ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ

ଭୁବନେଶ୍ୱର/ଯାଜପୁର ଅଫିସ,୨୬।୧: ଓଡ଼ିଶାରେ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ୫୦ ପ୍ରତିଶତ ହ୍ରାସ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ଗଠିତ କମିଟି ନିର୍ଦ୍ଦେଶ ଦେଇଥିଲେ। ହେଲେ ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଅକ୍ଟୋବର ସୁଦ୍ଧା ରାଜ୍ୟରେ ୧୨.୦୨% ଦୁର୍ଘଟଣା ମୃତ୍ୟୁହାର ବଢ଼ିଛି। ଏଥିରେ ନୂଆପଡ଼ା ଜିଲା ଶୀର୍ଷରେ (୪୦.୭୪%) ରହିଥିବାବେଳେ ଦ୍ୱିତୀୟରେ ଗଜପତି ଓ ରାୟଗଡ଼ା ଜିଲାରେ(୪୦%) ମୃତ୍ୟୁହାର ବୃଦ୍ଧି ପାଇଛି। ସୋନପୁର ଜିଲାରେ ୨୧% ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ ପାଇ ରେକର୍ଡ ସୃଷ୍ଟି ହୋଇଛି। ତେବେ ଶିଳ୍ପ ଓ ଖଣି ସମୃଦ୍ଧ ଝାରସୁଗୁଡ଼ା, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲାରେ ମଧ୍ୟ ମୃତ୍ୟୁହାର ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ସମସ୍ତ ଜିଲାପାଳ, ଏସ୍‌ପି, ଭୁବନେଶ୍ୱର ଓ କଟକ ଡିସିପି, କମିଶନରେଟ ପୋଲିସ(ଟ୍ରାଫିକ୍‌), ଆର୍‌ଟିଓଙ୍କୁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ, ଦ୍ରୁତ ଗାଡ଼ିଚାଳନା, ରାସ୍ତାପାର୍ଶ୍ୱ ପାର୍କିଂ ଇତ୍ୟାଦି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତି ଜିଲାରେ ଆର୍‌ଟିଓ ଏବଂ ପୋଲିସ ମିଶି ଯୁଗ୍ମ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦେଶରେ ଓଡ଼ିଶା ଦୁର୍ଘଟଣାଜନିତ ମୃତ୍ୟୁରେ ୧୬ରୁ ୧୨ ର଼୍ୟାଙ୍କ୍‌କୁ ବୃଦ୍ଧି ହୋଇ ବଦନାମ ଆଣି ସାରିଛି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବାକୁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ପକ୍ଷରୁ ସଡ଼କ ସୁରକ୍ଷା ଉପରେ ଏକ କମିଟି ଗଠନ ହୋଇଛି। ହେଲେ କମିଟି ନିର୍ଦ୍ଦେଶକୁ କେହି ଉପଯୁକ୍ତ ଭାବେ ପାଳନ କରୁ ନ ଥିବାରୁ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ବଦଳରେ ବୃଦ୍ଧି ଘଟିଛି। ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୪ରେ ୩,୯୩୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ରେ ମୃତ୍ୟୁ ସଂଖ୍ୟା ୪,୭୩୮ରେ ପହଞ୍ଚତ୍ଥିଲା, ଯାହାକି ମୃତ୍ୟୁସଂଖ୍ୟା ୨୧% ବୃଦ୍ଧି ପାଇଥିଲା। ପରେ ୨୦୨୦ ପ୍ରଥମ ୪ ମାସ(ଜାନୁୟାରୀ-ଏପ୍ରିଲ) ଅପେକ୍ଷା ୨୦୨୧ର ଜାନୁୟାରୀ-ଏପ୍ରିଲ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୭.