କୋରାପୁଟ,୨୬।୧(ସ୍ବ.ପ୍ର.):  କୋରାପୁଟ ଜିଲାର କୋଟିଆକୁ ନେଇ ଫେଲ୍‌ ମାରିଛି ସର୍ବଦଳୀୟ ରଣନୀତି। ବର୍ତ୍ତମାନ କୋଟିଆରେ ତ୍ରିସ୍ତରୀୟ ନିର୍ବାଚନ ହେବ। ପଟ୍ଟାଙ୍ଗୀ ଜିଲା ପରିଷଦ ଜୋନ୍‌-୧ ପାଇଁ ପୂର୍ବରୁ ସବିନା ବୁଡିଆ, ଟିକାଇ ଗେମେଲ ଓ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ସ୍ବାଧୀନ ପ୍ରାର୍ଥୀ ରହିଥିଲେ। ମଙ୍ଗଳବାର ସବିନା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିଲେ। ଟିକାଇ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବେ ବୋଲି ମଙ୍ଗଳବାର ଅପରାହ୍ନ ଯାଏ କଳ୍ପନାଜଳ୍ପନା ଜାରି ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ ସେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବେ ନାହଁି ବୋଲି ଘୋଷଣା କରିଥିଲେ। ତାଙ୍କୁ ଉପଜିଲାପାଳ ଲଳିତ କୁମାର କହଁର ବୋତଲ ଚିହ୍ନ ପ୍ରଦାନ କରିଥିଲେ। ସେହିପରି ମମତା ଜାନିଙ୍କୁ ଯୋଡ଼ି ନାଗରା ଚିହ୍ନ ମିଳିଛି। କୋଟିଆ ଅଞ୍ଚଳର ବିକାଶ ପାଇଁ କାମ କରିବେ। ତାଙ୍କ ପ୍ରତି ଦୋରା ଓ କମାର ସମାଜର ସମର୍ଥନ ରହିଛି ବୋଲି ଟିକାଇ କହିଛନ୍ତି। ଅନ୍ୟପକ୍ଷରେ ମମତା ମାଟି ମାଆର ସୁରକ୍ଷା ସହିତ କୋଟିଆ ଅଞ୍ଚଳର ସାମଗ୍ରିକ ବିକାଶ କରିବା ଲାଗି ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି। ସର୍ବଦଳୀୟ ନିଷ୍ପତ୍ତି ମୁତାବକ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। କୋଟିଆରେ ଜିଲା ପରିଷଦ ଜୋନ୍‌ ନିମନ୍ତେ କେବଳ ସର୍ବଦଳୀୟ ପ୍ରାର୍ଥୀ ଦେବା ପାଇଁ ଆମେ ୩ ପ୍ରମୁଖ ଦଳ ପକ୍ଷରୁ ନିଷ୍ପତ୍ତି ନେଇଥିଲୁ। ମାତ୍ର ଟିକାଇ ନିର୍ବାଚନ ଲଢ଼ିବେ ବୋଲି ଜିଦ୍‌ ଧରିବା ପରେ ଏବେ ପଟ୍ଟାଙ୍ଗୀ ଜୋନ୍‌-୧ରେ ଦୁଇ ସ୍ବାଧୀନ ପ୍ରାର୍ଥତ୍ନୀଙ୍କ ମଧ୍ୟରେ ନିର୍ବାଚନ ହେବ ବୋଲି ଜିଲା ବିଜେଡି ସଭାପତି ତଥା ସର୍ବଦଳୀୟ କମିଟି ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି ଅଧିକାରୀ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଦେଉଛନ୍ତି ପରାମର୍ଶ

ରାଇକିଆ,୨୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା...

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୫ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚା ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ...

ଗଞ୍ଜାମର ବିଭିନ୍ନ ଆଇସୋଲେଶନ ସେଣ୍ଟରରେ ୩୬୧ ଭୁବନେଶ୍ୱର ଫେରନ୍ତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.)- ଭୁବନେଶ୍ୱରରୁ ଗଞ୍ଜାମ ଜିଲାକୁ ଫେରିଥିବା ୩୬୧ ଜଣଙ୍କୁ ବିଭିନ୍ନ ଆଇସୋଲସନ ସେଣ୍ଟରରେ ରଖାଯାଇଛି। ବର୍ତ୍ତମାନ ୫ହଜାର ୮୧୯ ଜଣ ଅନ୍ୟ ରାଜ୍ୟରୁ ଫେରନ୍ତା...

ଏହି ଏନ୍‌ଏସିରେ କରୋନା ସ୍ଥିତି ନିୟନ୍ତ୍ରିତ

ଗଞ୍ଜାମ,୩୧ା୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ...

ମୋଷ୍ଟ ଓ୍ବାଣ୍ଟେଡ ଗଞ୍ଜେଇ ବ୍ୟବସାୟୀ ଗିରଫ

ଫୁଲବାଣୀ ଅଫିସ, ୨୦ା୮: ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଗଞ୍ଜେଇ ବ୍ୟବସାୟୀ ବାଳକୃଷ୍ଣ ସ୍ବାଇଁ ଶେଷରେ ଗିରଫ ହୋଇଛନ୍ତି। ତାଙ୍କ ଘର ଫୁଲବାଣୀ ସହର...

ଏମ୍‌ସ ଡାକ୍ତର ଗିରଫ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ଭୁବନେଶ୍ୱର ଏମ୍‌ସ ହୃଦ୍‌ରୋଗ ବିଭାଗ (କାର୍ଡିଓଲୋଜି)ର ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କୁ ମଙ୍ଗଳବାର ମହିଳା...

ମଦଭାଟି ଉପରେ ଚଢାଉ: ୪ ମହିଳାଙ୍କ ସମେତ ୯ ଗିରଫ

ଦାରିଙ୍ଗବାଡି,୨୪।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡ଼ି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୧୫ ଲିଟର ଦେଶୀ ଚୋରାମଦ ଜବତ କରାଯାଇଛି। ଏଥିରେ...

ହସ୍ପିଟାଲ ବେଡ୍‌ରେ ଟିକ୍‌ଟକ୍‌

ଝାରସୁଗୁଡା ଅଫିସ,୧୮।୫: ଟିକ୍‌ଟକ୍‌ ଭିଡିଓ କରିବାବେଳେ ଲୋକେ ନିଜ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। କୌଣସି ସ୍ଥାନ କିମ୍ବା ପରିସ୍ଥିତିକୁ ମଧ୍ୟ ଦେଖୁନାହାନ୍ତି। ଝାରସୁଗୁଡାରେ ଏଭଳି...

Advertisement
Archives

Model This Week