ଆମ ଅଧିକାର ଓ ଗଣତନ୍ତ୍ର

ପ୍ରତିବର୍ଷ ଭାରତବାସୀଙ୍କ ପାଇଁ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ବେଶ୍‌ ମହତ୍ତ୍ୱ ବହନ କରେ। ଗତବର୍ଷ ସମଗ୍ର ଦେଶ ଅଦୃଶ୍ୟ ଦାନବ କରୋନାର ଶକ୍ତ ପଞ୍ଝାରେ କବଳିତ ଥିଲା । ସେଥିପାଇଁ ସ୍ବାଧୀନତା ଦିବସର ଆୟୋଜନ ପ୍ରତିକୂଳ ଭାବେ ପ୍ରଭାବିତ ହେବା ସ୍ବାଭାବିକ । ସର୍ବଗ୍ରାସୀ କରୋନା ମହାମାରୀ ତାଣ୍ଡବରେ ଲକ୍ଷଲକ୍ଷ ଲୋକ ଅକାଳରେ ଟଳିପଡ଼ିଲେ । କରୋନା ମହାମାରୀ ଆମ ଦେଶ ବିକାଶ ତଥା ପ୍ରଗତିର ଯାତ୍ରାକୁ ରୋକିବାକୁ ପ୍ରୟାସ କରିଛି ସିନା, ହେଲେ ଆମେ ଏ ପ୍ରାକୃତିକ ବିପତ୍ତି ବିପତ୍ାତକୁ ମୁକାବିଲା କରିପାରିବାରେ ସଫଳ ହୋଇଛେ ା ସଂପ୍ରତି ଦେଶରେ ବିକାଶ ତଥା ପ୍ରଗତିର ରଥଚକ ସଦର୍ପରେ ଗଡ଼ିଚାଲିଛି ।
ଖୁବ୍‌ଶୀଘ୍ର ଠିକଣା ମାର୍ଗକୁ ଆପଣାଇ ନେବାରେ ଏହା ସକ୍ଷମ ହୋଇପାରିବ ବୋଲି ଆଶା ସଂଚରିଛି ।
ଏବେ ଦେଶରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣାଧୀନ । ସ୍ବଦେଶୀ ଟିକା ମଧ୍ୟ ସଫଳତାର ସହ କାର୍ଯ୍ୟ କରୁଛି । ଦେଶବାସୀଙ୍କ ସାମୂହିକ ପ୍ରୟାସ ଓ ଏକତା ଯୋଗୁ ଏହା ସମ୍ଭବପର ହୋଇପାରିଛି। ସଂପ୍ରତି କରୋନା ପ୍ରଜାତି ଓମିକ୍ରନ୍‌ର ତାଣ୍ଡବକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସର ଆୟୋଜନ ନିରାଡମ୍ବରରେ ପାଳନ କରାଯାଉଛି।
ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ୨୬ ଜାନୁୟାରୀ ୧୯୫୦ରେ ତୋପ ସଲାମ ସହ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଭାରତକୁ ଗଣତନ୍ତ୍ର ଦେଶ ରୂପେ ସାର୍ବଜନୀନ ଭାବେ ଘୋଷଣା କରିଥିଲେ। ଏହାପରେ ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖ ଦିନ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ଏଇ ଶୁଭ ଦିବସରେ ସମ୍ବିଧାନ ଲାଗୁ ହୋଇଥିଲା ସ୍ବାଧୀନ ଭାରତର ନୂତନ ସମ୍ବିଧାନ। ପବିତ୍ର ଗଣତନ୍ତ୍ର ଦିବସରେ ଭାରତୀୟ ସମ୍ବିଧାନକୁ ନେଇ ଆମେ ସାର୍ଥକ ଆଲୋଚନା, ପର୍ଯ୍ୟାଲୋଚନା ଓ ରୋମନ୍ଥନ କରିବା ନିହାତି ଜରୁରୀ । ଭାରତର ସମ୍ବିଧାନ ଏବେ ଅଗ୍ନି ପରୀକ୍ଷାର ସମ୍ମୁଖୀନ। ସମ୍ବିଧାନ ବିଶେଷଜ୍ଞ ସୁବାସ କାଶ୍ୟପଙ୍କ ମୁତାବକ ସମ୍ବିଧାନରେ ଗର୍ଭିତ ପ୍ରାବଧାନଗୁଡ଼ିକର ଅନୁପାଳନ ତଥା ଏହାଦ୍ୱାରା ସଂସ୍ଥାପିତ ଅନୁଷ୍ଠାନ ଓ ଆଦର୍ଶକୁ ଯଥାର୍ଥ ସମ୍ମାନ ଆଦର କରିବା ଦେଶର ପ୍ରତିଟି ନାଗରିକର ମୌଳିକ ତଥା ପ୍ରଧାନ କର୍ତ୍ତବ୍ୟ ବୋଲି ସମ୍ବିଧାନ ସ୍ପଷ୍ଟ ଭାବରେ ଦର୍ଶାଇଥାଏ। ଦେଶର ସାଂସଦ ମଧ୍ୟ ଆଇନ-କାନୁନ ପ୍ରଣୟନ କରେ, ପ୍ରଣିତ ଆଇନକୁ ସିଏ ସମଗ୍ର ଦେଶରେ ଲାଗୁ କରାଏ। ଏଥିପାଇଁ ରାଜ୍ୟ ସରକାରଙ୍କ ପାଶେ ଏଭଳି କୌଣସି ଅଧିକାର ନାହିଁ, ଯାହା କି ରାଜ୍ୟ ଲାଗୁ କରିବାକୁ ମନା କରିପାରିବ। ଏପରି ସ୍ଥଳେ ସମ୍ବିଧାନର ଉଲ୍ଲଂଘନ ହେବାର ଆଶଙ୍କା ଉପୁଜିବ ଏବଂ ଏହା ଏକବାରେ ଅସାମ୍ବିଧାନିକ ବୋଲି ବୁଝିବାକୁ ହେବ। ରାଜ୍ୟସୂଚୀ ଭାରତୀୟ ସମ୍ବିଧାନ ସପ୍ତମ ଅନୁସୂଚୀ ଅନୁସାରେ ନାଗରିକତା ସଂଘୀୟ ବ୍ୟବସ୍ଥାର କ୍ଷେତ୍ରାଧିକାର। ହେଲେ ବିଡ଼ମ୍ବନା, ରାଜ୍ୟସୂଚୀରେ ନାଗରିକତାର କୌଣସି ଉଲ୍ଲେଖ ନାହିଁ। ଗଣତନ୍ତ୍ର ଦିବସ ଅବସରରେ ଏସବୁର ବିସ୍ତୃତ ଆଲୋଚନା, ପର୍ଯ୍ୟାଲୋଚନା ଆମେ ଖୋଲା ହୃଦୟରେ ଗଭୀର ବିଚାର ବିମର୍ଷପୂର୍ବକ ରୋମନ୍ଥନ କରିବା ବାଞ୍ଛନୀୟ। ଚଳିତବର୍ଷ ଆମେ ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଛେ । ଗଣତନ୍ତ୍ରର ଅର୍ଥ ଆମର ସମ୍ବିଧାନ, ଆମର ସରକାର, ଆମର କର୍ତ୍ତବ୍ୟ ଆଉ ଆମର ଅଧିକାର । ଏ ବ୍ୟବସ୍ଥାକୁ ଆମେ ସଭିଏଁ ଗଣତନ୍ତ୍ର ଦିବସ ରୂପେ ପାଳନ କରୁଛେ । ପରାଧୀନତାର ଶିକୁଳି ଛିନ୍ନକରି ଦେଶ ସ୍ବାଧୀନ ହେଲା ୧୫ ଅଗଷ୍ଟ ୧୯୪୭ରେ । କିନ୍ତୁ ୨୬ ଜାନୁୟାରୀ ୧୯୫୦ରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ଗଣରାଜ୍ୟ ବୋଲି ଉଦ୍‌ଘୋଷିତ ହେଲା।
