧ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ପ୍ରହ୍ଲାଦ ଜୋଷୀଙ୍କୁ ଶିକ୍ଷା…

ସୁଶାନ୍ତଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ)- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ…

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri