ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିଲା ଅଭିଯୁକ୍ତ: ଚଢିଗଲା ଟ୍ରକ
ରାୟଗଡା ଅଫିସ,୧୩।୭-ପୋଲିସ ଆଖିରେ ଧୂଳି ଦେଇ ଥାନା ସମ୍ମୁଖରୁ ଖସି ଯିବାକୁ ଜଣେ ଅଭିଯୁକ୍ତ ଚେଷ୍ଟା କରୁଥିବାବେଳେ ତାଙ୍କ ଉପରେ ଟ୍ରକ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସୋମବାର ରାୟଗଡା ଜିଲାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।…
ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ
ଭୁବନେଶ୍ୱର,୧୩।୭(ବ୍ୟୁରୋ)-ରାଜ୍ୟରେ ସୋମବାର ପୁଣି ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୪୮ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ୮, ନୟାଗଡରୁ ୮,…
କରୋନା ସଂକ୍ରମଣ ଭୟ: ବ୍ରହ୍ମପୁର ସୀମା ସିଲ୍
ବ୍ରହ୍ମପୁର ଅଫିସ,୧୩।୭-ସାରା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଗଞ୍ଜାମ ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛି ଜିଲା ପ୍ରଶାସନ। ଏହାକୁ ଦୃଷ୍ଟିରେ ରଖି ସୋମବାର ବ୍ରହ୍ମପୁର ସହରର ଚାରି…
ଓଡ଼ିଶାରେ ଘଟିଲା ଏମିତି ଆଶ୍ଚର୍ଯ୍ୟଜନକ ଘଟଣା: ଚିତିବୋଡାକୁ ଖାଇଦେଲା ତେନ୍ତୁଳିଆ ବିଛା
କଣ୍ଟାପଡା,୧୩।୭(ଡି.ଏନ୍.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ସ୍ଥିତ ଓଲଟପୁରଠାରେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏକ ୧୦ ଇଞ୍ଚ ଲମ୍ବର ଚିତିବୋଡା ସାପକୁ ଏକ ୬ ଇଞ୍ଚର ତେନ୍ତୁଳିଆ ବିଛା ଖାଇଦେଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଓଲଟପୁରସ୍ଥିତ ଏସ୍ ଭି.…
ସଂସ୍ଥା କରିପାରିବେ କୋଭିଡ୍ କେୟାର ହୋମ୍: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୧୩।୫(ବ୍ୟୁରୋ): ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ ସଂସ୍ଥା କୋଭିଡ୍ କେୟାର ହୋମ୍ କରିପାରିବେ। ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ ଏହି କୋଭିଡ୍ କେୟାର ହୋମ୍ କରାଯାଇପାରିବ। ଏଥିନିମନ୍ତେ ବଡ଼ ସଂସ୍ଥାମାନଙ୍କୁ କେୟାର ସେଣ୍ଟର ପାଇଁ…
ଘରେଥିଲେ ଅଷ୍ଟମ ବାଟାଲିୟନ ସିପାହୀ: କାର୍ଯ୍ୟରେ ଯୋଗ ଦେବା ବେଳକୁ ଜଣାପଡ଼ିଲା କରୋନା ଆକ୍ରାନ୍ତ
ଗଞ୍ଜାମ,୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅଗସ୍ତି ନୂଆ ଗାଁ ସ୍ଥିତ ଅଷ୍ଟମ ବାଟାଲିୟନର ଜଣେ ସିପାହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଛୁଟିରେ ଘରେ ରହିଥିଲେ । କାର୍ଯ୍ୟରେ ଯୋଗ ଦେବା ପାଇଁ ହେଲେ କୋଭିଡ-୧୯ ଟେଷ୍ଟ କରିବାକୁ ଅଷ୍ଟମ ବାଟାଲିୟନ…
ଏଣିକି ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ: ଜାଣନ୍ତୁ କାହାକୁ ମିଳିବ ଅନୁମତି
ଭୁବନେଶ୍ୱର, ୧୩।୫(ବ୍ୟୁରୋ): କରୋନା ଲକ୍ଷଣ ନ ଥିବା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନ ଥିବା ବା ସାମାନ୍ୟା ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେଶନ କରାଯିବ। ଲକ୍ଷଣ ନ ଥାଇ ପଜିଟିଭ ଚିହ୍ନଟ ହେଲେ ଘରେ…
ଭଦ୍ରକ-କୋଲକତା ବସ୍ ଚଳାଚଳ ବନ୍ଦ
ଭଦ୍ରକ ଅଫିସ,୧୩।୭-ଭଦ୍ରକରୁ କୋଲକତା କୌଣସି ବସ୍ ଯାଇପାରିବନି କି ଆସିପାରିବନି। କୋଲକତାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଏପରି ପଦକ୍ଷେପ ନେଇଛି ଭଦ୍ରକ ଜିଲାପ୍ରଶାସନ। ଏ ନେଇ ଭଦ୍ରକ ଜିଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।
କଟକ ସହରରେ ଥମିବାର ନାଁ ନେଉନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ପୁଣି ୧୬ ପଜିଟିଭ୍ ଚିହ୍ନଟ
କଟକ ଅଫିସ,୧୩।୭: କଟକ ସହରରୁ ସୋମବାର ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ ଜଣ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ରେ ଥିବାବେଳେ ୨ ଜଣ ହୋମ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ଏହାସହ ୮ଟି ଲୋକାଲ କେସ ରହିଛି। ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ…
ରାଜଧାନୀରେ ପୁଣି ୧୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବର୍ଷକର ଶିଶୁ ସାମିଲ୍
ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଏଠାରୁ ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୪ ଜଣଙ୍କ, ଲୋକାଲ…
ଗଞ୍ଜାମର ୮୧ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ରେ: ବୁଝାଇଲେ ଜ଼ିଲାପାଳ
ଛତ୍ରପୁର, ୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦୈନିକ ୩ରୁ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟୁଛି। ଜିଲାରେ ପ୍ରତିଦିନ ୨ଶହରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚି଼ହ୍ନଟ ହେବାରେ ଲାଗିଛନ୍ତି। ଅପରପକ୍ଷରେ ସୋମବାର…
ଜୁଲାଇ ୩୧ ଭିତରେ ମାଟ୍ରିକ ରେଜଲ୍ଟ, ଯୁକ୍ତ ୨ ଖାତା ମୂଲ୍ୟାୟନରେ ରହୁଛି ସମସ୍ୟା
ଭୁବନେଶ୍ୱର, ୧୩।୭(ବ୍ୟୁରୋ): ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାଟ୍ରିକ ଖାତାଦେଖା ସରିଛି। ଏବେ ଟାବୁଲେସନ ଚାଲିଛି। ଆହୁରି…
Archives


