ରାଜ୍ୟ

ବିରଞ୍ଚିଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୧।୯: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ମାମଲାରେ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ବିରଞ୍ଚି ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବେ ଏବଂ ତଦନ୍ତକାରୀ ଟିମ୍‌ ଯେତେବେଳେ ଚାହଁିବେ ତାଙ୍କ…

ବଦଳିଲେ ୬୦ ପୋଲିସ ଏସ୍‌ଆଇ-ଏଏସ୍‌ଆଇ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଭୁବନେଶ୍ୱରର ବିଭିନ୍ନ ଥାନାର ୬୦ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇମାନଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। କ୍ୟାପିଟାଲ ଥାନାରୁ ଏସ୍‌ଆଇ ସନ୍ତୋଷିନୀ ବେହେରା ସହିଦନଗର ଯାଇଥିବା ବେଳେ ଲିଙ୍ଗରାଜ ଥାନାରୁ ଏସ୍‌ଆଇ ସନ୍ତୋଷ ନାୟକ ତମାଣ୍ଡୋ ଯାଇଛନ୍ତି। ସେହିଭଳି ବାଲିଅନ୍ତାରୁ ଏସ୍‌ଆଇ ପ୍ରଫୁଲ…

ଜନ୍ମମାଟିରେ ପହଞ୍ଚିଲେ ସୁନାପୁଅ

ଅତାବିରା,୨୧।୯(ଡି.ଏନ.ଏ.)- ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ମଙ୍ଗଳବାର ନିଜ ମାଟି ବରଗଡ ଜିଲା ଅତାବିରାରେ ପହଞ୍ଚିଛନ୍ତି। ତାଙ୍କୁ ଗୋଡ଼ଭଗା କ୍ୟାମ୍ପରୁ ସ୍ବାଗତ କରାଯାଇଥିଲା। ଏକ ଭବ୍ୟ ଶୋଭାଯାତ୍ରାରେ ଅତାବିରା ଅଣାଯାଇ ସୁନାପୁଅ ପ୍ରମୋଦଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…

ଆଜି କରୋନା ନେଲା ୫ ଜୀବନ

ଭୁବନେଶ୍ୱର,୨୧।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୪୬ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଆଜି ରାଜ୍ୟରେ ୪୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୭୦ ଜଣ ଅଛନ୍ତି। ଏହି ୪୬୨ ଜଣଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୯୪ଟି…

ପିପିଲି ଉପନିର୍ବାଚନ:ଆରମ୍ଭ ହେଲା ପ୍ରଚାର

ଭୁବନେଶ୍ୱର,୨୧।୯(ବ୍ୟୁରୋ)/ପିପିଲି:ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସୋମବାରଠାରୁ ବିଧିବଦ୍ଧ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ପ୍ରଚାର ପାଇଁ କେବଳ ୭ ଦିନ…

ବିଏମ୍‌ସି କମିଶନରଙ୍କ ଗିରଫ ଦାବି ତେଜିଲା

ଭୁବନେଶ୍ୱର, ୨୧।୯ (ବ୍ୟୁରୋ):ସ୍ମାର୍ଟସିଟିର ମୁକୁଳା ଡ୍ରେନ୍‌ରେ ଭାସିଯାଇ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଦାୟୀ କରିଛି ଭାଜପା। ରବିବାର ବିଏମ୍‌ସି କମିଶନରଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଥିବାବେଳେ ସୋମବାର ତାଙ୍କ…

ବିପଦକୁ ଡାକୁଛି ମୁକୁଳା ଡ୍ରେନ୍‌

କଟକ ଅଫିସ,୨୧ା୯:ରୌପ୍ୟ ନଗରୀ କଟକରେ ବର୍ଷା ହେଲେ ପରିସ୍ଥିତି ଜଟିଳ ହୋଇପଡୁଛି। ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଡ୍ରେନର ଉଦ୍‌ବୃତ୍ତ ପାଣି ରାସ୍ତାରେ ଲହଡ଼ି ମାରୁଛି। ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ସବୁ ମୁକୁଳା ପଡ଼ିଥିବାବେଳେ ପ୍ରବଳ…

ବର୍ଷ ବର୍ଷ ଧରି କାମ ସରୁନି

ଭୁବନେଶ୍ୱର, ୨୧।୯ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ ୬ବର୍ଷରେ ୬ ଜୀବନ ନେଇଛି। ଖସିପଡି ଅନେକେ ଗୁରୁତର ଆହତ ଅବସ୍ଥାରେ ବି ଉଦ୍ଧାର ହୋଇଛନ୍ତି। ବର୍ଷ ବର୍ଷ ଧରି ଡ୍ରେନ୍‌ କାମ ସୁଧୁରୁ ନ ଥିବାବେଳେ ମୁକୁଳା ଛାଡ଼ି ଦିଆଯାଉଛି। ଫଳରେ…

ପୁରୁଣା କାନ୍ଥରେ ନୂଆ ସ୍ମାର୍ଟ କ୍ଲାସ୍‌ରୁମ୍‌

ଯାଜପୁର ଅଫିସ,୨୧ା୯:ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ପାଣ୍ଠିରେ ଖର୍ଚ୍ଚ ହେଉଥିବା ମୋ ସ୍କୁଲ ଅଭିଯାନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ଜିଲାର ବ୍ୟାସନଗର ପୌର ପରିଷଦର ଶଶିଭୂଷଣ ବାଳିକା ବିଦ୍ୟାଳୟରେ…

୬ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳକୁ ଅନୁମତି

ଭୁବନେଶ୍ୱର,୨୧।୯:ବିଭିନ୍ନ କାର୍ଯ୍ୟରେ ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ପୂର୍ବତଟ ରେଳପଥ ସୋମବାରଠାରୁ ୬ଟି ସ୍ବତନ୍ତ୍ର ଟ୍ରେନରେ ମାସିକ ସିଜନ ଟିକେଟ (ଏମ୍‌ଏସ୍‌ଟି) ଏବଂ ତ୍ରୈମାସିକ ସିଜନ ଟିକେଟ (କ୍ୟୁଏସ୍‌ଟି) ସହିତ ଟ୍ରେନ୍‌ ଯାତ୍ରାକୁ ଅନୁମତି ଦେଇଛି। ଏହି…

ଲଳିତ କଳା ଏକାଡେମୀ ସଭାପତି ଭାବେ ପୁନଃ ମନୋନୀତ ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୨୧।୯ (ବ୍ୟୁରୋ) – ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ଭାବେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁନଃ ମନୋନୀତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସେ ମନୋନୀତ ହୋଇଥିବା ନେଇ ସୋମବାର ଓଡ଼ିଆ ଭାଷା, ସାହିତ୍ୟ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri