ସମତା ହିଁ ବୀଜମନ୍ତ୍ର

ସାଧାରଣତନ୍ତ୍ର ଦିବସ ଭାରତର ଏକ ଜାତୀୟ ଦିବସ ରୂପେ ପରିପାଳିତ ହେଉଛି। ଏହା ଦେଶବାସୀଙ୍କର ଆତ୍ମସମୀକ୍ଷା ଓ ସଂକଳ୍ପ ଦିବସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ପରିପ୍ରେକ୍ଷୀରେ ବ୍ୟକ୍ତିବିଶେଷ ଦେଶର ଜାତୀୟ ସଂହତି ଅକ୍ଷୁଣ୍ଣ ରଖିବାକୁ ସଦାଚେଷ୍ଟିତ ହୋଇଥାଆନ୍ତି। ବିଶ୍ୱର ସର୍ବବୃହତ୍‌ ଲୋକତନ୍ତ୍ରର ଦେଶ ହେଉଛି ଭାରତବର୍ଷ। ଏହି ଦେଶରେ ଜାନୁୟାରୀ ୨୬ ତାରିଖକୁ ପ୍ରତିବର୍ଷ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। କାରଣ ଏହି ଦିନ ଆମର ସମ୍ବିଧାନ ପ୍ରଣୟନ ହୋଇଥିଲା। ଗଣତନ୍ତ୍ର ଦିବସ ଏକ ରାଷ୍ଟ୍ରୀୟ ପର୍ବ। ଗଣତନ୍ତ୍ର ଦିବସରେ ଭାରତବାସୀ ନିଜର ଅଦ୍ୱିତୀୟ ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମୋର୍ପିତ କରିଥିଲେ। ଏଥିପାଇଁ ଏହି ଦିନରେ ସମସ୍ତଙ୍କ ନିମନ୍ତେ ସମ୍ବିଧାନର ମୌଳିକ ମୂଲ୍ୟବୋଧ ସମ୍ପର୍କରେ ଗଭୀରଭାବେ ବିଚାର କରିବାର ଅବସର ଆସିଛି । ସମ୍ବିଧାନରେ ରେଖାଙ୍କିତ ନ୍ୟାୟ ସ୍ବତନ୍ତ୍ରତା, ସମତା ଏବଂ ଭ୍ରାତୃତ୍ୱର ମୂଲ୍ୟବୋଧ ଆମ ସମସ୍ତଙ୍କ ପାଇଁ ଏକ ପୁଣ୍ୟ ଆଦର୍ଶ। କେଉଁ ଅନାଦି କାଳରୁ ଏ ଭାରତ ଭୂମି ଏବଂ ଏଠାକାର ସଭ୍ୟତା ଏକ ସ୍ବତନ୍ତ୍ର ମୂଲ୍ୟବୋଧକୁ ଧରି ରଖିଛି । ଏଠାକାର ନ୍ୟାୟ, ସ୍ବତନ୍ତ୍ରତା, ସମତା ଏବଂ ଭ୍ରାତୃଭାବ ଆମର ଜୀବନ ଦର୍ଶନର ଶାଶ୍ୱତ ସିଦ୍ଧାନ୍ତ। ଏହାର ଅନବରତ ପ୍ରବାହ ଆମ ସଭ୍ୟତାର ଆରମ୍ଭରୁ ମଧ୍ୟ ରହିଆସିଛି। ଆମ ସମସ୍ତଙ୍କ ଜୀବନକୁ ସମୃଦ୍ଧ କରିଆସୁଛି, ଯାହାର ପ୍ରମାଣ ଏହି ଜନରାଜ୍ୟ ଦିବସ।
ଭାରତର ସ୍ବାଧୀନତା ପ୍ରାପ୍ତି ପରେ ରାଷ୍ଟ୍ରନାୟକ ଡ. ଆମ୍ବେଡକର ସ୍ବାଧୀନ ରାଷ୍ଟ୍ରକୁ କେତେକ ନୀତି ନିୟମରେ ଚଳାଇବା ନିମନ୍ତେ ସମ୍ବିଧାନ ପ୍ରଣୟନ କରିଥିଲେ । ସେହି ପ୍ରଣିତ ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଗୃହୀତ ହୋଇ କାର୍ଯ୍ୟକାରୀ କରାଯାଇଥିଲା। ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଆମ ଗଣତନ୍ତ୍ର। ଆମ ମୈତ୍ରୀ ଓ ସାମୂହିକଭାବ ଆସିଛି ଆମ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରଭାବରୁ ।
ସମ୍ବିଧାନର ଆଦର୍ଶକୁ ବେଦବାକ୍ୟ ପରି ସର୍ବଦା ସମସ୍ତେ ମନେରଖିବା ଉଚିତ। ସମତା ଆମ ଗଣତନ୍ତ୍ରର ମହାନ୍‌ ଯଜ୍ଞର ବୀଜମନ୍ତ୍ର। ସାମାଜିକ ସମତାର ଆଦର୍ଶ ପ୍ରତ୍ୟେକ ବ୍ୟକ୍ତିର ଗରିମା ସୁନିଶ୍ଚିତ କରିଥାଏ। ଏଣୁ ସମସ୍ତେ ସାମ୍ବିଧାନିକ ନୈତିକତା ମାର୍ଗରେ ନିରନ୍ତର ଗତି କରିବା ଉଚିତ।
-ଅମୂଲ୍ୟ କୁମାର ପଣ୍ଡା
ଅରଙ୍ଗାବାଦ, ବରୀ, ଯାଜପୁର, ମୋ: ୯୯୩୮୯୦୬୦୭୦