ଗଣତନ୍ତ୍ର ଦିବସ ଭାରତର ଜାତୀୟ ପର୍ବ। ଭାରତ ଭଳି ଗଣରାଜ୍ୟର ଏହାକୁ ବେଶ୍‌ ଆନନ୍ଦ-ଉଲ୍ଲାସରେ ପାଳନ କରାଯାଏ। ଆମ ଦେଶର ସମ୍ବିଧାନ ଜରିଆରେ ଭାରତୀୟ ନାଗରିକଙ୍କୁ ଗଣତାନ୍ତ୍ରିକ ଅଧିକାର ସମର୍ପି ଦିଆଯାଇଛି। ସମ୍ବିଧାନ ଦେଶରେ ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ବ୍ୟବସ୍ଥା ତଥା ସେମାନଙ୍କ ନିରୁପିତ ଅଧିକାର ଓ ଦାୟିତ୍ୱକୁ ସୁନିଶ୍ଚିତ କରିଥାଏ। ଖାଲି ସେତିକି ନୁହେଁ, ସମ୍ବିଧାନ ମାଧ୍ୟମରେ ନାଗରିକ ନିଜସ୍ବ ଗଣତାନ୍ତ୍ରିକ ଅଧିକାର ହାସଲ କରିଛି। ସୁତରାଂ ସମସ୍ତ ଅଧିକାର ଠୁଳ ହୋଇଛି ଜନତାଙ୍କ ହସ୍ତରେ। ଏଇ ଦିବସରେ ଆମେ ନିଜର ମୌଳିକ ଅଧିକାର ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ଏକ ନୂତନ ଗଣତାନ୍ତ୍ରିକ ଦେଶକୁ ନିର୍ମାଣ କରିପାରିଛେ।
ଭାରତୀୟ ସମ୍ବିଧାନର ଗଠନ ପ୍ରସ୍ତାବ ଏକ ସମ୍ବିଧାନ ସଭା ଦ୍ୱାରା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ୨୯୬ ଜଣ ସଭ୍ୟ ବିଶିଷ୍ଟ ଏ ସମ୍ବିଧାନ ସଭାରେ ମାସେ ୧୮ ଦିନ କାର୍ଯ୍ୟକରି ସମ୍ବିଧାନକୁ ତିଆରି କରିଥିଲେ। ତେବେ ଆମ ଦେଶର ସମ୍ବିଧାନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଥିଲା ୨୬ ଜାନୁୟାରୀ ୧୯୫୦ରେ। ଆମ ଦେଶର ଗଣତନ୍ତ୍ର ଏବେ ଏକାଧିକ ବିକଟ ସମସ୍ୟାର ଚକ୍ରବୂ୍ୟହରେ କବଳିତ। ଗଣତନ୍ତ୍ରକୁ ଜନସଂଖ୍ୟା ବିସ୍ଫୋରଣ, ଗରିବୀ, ଭ୍ରଷ୍ଟାଚାର, ଅସହିଷ୍ଣୁତା ଅତ୍ୟାଚାର, ଅନାଚାର ଓ ଉତ୍କଟ ବେକାରି ଭଳି ସମସ୍ୟାର ଚକ୍ରବୂ୍ୟହରୁ ନିସ୍ତରିବା ଲାଗି ଆମକୁ ଅତୁଳ ପରାକ୍ରମ ଓ ସାହସର ସହିତ ସମ୍ମିଳିତ ପ୍ରୟାସ କରିବାକୁ ପଡ଼ିବ। ଆମେ ଏସବୁ ଆହ୍ବାନକୁ ସଫଳତା ଓ ଧୈର୍ଯ୍ୟର ସହିତ ମୁକାବିଲା କରିବା ଏକାନ୍ତ ଜରୁରୀ। ଗଣତନ୍ତ୍ର ସେତେବେଳେ ଯାଇ ସାର୍ଥକ ହେବ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିର ହାତକୁ ପର୍ଯ୍ୟାପ୍ତ କାମଦାମ ଆସିବ, ଆଉ ସେ ପେଟଭରା ଦୁଇମୁଠା ଦାନା ଖାଇବାକୁ ପାଇବେ। ଗଣତନ୍ତ୍ରର ସଫଳତା ଆମର ଏକତା, ସମତା, ସାଂପ୍ରଦାୟିକ ସଦ୍‌ଭାବନା, ସଂହତି,ସ୍ବତନ୍ତ୍ରତା ଉପରେ ନିର୍ଭରଶୀଳ ।
-ନଗେନ୍ଦ୍ର ନାଥ ପଟ୍ଟନାୟକ
ମୋ-୯୪୩୮୩୩୨୧୩୮

 

 


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଜିଲା କୃଷି ଅଧିକାରୀ

ମାଲକାନଗିରି,୧୫।୩(ଡି.ଏନ୍‌.ଏ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ମାଲକାନଗିରିସ୍ଥିତ...

ପ୍ରେମ ବ୍ୟାପାର: ଦେହରେ ନିଆଁ ଲଗାଇ ଥାନାରେ ପଶିଗଲେ ଯୁବକ

ପାଲଲହଡ଼ା, ୨।୧(ଡି.ଏନ୍‌.ଏ.): ପ୍ରେମ ବ୍ୟାପାରକୁ ନେଇ ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏଭଳି ଘଟଣା ଘଟିଛି ଅନୁଗୋଳ...

ପ୍ରତାପ ଜେନା ପାଇବେ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତ ବର୍ଷର ଫେମ୍‌ ଇଣ୍ଡିଆ ପକ୍ଷରୁ ଶ୍ରେଷ୍ଠ...

ଘରଭଙ୍ଗା ସର୍ଭେରେ ଅନିୟମିତତା: କ୍ଷତିଗ୍ରସ୍ତଙ୍କ କଟକ ସଦର ବ୍ଲକ ସମ୍ମୁଖରେ ଧାରଣା

କଟକସଦର, ୧୧।୬(ଡି.ଏନ୍‌.ଏ.): ବାତ୍ୟା ପରିବର୍ତ୍ତୀ ଘରଭଙ୍ଗା ସର୍ଭେରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ମଙ୍ଗଳବାର ପରମହଂସ ପଞ୍ଚାୟତ ରଘୁନାଥପୁର ଗ୍ରାମବାସୀ କଟକ ସଦର ବ୍ଲକ ସମ୍ମୁଖରେ ଧାରଣା...

ୟୁଏନ୍‌ ‘କ୍ଲାଇମେଟ୍‌ ଚେଞ୍ଜ’ ଗ୍ରୁପ୍‌ରେ ଓଡ଼ିଆ ଆଦିବାସୀ ଝିଅ

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ୟୁନାଇଟେଡ୍‌ ନେସନ୍ସ (ମିଳିତ ଜାତିସଂଘ)ର ‘କ୍ଲାଇମେଟ୍‌ ଚେଞ୍ଜ’ ବା ଜଳବାୟୁ ପରିବର୍ତ୍ତନ ୟୁଥ୍‌ ଆଡ୍‌ଭାଇଜରି ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଝିଅ। ସୁନ୍ଦରଗଡ଼...

ଅବହେଳିତ ଅବସ୍ଥାରେ ମିନି କୋଣାର୍କ

ଗୋପ,୧୨।୧୨(ଡି.ଏନ୍‌.ଏ): କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ଗୋପ ବ୍ଲକ ଅଧୀନ ଏରବଙ୍ଗ ପଞ୍ଚାୟତର ବୟାଳିଶବାଟି ଗ୍ରାମରେ ଏକ ମିନି କୋଣାର୍କ ମନ୍ଦିର ରହିଛି। ହେଲେ ଏହି...

ଚୋରା ପଥର ଚାଲାଣ ର଼୍ୟାକେଟରେ ପୋଲିସ ବାବୁ:ଇନ୍ସପେକ୍ଟର ରଞ୍ଜିତ ସାହୁ ନିଲମ୍ବିତ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ଖୋର୍ଦ୍ଧା ପଥର ଚାଲାଣରେ ସଂପୃକ୍ତଥିବା ଦୁଇ ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା ଏବଂ ରଞ୍ଜିତ ସାହୁଙ୍କୁ ଏସ୍‌ଟିଏଫ ଗିରଫ କରିବା ପାଇଁ ବାଟ ଫିଟିଛି।...

ଧରାପଡ଼ିଲେ ନକଲି ବର

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୨୩ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଚାଉଳଶୁଖା ଗଁାର ଜଣେ ଝିଅକୁ ବିବାହ କରିବାକୁ ଆସି ଜଣେ ନକଲି ବର ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ...

Advertisement
Archives

Model This Week