ତୃତୀୟ ଲହରରେ ଅଧିକ ଗୁରୁତର ହେଉଛନ୍ତି ସ୍ନାୟୁ ରୋଗୀ

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ଓମିକ୍ରନରେ କୋଭିଡ୍‌ ସରିବନାହିଁ। ତୃତୀୟ ଲହର ପରେ ଚତୁର୍ଥ ଲହର ବି ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ମଙ୍ଗଳବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କରୋନା ସଚେତନତା କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ସମ୍ପଦ ଦାଶ ଯୋଗଦେଇ ସାଧାରଣ ଲୋକଙ୍କ ବିଭିନ୍ନ ଦ୍ୱନ୍ଦ୍ୱକୁ ଦୂର କରିବା ସହିତ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ତୃତୀୟ ଲହରରେ ୭୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଅଧିକ ଆକ୍ରାନ୍ତ ହେଉଛନ୍ତି। ସ୍ନାୟୁଜନିତ ରୋଗୀ ଅଧିକ ଗୁରୁତର ହେଉଥିବା ଦେଖାଯାଉଛି। ସେହିପରି ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ବୟସ୍କଙ୍କ ଲକ୍ଷଣ ଭିନ୍ନ ରହିଛି। ଖାଇବା ପିଇବା ବନ୍ଦ କରିବା, ଦୁର୍ବଳ ଲାଗିବା, ଝାଡ଼ାବାନ୍ତି ପ୍ରଭୃତି ଏହାର ଲକ୍ଷଣ। ସଂକ୍ରମିତ ବ୍ୟକ୍ତି ଲକ୍ଷଣର ୨ ଦିନ ପୂର୍ବରୁ ଓ ଆକ୍ରାନ୍ତର ୩ ଦିନ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି। ତେବେ ଓମିକ୍ରନରେ କୋଭିଡ୍‌ ଶେଷ ହୋଇଯିବ ନାହିଁ, ଚତୁର୍ଥ ଲହର ବି ଆସିପାରେ ବୋଲି ଡା. ଦାଶ କହିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ଅଧିକାରୀ ଡା. ଅମରେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାରିତ ନ କରି ସରକାର ବସ୍ତିବାସିନ୍ଦାଙ୍କୁ ଜାଗା ଦିଅନ୍ତୁ: ଭାଜପା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):‘ଜାଗା ମିଶନ’କୁ ୱାଲର୍‌ଡ ହାବିଟାଟ୍‌ ଆୱାର୍ଡ ମିଳିଥିବା ନେଇ ରାଜ୍ୟ ସରକାର ଦାବି କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୟଂ ଏନେଇ ଟୁଇଟ୍‌ କରିବା ପରେ...

୪ବର୍ଷର ପ୍ରତିଭା ସାଇସାଗର

ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍‌.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...

ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣା: ସଡ଼କ ଦୁର୍ଘଟଣାରେ ମୃତ ପ୍ରିୟଙ୍କାଙ୍କ କିଡ୍‌ନୀ, ଚକ୍ଷୁ ଦାନ କଲେ ପରିବାର

ଦିଗପହଣ୍ଡି,୪।୨(ଡି.ଏନ୍‌.ଏ.): ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ରାଣୀ ସାହିର ପ୍ରିୟଙ୍କାରାଣୀ ରାଜୁ(୨୬)ଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ...

ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ: ବ୍ଲାକବୋର୍ଡରେ ଲେଖାଗଲା ପ୍ରଶ୍ନ

ଭୁବନେଶ୍ୱର (ବ୍ୟୁରୋ)/ ପୁରୀ ଅଫିସ/ ଗୋପ, (ଡି.ଏନ.ଏ)୨ା୧୧: ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ଷାଣ୍ମାସିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଦିନରେ...

ନବୀନ ନିବାସରେ ଦୀପାଳି

ଭୁବନେଶ୍ୱର,୧୫।୪(ବ୍ୟୁରୋ): ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଶନିବାର ନବୀନ ନିବାସରେ ପହଞ୍ଚିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦଳୀୟ ଟିକେଟ ନେବା ପାଇଁ ନବୀନ ନିବାସ...

ମାର୍କେଟ ନ ଖୋଲିଲେ ୫୦ଲକ୍ଷର ମାଛ ନଷ୍ଟହେବ

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଗତ ରବିବାର ୟୁନିଟ-୪ ମାଛ ମାର୍କେଟକୁ ସିଲ କରଯାଇଥିଲା। ଉକ୍ତ ଘଟଣାକୁ ନେଇ ଜୟ ଯବାନ...

ସରକାରୀ ସ୍କୁଲ ପରିସରରେ ରାଜୀବ ଆବାସ ଘର

ଭୁବନେଶ୍ୱର,୩।୩(ବ୍ୟୁରୋ): ସରକାରୀ ସ୍କୁଲ ପରିସରରେ ନିଜେ ଘର କରି ରହୁଛନ୍ତି ଆଉ ଭଡ଼ା ବି ଦେଇଛନ୍ତି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ଏକ...

ଚେତୁନି ଚାଇନା, ପୁଣି ଚଳାଇଛି ପଶୁପକ୍ଷୀଙ୍କ ଅଙ୍ଗରୁ ଔଷଧ ପ୍ରସ୍ତୁତି ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଆଜି ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା...

Advertisement
Archives

Model This Week