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲର ଅବହେଳା: ୪୦ ହଜାର ବୃତ୍ତି ଟଙ୍କା କଟିଗଲା

ଜୁନାଗଡ,୧୨।୧୦(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଉମାକାନ୍ତ ନିଆଲ ନାମକ ଜଣେ ଛାତ୍ର ବୃତ୍ତି ବାବଦକୁ...

ରାଜ୍ୟକୁ କେନ୍ଦ୍ରର ପରାମର୍ଶ: ଦରମାରେ ଖର୍ଚ୍ଚ ନ କରି ଜଙ୍ଗଲ ସୃଷ୍ଟି କର, କାମ୍ପା ପାଣ୍ଠିରେ ରାଜ୍ୟକୁ ମିଳିଲା ୫୯୩୪ କୋଟି

ଭୁବନେଶ୍ୱର, ୨୯।୮ (ବ୍ୟୁରୋ)-କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା(କାମ୍ପା) ପାଇଁ ଜାତୀୟ କ୍ଷତିପୂରକ ବନୀକରଣ ଜମା ରାଶିରୁ କେନ୍ଦ୍ର ସରକାର ଓଡିଶା ଅଂଶଧନ ୫୯୩୩.୯୮...

ତପସ୍ବିନୀ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ, ୨।୨: ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ବିନୀ ଦାଶ- ସୁମିତ୍‌ ସାହୁ ବିବାହ ବିବାଦ ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ହାଇକୋର୍ଟ ଭରଣପୋଷଣ...

ମୟୂରଭଞ୍ଜରେ ୯ଟା ସୁଦ୍ଧା ଆରମ୍ଭ ହୋଇନି ଗଣତି : ଜଳଖିଆ ପାଇଁ ଉତ୍ତେଜନା

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲାର ୪ଟି ଭୋଟ ଗଣତି କେନ୍ଦ୍ରରେ ସକାଳ ୯ ଟା ସୁଦ୍ଧା ଆରମ୍ଭ ହୋଇ ପାରିନି ଭୋଟ ଗଣତି । ସକାଳ...

ବିଏମ୍‌ସି କେଶରୀ ମଲ୍‌ରେ ଲାଗିଛି ନିଆଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି । ରବିବାର କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ...

ତ୍ୱରାନ୍ବିତ ହେବ ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ

କଟକ ଅଫିସ,୨୬।୬: କଟକ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମେଡିକାଲ କ୍ୟାମ୍ପସ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ଆଜି ସଂଗ୍ରହ ହେବ କ୍ଷେତ୍ରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ନମୁନା

ଭୁବନେଶ୍ୱର,୨୦।୪(ବ୍ୟୁରୋ): କରୋନା ମୁକାବିଲା ଓ ରାଜଧାନୀକୁ ସଂକ୍ରମଣମୁକ୍ତ ଲକ୍ଷ୍ୟ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚାଲିଥିବା ରାପିଡ୍‌ ଟେଷ୍ଟ ରବିବାର ଦ୍ୱିତୀୟ ଦିନରେ...

Advertisement
Archives

Model This Week