‘କରୋନାର କେବେ ଅନ୍ତ ହେବ ନାହିଁ ’

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,କରୋନାର କେବେ ବି ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । କାରଣ ଭାଇରସ ତା’ର ଚରିତ୍ର ବଦଳାଇ ଥାଏ । ଆଲଫା ପରେ ଡେଲଟା ଓ ତା’ର ସବ-ଭାରିଆଣ୍ଟ ଆସିଥିଲା । ଏହା ପରେ ଏବେ ଓମିକ୍ରନ ଏବଂ ତା’ର ସବ ଭାରିଆଣ୍ଟ ଆସିଛି । ଏମିତି ବି ଏବେ ହୋଇଥିବ ଅନେକ ନୂଆ ଭାରିଆଣ୍ଟ ଆସିଥିବ ଆମେ ଜାଣି ନ ଥିବା । ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭାରିଆଣ୍ଟ ଆସିପାରେ। ବର୍ତ୍ତମାନ ବି କୋଭିଡ ଉପରେ ଗବେଷଣା ଚାଲିଛି । ଯେବେ ପାନ୍‌ଡେମିକ ବା କୌଣସି ଭାରିଆଣ୍ଟ ଖସେ ତାହା ତଳ ଉପର ହୋଇଥାଏ । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେବାରେ ଲାଗିଛି । ମାତ୍ର ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ବିଷମକଟକ,୧୩ା୩: ରାୟଗଡ଼ା ଜିଲା ବିଷମକଟକ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସମ୍ପର୍କିୟ ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ...

ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ: ପଞ୍ଚମ ଦିନରେ ୨୬ ଦଲାଲ ଗିରଫ

କଟକ ଅଫିସ/ ଭୁବନେଶ୍ୱର,୧।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ଦଲାଲ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସ୍ପେଶାଲ ଡ୍ରାଇଭ୍‌ର ୫ମ ଦିନ ସୋମବାରରେ ରାଜ୍ୟର ବିଭିନ୍ନ...

ଇସିଜି କହୁଛି ମୃତ, ଚର୍ଚ୍ଚାରେ ଏୟାରଲିଫ୍ଟ

ଭୁବନେଶ୍ୱର(ବ୍ୟୁରୋ)/ସମ୍ବଲପୁର ଅଫିସ,୬।୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗତ ୨୯ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କ ଉପରକୁ...

ବିନା ଭକ୍ତରେ ଗଡ଼ିବ ରୁକୁଣା ରଥଯାତ୍ରା!

ଭୁବନେଶ୍ୱର,୮।୪(ବ୍ୟୁରୋ): ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ନେଇ ଲାଗିରହିଛି ଅନିଶ୍ଚିତତା। ଗୁରୁବାର ବିଡିଏ କାର୍ଯ୍ୟାଳୟରେ ୪ ନିଯୋଗ ଓ ବିଏମ୍‌ସି କମିଶନରଙ୍କୁ...

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୬୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟରେ ରବିବାର ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ହାଲୁକା ବର୍ଷା ସାଙ୍ଗକୁ କୁହୁଡ଼ି

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା...

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

କେନ୍ଦ୍ରାପଡ଼ା ଅଫିସ,୨୨ା୮: କେନ୍ଦ୍ରାପଡ଼ା ଜିଲାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କେନ୍ଦ୍ରାପଡ଼ା ଜିଲା ବିକାଶ ପରିଷଦ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର...

ଚଣ୍ଡିତାଳରୁ ୧୦୦୦ ବର୍ଷର କୂଅ ଠାବ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତାଳ ଗ୍ରାମରୁ ଠାବ ହୋଇଛି ଏକ ପ୍ରାଚୀନ କୂଅ। ଐତିହ୍ୟ ଓ ସଂସ୍କୃତି ଗବେଷଣା ସଂସ୍ଥା ଇଣ୍ଡିଆନ...

Advertisement
Archives

Model This Week