ଦମ୍ପତିଙ୍କଠାରୁ ଝାମ୍ପିନେଲେ ୩.୫୦ ଲକ୍ଷ
ବାରିପଦା ଅଫିସ/ଉଦଳା,୨୩।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ବିସିପୁର-ଧାନଘେରା ରାସ୍ତାରେ ଏକ ଦମ୍ପତିଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି। ପ୍ରକାଶ ଯେ, ଧାନଘେରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରତିକାନ୍ତ ବେହେରା ସ୍ତ୍ରୀଙ୍କ ସହ…
ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା
ଅତାବିରା\ସରଣ୍ଡା,୨୨।୯(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ହିର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରଟିକ୍ରା ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ପୁଣି ଆଲୋଡ଼ନ ସୃଷ୍ଟି କରିଛି। ଗତ ରବିଋତୁର ଫସଲହାନୀ ଏବଂ ଋଣ ପରିଶୋଧ ଚିନ୍ତାରେ ଚାଷୀ ବୃନ୍ଦାବନ ଭୁଏ(୬୨) କୀଟନାଶକ ପିଇ ଆତ୍ମହତ୍ୟା…
ଜେଲ ଗଲେ କୋଟିପତି ଏସ୍ଡିଓ
କେନ୍ଦୁଝର,୨୨।୯(ଡି.ଏନ.ଏ./ସ୍ବ.ପ୍ର.): ଶେଷରେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି ବିଦ୍ୟୁତ୍ ବିଭାଗର କୋଟିପତି ଏସ୍ଡିଓ ମହେଶ୍ୱର ସେଠୀ। ମଙ୍ଗଳବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ କେନ୍ଦୁଝର ସ୍ପଞ୍ଜ କଲୋନୀ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ କରି…
ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ
କପ୍ତିପଦା,୨୨।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ପେଡାଗଡି ପଞ୍ଚାୟତ କରପଦା ଗ୍ରାମରେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗରେ ପୋଲିସ ସ୍ବାମୀ କାହ୍ନୁ ହାଁସଦାଙ୍କୁ ଗିରଫ କରିଛି। ମୃତ ମହିଳା ହେଲେ ଫୁଲ ହାଁସଦା।…
୨. ୮୦ ଲକ୍ଷ ଟଙ୍କାର ହିସାବ ଦେଇପାରିଲେନି ଆଇଆଇସି
ଏମ୍ଭି ୭୯,(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଳକ ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ। ସେ ମୋଟୁରୁ ନିଜ ଘର କଟକ ଜିଲା ଫୁଲନଖରା ଯାଉଥିବା ସମୟରେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି। ସେ ୨…
ଓଡ଼ିଶାରେ ବଢ଼ିଲା ଟିକାକରଣ କେନ୍ଦ୍ର
ଭୁବନେଶ୍ୱର,୨୨।୯(ବ୍ୟୁରୋ): କରୋନା ସହ ଲଢ଼ିବା ପାଇଁ ଟିକାକରଣ ହିଁ ଏକମାତ୍ର ବାଟ ବୋଲି ବିଶେଷଜ୍ଞମାନେ ମତ ରଖିସାରିଛନ୍ତି। ସେଥିପାଇଁ କେନ୍ଦ୍ର ସହ ରାଜ୍ୟ ସରକାର ଲୋକଙ୍କୁ ଟିକା ଦେବାର ଉଦ୍ୟମ ଜାରି ରଖିଛନ୍ତି। ଭାରତ ଏବେ ଟିକା ଦେବାରେ ରେକର୍ଡ ସୃଷ୍ଟି…
ବଲାଙ୍ଗୀରରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ; ୨୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ
ଭୁବନେଶ୍ୱର(ବ୍ୟୁରୋ)/ବଲାଙ୍ଗୀର ଅଫିସ,୨୨।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗିର ଜିଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ସେ ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ…
ନାବାଳକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ
ଆର୍.ଉଦୟଗିରି,୨୨ା୯(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ନଂ.୧୭୮/୨୧ରେ ମାମଲା ରୁଜୁ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ଧରି ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଥିବା…
ଜଳକା ନଦୀରେ ବନ୍ୟା: ସରକାରୀ କାର୍ଯ୍ୟାଳୟରେ ପଶିଲା ପାଣି
ବସ୍ତା,୨୨।୯(ଡି.ଏନ୍.ଏ): ବାଲେଶ୍ୱର ଜିଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀରେ ଭୀଷଣ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ନେଇ ବନ୍ୟା ଜଳ ବସ୍ତା ଥାନା, ଏସ୍ଡିପିଓ ଅଫିସ, ତହସିଲ ଅଫିସ ଜଳମଗ୍ନ ହୋଇଛି। ଏ ସମସ୍ତ କାର୍ଯ୍ୟାଳୟରେ ପାଣି ପଶିଯାଇଛି।…
ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୫୦କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଙ୍କ ମୃତ୍ୟୁ ଘଟିଛି ।
ବଢ଼ୁଛି ପିଲାଙ୍କ ଚିନ୍ତା: ରାଜ୍ୟରେ ପୁଣି ୧୦୦ରୁ ଊର୍ଦ୍ଧ୍ୱ ଛୁଆ କରୋନା ସଂକ୍ରମିତ
ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ବୁଧବାର ୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୪ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୩୧୦ ଜଣ ଲୋକାଲ…
ରାତିରେ ଝଗଡ଼ା, ସକାଳେ ମିଳିଲା ମୃତଦେହ
ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାତିରେ ଝଗଡ଼ା, ସକାଳେ ମିଳିଲା ମୃତଦେହ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ମୁଣ୍ଡା ବସ୍ତିରେ ଜଣେ ବ୍ୟକ୍ତିଙ୍କ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଛି। ମଙ୍ଗଳବାର ମୃତଦେହକୁ ସ୍ତ୍ରୀ ସ୍ବର୍ଗରଥରେ ନେଇଯାଉଥିବାବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ…
Archives


