ଜଗା ଦର୍ଶନ ପାଇଁ ପୁଣି ଅପେକ୍ଷା

ପୁରୀ ଅଫିସ, ୧୮ା୧୧: କେବେ ଖୋଲିବ ଶ୍ରୀମନ୍ଦିର ଦ୍ୱାର ଏବଂ ସେମାନେ ପୁଣି ମହାପ୍ରଭୁଙ୍କ ଆଖି ସହ ଆଖି ମିଳାଇବେ, ଏମିତି ନାନା ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି କୋଟି କୋଟି ଜଗନ୍ନାଥପ୍ରେମୀ। ଭକ୍ତ-ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି କରୋନା ମହାମାରୀ। କଟକଣା ଯୋଗୁ ଦୀର୍ଘ ୮ମାସ ହେଲା ଶ୍ରୀମନ୍ଦିରକୁ ଯାଇପାରୁ ନାହାନ୍ତି ଶ୍ରଦ୍ଧାଳୁ। ତେବେ ମଙ୍ଗଳବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମନ୍ଦିର ଖୋଲିବା ନେଇ ସହମତି ପାଇବା ପରେ ଶ୍ରଦ୍ଧାଳୁଙ୍କ ମନରେ ଦର୍ଶନ ଆଶା ବଢିଛି। କିନ୍ତୁ ଏଥିପାଇଁ ଆହୁରି ଏକମାସ ଅପେକ୍ଷା କରିବାକୁ ପଡ଼ିବ। ଅର୍ଥାତ୍‌ ଡିସେମ୍ବର ତୃତୀୟ ସପ୍ତାହରେ ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପରପକ୍ଷରେ କୋଭିଡ୍‌ -୧୯କୁ ଦୃଷ୍ଟିିରେ ରଖି ଠିକ୍‌ ସମୟରେ ମନ୍ଦିର ଖୋଲାଯିବା ନେଇ ସରକାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବା ଲାଗି ବୈଠକରେ ଆଲୋଚନା ହୋଇଛି। ଶ୍ରୀମନ୍ଦିରକୁ ଆମେ ଅନ୍ୟ ମନ୍ଦିର ସହ ତୁଳନା କରିପାରିବା ନାହିଁ। ଏହା ସବୁଠାରୁ ସ୍ବତନ୍ତ୍ର। ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷ ଲକ୍ଷ ଭକ୍ତ ଚାହିଁ ରହିଛନ୍ତି। ୮ ମାସ ବନ୍ଦ ରହିଥିବା ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ହେଲେ ଆମକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେବାକୁ ପଡ଼ିିବ। ଦର୍ଶନ ପ୍ରସ୍ତୁତି ଏବଂ ଏହାର ରୂପରେଖ କେମିତି ରହିବ ସେ ନେଇ ଏକ କମିଟି ଗଠନ କରାଯାଇଛି। କମିଟିରେ ସେ ନିଜେ ଥିବାବେଳେ ଜିଲାପାଳ ଏବଂ ଏସ୍‌ପି ରହିଛନ୍ତି। କେବେ, କାହାକୁ, କେମିତି ଦର୍ଶନ ପାଇଁ ଅନୁମତି ଦିଆଯିବ ସେ ନେଇ କମିଟି ନିଷ୍ପତ୍ତି ନେବ। ଏ ସଂକ୍ରାନ୍ତରେ ଛତିଶା ନିଯୋଗ ସହ ମଧ୍ୟ ଆଲୋଚନା କରାଯିବ। ଏହି ସମସ୍ତ ପ୍ରକାର ପ୍ରସ୍ତୁତି ଲାଗି ପ୍ରାୟ ୧ ମାସ ସମୟ ଲାଗିବ। ପାଖାପାଖି ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଆମେ ପ୍ରସ୍ତୁତ ହୋଇଯିବୁ। ସବୁ ପ୍ରସ୍ତୁତି ସରିଲେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯେବେ ଅନୁମତି ଦେବେ ସେବେଠାରୁ ଦର୍ଶନ ଆରମ୍ଭ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ମୁଖ୍ୟ ପ୍ରଶାସକଙ୍କ ଏଭଳି ସଙ୍କେତ ପରେ ଡିସେମ୍ବର ଶେଷ ସପ୍ତାହ କିମ୍ବା ନୂଆବର୍ଷରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଅଗଣିତ ଜଗନ୍ନାଥପ୍ରେମୀଙ୍କ ମନରେ ବି ଦର୍ଶନ ଆଶା ସଞ୍ଚରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ କର୍ମଶାଳା

ଯାଜପୁର ରୋଡ,୨|୮(ନି.ପ୍ର.)- ଯାଜପୁର ଜିଲା ଶିଳ୍ପକେନ୍ଦ୍ର ଏବଂ ଆଲ୍ଲାହାବାଦ ବ୍ୟାଙ୍କର ମିଳିତ ସହଯୋଗରେ ଗୁରୁବାର ଯାଜପୁର ରୋଡସ୍ଥିତ ଉଚ୍ଛବପ୍ୟାଲେସ୍‌ଠାରେ କ୍ଷୁୁଦ୍ର ଉଦ୍ୟୋଗ ଶିଳ୍ପସଂସ୍ଥା(ଏମ୍‌ଏସ୍‌ଏମ୍‌ଇ) ପ୍ରକଳ୍ପ ପାଇଁ...

କୋର୍ଟ ଆଦେଶକୁ ଅବମାନନା କରି ପଳାତକ ଘୋଷିତ ହୋଇଥିଲେ, ୨ ହତ୍ୟା ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କଲା ପୋଲିସ

ବେଗୁନିଆପଡ଼ା,୧୩ା୪(ଡି.ଏନ୍‌.ଏ.): ପୋଲିସ ହାତରେ ଧରା ଦେଲେନି, କୋର୍ଟକୁ ବି ଅବମାନନା କଲେ। ଶେଷରେ ଜବତ ହେଲା ଅପରାଧୀଙ୍କ ସମ୍ପତ୍ତି। ଏଭଳି ଏକ ଖବର ସାମ୍ନାକୁ ଆସିଛି...

ତୁଟୁନାହିଁ ପାଣି ସମସ୍ୟା

ନୟାଗଡ଼ ଅଫିସ,୨୩ା୩: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକର ବଣବାଣପୁରଠାରେ ଥିବା ପାନୀୟଜଳ ପ୍ରକଳ୍ପର ପାଣି ପମ୍ପ ପାଖରେ ମହାନଦୀର ଜଳଧାର ଶୁଖିଯିବା ଓ ୨ଟି ପାଣିପମ୍ପ...

ଗାଇବନ୍ଧା ଗାଁକୁ ନାହିଁ ରାସ୍ତା କି ପିଇବା ପାଇଁ ପାଣି ନାହିଁ; ସୋଲାର ପାଣି ଟାଙ୍କି ୨ ବର୍ଷ ହେବ ଅଚଳ

କୋକସରା, ୩୦।୧୧ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧୀନ ଆଦିବାସୀ ବହୁଳ ଗାଁ ହେଉଛି ଗାଇବନ୍ଧା । ଏଠାରେ ୩୦ରୁ ଊଦ୍ଧ୍ୱର୍ର୍...

ଯୁକ୍ତ ୨ ପଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି ଛାତ୍ରୀଛାତ୍ର : ବଢୁଛି କଲେଜ, କମୁଛନ୍ତି ପିଲା

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜ୍ୟରେ ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ସଂଖ୍ୟା ବଢୁଛି। ହେଲେ ସେହି ଅନୁପାତରେ ପିଲା ହେଉନାହାନ୍ତି। ମାଟ୍ରିକ୍‌ରେ...

ଆସୁଛି ନୂଆବର୍ଷ: ପୁରୀ ପ୍ୟାକ୍‌, ହୋଟେଲରେ ମିଳୁନି ରୁମ୍‌; ଜମିଲାଣି ପର୍ଯ୍ୟଟକଙ୍କ ଗହଳି

ପୁରୀ ଅଫିସ, ୨୯ା୧୨: ଆସୁଛି ନୂଆବର୍ଷ। ଏଥିପାଇଁ ପର୍ଯ୍ୟଟନ ସହର ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସହରର ବିଭିନ୍ନ ହୋଟେଲ, ଲଜିଂ, ମଠ,...

ମେ’ ୧୫ରୁ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଲାଗି ପ୍ରସ୍ତାବ

ଛତ୍ରପୁର,୨୧ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ମେ’ ୧୫ରୁ ଆରମ୍ଭ ହୋଇ ୨୦ ତାରିଖରେ ଅନୁଷ୍ଠିତ...

‘ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି’

ପୁରୀ ଅଫିସ, ୧୯ା୧୧: ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି। ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର...

Advertisement
Archives

Model This Week