୬୦% ବୃଦ୍ଧି ହୋଇଥିଲା। ଏହି ତାଲିକାରେ ମାଲକାନଗିରି ପ୍ରଥମ ଓ ଜଗତ୍‌ସିଂହପୁର ଦ୍ୱିତୀୟ ଏବଂ ଯାଜପୁର ଜିଲା ତୃତୀୟ ସ୍ଥାନରେ ରହିଥିଲା। ଅନୁରୂପ ଭାବେ ୨୦୨୦ (ଜାନୁୟାରୀ-ଅକ୍ଟୋବର)ରେ ୭,୬୧୯ ଦୁର୍ଘଟଣା ହୋଇଥିଲାବେଳେ ୩,୬୩୭ ମୃତ୍ୟୁ ଓ ୬,୯୭୭ ଆହତ ହୋଇଥିଲେ। ୨୦୨୧(ଜାନୁୟାରୀ-ଅକ୍ଟୋବର)ରେ ୮,୯୨୨ ଦୁର୍ଘଟଣାରେ ୪,୦୭୪ ମୃତ୍ୟୁ ଓ ୮,୦୮୭ ଆହତ ହୋଇଥିଲେ। ଏହି ସମୟରେ ଦୁର୍ଘଟଣାଜନିତ ମୃତ୍ୟୁହାରକୁ ଅବଲୋକନ କଲେ ପୁରୀ, ନୟାଗଡ଼, କୋରାପୁଟ, ଦେବଗଡ଼, କେନ୍ଦ୍ରାପଡ଼ା ଓ ସୋନପୁର ଜିଲାରେ ମୃତ୍ୟୁହାରକୁ ସାମାନ୍ୟ ହ୍ରାସ କରାଯାଇ ପାରିଛି। ଅନ୍ୟପକ୍ଷେ ନୂଆପଡ଼ା, ଗଜପତି, ରାୟଗଡ଼ା, ଜଗତ୍‌ସିଂହପୁର (୩୩.୮୭%), ବୌଦ୍ଧ(୩୨.୦୮%), ମାଲକାନଗିରି (୨୮.୮୯%), ଝାରସୁଗୁଡ଼ା(୨୮.୫୭%), ମୟୂରଭଞ୍ଜ(୨୬.୬୦%), ଭଦ୍ରକ (୨୬.୫୮%), ଯାଜପୁର(୨୫.୬୪%), କନ୍ଧମାଳ(୨୩.୦୮%), ବରଗଡ଼ରେ (୨୧.୮୮%) ବୃଦ୍ଧି ପାଇଛି। ସେହିପରି କଟକରେ(୧୬.୭୪%), ବାଲେଶ୍ୱର(୧୫.୦୯%), ଖୋର୍ଦ୍ଧା (୧୩.୬୧%), ବଲାଙ୍ଗୀର(୧୧.୧୧%), ସୁନ୍ଦରଗଡ଼(୯.୮୬%), ଢେଙ୍କାନାଳ (୬.୫୬%), ସମ୍ବଲପୁର(୬.୨୯%), କଳାହାଣ୍ଡି(୫.୯୮%), ଅନୁଗୋଳ(୪.୮୬%), ନବରଙ୍ଗପୁର(୪.୭୧%), ଗଞ୍ଜାମରେ(୩.୩୮%), କେନ୍ଦୁଝରରେ(୨.୫୯%) ବଢ଼ିଛି। ଅପରପକ୍ଷରେ ପୁରୀରେ (୧.୦୨%), ନୟାଗଡ଼(୧.୪୧%), କୋରାପୁଟ(୩.୧୩%), ଦେବଗଡ଼(୪.୭୬%), କେନ୍ଦ୍ରାପଡ଼ା(୬.୮୨%), ସୋନପୁର(୨୧.୪୩%) ମୃତ୍ୟୁହାର ହ୍ରାସ ପାଇଛି। ଏହି କ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ତପତ୍ରତା ପ୍ରକାଶ କରି ଜିଲା ସଡ଼କ ସୁରକ୍ଷା କମିଟି(ଡିଆର୍‌ଏସ୍‌ସି)ର ନିୟମିତ ବୈଠକ କରି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ଖଣି ଓ ଶିଳ୍ପ ସମୃଦ୍ଧ ଜିଲାଗୁଡ଼ିକରେ ଓଭରଲୋଡିଂ ଗାଡ଼ି ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। କେତେକ ଜିଲାରେ ନକଲି ଟ୍ରାନ୍‌ଜିଟ୍‌ ପାସ୍‌ରେ କ୍ଷମତାଠାରୁ ଅଧିକ ପଥର ଓ ବାଲି ଚାଲାଣ ହେଉଛି। ଭିଡ଼ ସମୟରେ ଖଣି ପରିବହନ ହେଉଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ହେଉଛି। ଏହି କାରବାରରେ ପୋଲିସ ଓ ପରିବହନ ବିଭାଗର କେତେଜଣ ଅଧିକାରୀଙ୍କ ପକେଟ୍‌ ଗରମ ହେଉଥିବାବେଳେ ସାଧାରଣ ଲୋକଙ୍କ ଜୀବନ ଯାଉଥିବା ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri